ପ୍ରଧାନମନ୍ତ୍ରୀ ଆବାସ ଯୋଜନା 2022-23, ଏହି ବ୍ୟକ୍ତିଙ୍କୁ ମିଳିବ ନାହିଁ ଆବାସ ଯୋଜନାରେ ଘର! ଦେଖନ୍ତୁ ସମ୍ପୁର୍ଣ୍ଣ ଖବର

ଦର୍ଶକ ବନ୍ଧୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ରାଜ୍ୟ ସରକାର ଯେଉଁ ଭଳି ଘୋଷଣା କରିଥିଲେ କି 16 ଜାନୁଆରି ପର ଠାରୁ ପ୍ରତେକ ପଞ୍ଚାୟତ, ବ୍ଲକ ସ୍ତର ରେ ଓ ଅଙ୍ଗନବାଡି ସ୍ଥାନରେ ସେଠାରେ ପ୍ରତି ହିତାଧିକାରୀଙ୍କ ତାଲିକାକୁ ପଞ୍ଚାୟତରେ ମାରିବା ସହ ଅଙ୍ଗନବାଡି କାନ୍ଥରେ ମାରିବାକୁ ଯେଉଁ ସୂଚନା ଦେଇଥିଲେ ବର୍ତ୍ତମାନ ହୋଇ ସାରିଛି ।

ତା ବାଦ ରାଜ୍ୟ ସରକାର ଆଉ ଏକ କଥା କହିଥିଲେ ଯେ ତାଲିକାରେ ଯେଉଁ ମାନଙ୍କର ନାମ ଥିଲା ଆଉ ସେଥିରେ କିଛି ଅଯୋଗ୍ୟ ବ୍ୟକ୍ତି ରହିଛନ୍ତି ତାହେଲେ ସେମାନଙ୍କ ପାଇଁ ସ୍ଵତନ୍ତ୍ର ମାର୍ଗ ସରକାର ବାହାର କରିଛନ୍ତି । ସେଥିମଧ୍ୟରୁ କେଉଁ ମାନେ ଉପଯୁକ୍ତ ଆବାସ ପାଇଁ ଯୋଗ୍ୟହିତାଧିକାରୀ କି ନାହିଁ ଯଦି ଜାଣିଥିବେ । ତେବେ ଯେଉଁ ମାନେ ଆବାସ ପାଇଁ ଯୋଗ୍ୟ ବିବେଚିତ ହେଉ ନ ଥିବେ ।

ସେମାନଙ୍କ ନାମରେ ଅଭିଯୋଗ ମଧ୍ୟ କରି ପାରିବେ । ଏଥିପାଇଁ ସରକାରଙ୍କର ତରଫରୁ ସ୍ଵତନ୍ତ୍ର ବ୍ୟବସ୍ତା ମଧ୍ୟ ରହିଅଛି । ତେବେ କିପରି ଆବାସ ପାଇଁ ଅଯୋଗ୍ୟ ହିତଧାରୀ ବୋଲି ଜାଣିବେ ଚାଲନ୍ତୁ ଜାଣିବା । ତେବେ ଯେଉଁ ମାନଙ୍କର ୨, ୩ କିମ୍ବା ୪ ଚକିଆ ଜାନ ବା ମାଛ ଧରା ବୋଟ ଅଛି ତେବେ ସେମାନେ ଅଯୋଗ୍ୟ ଭାବେ ବିବେଚିତ ହେବେ ।

ଦ୍ଵିତୀୟରେ ୩ କିମ୍ବା ୪ ଚକିଆ କୃଷି ଯାନ୍ତ୍ରିକ ଉପକରଣ ଥିଲେ ଅଯୋଗ୍ୟ ଭାବେ ବିବେଚିତ ହେବେ । କିଷାନ କ୍ରେଡିଟ କାର୍ଡର ଲିମିଟ ଯଦି ୫୦ ହଜାରରୁ ଅଧିକ ଥାଏ, ଘରର କୌଣସି ବ୍ୟକ୍ତି ସରକାରୀ ଚାକିରିଆ ଥିଲେ, ଅଣ କୃଷି ଉଦ୍ଯୋଗ ଭାବରେ ଘର ଗୁଡିକ ସରକାରଙ୍କ ନିକଟରେ ପଞ୍ଜୀକୃତ ଥିଲେ ତା ହେଲେ ବି ସେମାନେ ଆବାସ ଯୋଜନା ପାଇଁ ଅଯୋଗ୍ୟ ଭାବେ ବିବେଚିତ ହେବେ ।

ଘରର କୌଣସି ସଦସ୍ୟଙ୍କର ରୋଜଗାର ମାସିକ ୧୦ ହଜାରରୁ ଅଧିକ ଥିଲେ ସେମାନେ ବି ଅଯୋଗ୍ୟ ଭାବେ ବିବେଚିତ ହେବେ । ଯଦି ଘରର ସଦସ୍ୟ ଇନକମ ଟାକ୍ସ ଦେଉଥିବେ ବା କୌଣସି ପ୍ରଫେସନାଲ କାର୍ଯ୍ୟ ପାଇଁ ଟାକ୍ସ ଦେଉଥିଲେ ବା ଘରେ ଫ୍ରିଜ ଓ ଲାଣ୍ଡ ଲାଇନଫୋନ ଥିଲେ ସେମାନେ ଅଯୋଗ୍ୟ ଭାବେ ବିବେଚିତ ହେବେ ।

ଅତି କାମରେ ଅଧିକ ଜଳ ସେଚିତ ଜମିର ମାଲିକ ହୋଇଥିଲେ ସେମାନେ ଆବାସ ଯୋଜନା ପାଇ ପାରିବେ ନାହି । ଯଦି 7.5 ରୁ ଅଧିକା ଜମି ହୋଇଥିବ ତେବେ ଆପଣ ଅଯୋଗ୍ୟ ବିବେଚିତ ହେବେ । ତେବେ ଏହି ସବୁ କାରଣ ମଧ୍ୟରୁ କୌଣସି ଗୋଟିଏ କାରଣ ଥିଲେ ସେହି ବ୍ୟକ୍ତି ଆବାସ ଘର ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ।

ତେବେ ଏମାନଙ୍କ ନାମରେ ଅଭିଯୋଗ ବାକ୍ସରେ ଲିଖିତ ଆକାରରେ ମଧ୍ୟ ଅଭିଯୋଗ କରିହେବ । ଏହା ବ୍ଯତୀତ ସିଧାସଳଖ କଲ କିମ୍ବା ଅନଲାଇନ ମାଧ୍ୟମରେ ମଧ୍ୟ ଅଭିଯୋଗ କରିପାରିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *