ବିବାହ ପାଇଁ ୫ ଲକ୍ଷ ଟଙ୍କାର ବନ୍ଦୋବସ୍ତ କରିଥିଲେ କନ୍ୟାଘର, କିନ୍ତୁ ଘଟିଲା କିଛି ଏମିତି କି କନ୍ୟା ଭାଙ୍ଗିଲା ବାହାଘର…. କାରଣ ଜାଣି ବିଶ୍ଵାସ ହେବନି

ଆପଣ ବିବାହ ବନ୍ଦ ହେବାର ଅର୍ଥାତ ଭାଙ୍ଗି ଯିବାର ବହୁତ କାରଣ ଦେଖିଥିବେ କିମ୍ବା ଶୁଣିଥିବେ । କିନ୍ତୁ ୟୁପିର ଔରୈୟା ଜନପଦରେ ବର ଦ୍ଵାରା ଖବର କାଗଜ ନ ପଢିବା କାରଣରୁ ବିବାହ ଭାଙ୍ଗି ଗଲା ଓ ବର ପରିବାର ବିରୁଦ୍ଧରେ କେସ ବି ଦର୍ଜ ହୋଇସାରିଛି । ବିନା ଚଷମାରେ ଖବର କାଗଜ ନ ପଢିବା ଏହି ପୁଅ ପାଇଁ ଅଭିଶାପ ହୋଇଗଲା ଓ ଶେଷରେ ବିବାହ ବି ଭାଙ୍ଗି ଗଲା ।

ଝିଅ ତ ମିଳିବା ଦୂରର କଥା ଓଲଟା ଥାନାରେ କେସ ଦର୍ଜ ହୋଇଗଲା । ଆପଣ ଏହା ପୂର୍ବରୁ ଏହିଭଳି ମାମଲା ବିଷୟରେ ନା ହିଁ ଶୁଣିଥିବେ ଓ ନା ହିଁ ଦେଖିଥିବେ । ବିବାହ ଭାଙ୍ଗିର ଏହା ଏକ ଅଦ୍ଭୁତ୍ତ ଘଟଣା ଅଟେ । ଯେଉଁ ଘରେ ଦୁଇ ଦିନ ପୂର୍ବେ ମଙ୍ଗଲଗୀତ କରାଯାଉଥିଲା, କବାଟରେ ଯେତେବେଳେ ବରଯାତ୍ରୀ ପହଞ୍ଚିଲା ତେବେ ପୁଅ ଆଖିରେ ଲାଗିଥିବା ମୋଟ ଚଷମାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ଝିଅ ବାଲା ପୁଅ ଉପରେ ଆରୋପ ଲଗାଇଛନ୍ତି କି ପୁଅ ବିନା ଚଷମାରେ କିଛି ବି ଦେଖି ପାରେ ନାହିଁ । ଏହି ପୁରା ମାମଲା ଉତ୍ତର ପ୍ରଦେଶର ଔରୈୟା ଜନପଦତ ସଦର ଔରୈୟା କୋତାବଲୀ କ୍ଷେତ୍ର ଗ୍ରାମ ଜମାଲୀପୁରର ଅଟେ । ଏହି ଗାଁରେ ରହୁଥିବା ରାଜୁନ ସିଂହ ନିଜର ଝିଅ ଅର୍ଚନାର ବିବାହ ବଂଶୀ ଥାନା ଅଛଲ୍ଦା ନିବାସୀ ଶିବମ ସହ ଠିକ କରିଥିଲେ । ସମସ୍ତ ପ୍ରସ୍ତୁତି ସହ ଲଗ୍ନ ଉତ୍ସବ ଓ ବିବାହ ତାରିଖ ବି ଠିକ ହୋଇଗଲା । ଝିଅ ଘର ଲୋକମାନେ ନିଜର ସମସ୍ତେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଲେ ।

ଯୌତୁକରେ ମୋଟରସାଇକେଲ ଓ ନଗଦ ଟଙ୍କା ବି ଦିଆଗଲା । ୨୦ ତାରିଖ ଦିନ ଯେତେବେଳେ ବରଯାତ୍ରୀ ଝିଅ ଘରକୁ ଆସିଲା ତେବେ ସମସ୍ତେ ଦେଖିଲେ କି ବର ଆଖିରେ ଗୋଟିଏ ମୋଟା ଚଷମା ଅଛି । ଯାହାକୁ ଦେଖିବା ପରେ ସମସ୍ତେ ଅଳ୍ପ ସନ୍ଦେହ କରିଲେ । ଝିଅର ପିତାକୁ ବି ଚଷମାକୁ ନେଇ ଅଳ୍ପ ସନ୍ଦେହ ହେଲା । ବିବାହର ସମସ୍ତ ନୀତି ନିୟମ ସମୟରେ ପୁଅକୁ ଆଖିରୁ ଚଷମା ହଟାଇବା ପାଇଁ କୁହାଗଲା । ତ ସେ ଚଷମା କାଢି ଦେଲା ।

କିନ୍ତୁ ଯେତେବେଳେ ପୁଅ ଅର୍ଥାତ ବର ଶିବମ ବିବାହ ମାଙ୍ଗଳିକ କାର୍ଯ୍ୟ କରିବାକୁ ଗଲା ତେବେ ତାକୁ ବିନା ଚଷମାରେ କିଛି ବି ଦେଖା ଗଲା ନାହିଁ । କାରଣ ତାହାର ନଜର ବହୁତ କମଜୋର ଥିଲା । ଏହା ଦେଖି ଓ ଶୁଣି କନ୍ୟା ଅର୍ଥାତ ଅର୍ଚନା ବିବାହ କରିବା ପାଇଁ ମନା କରିଦେଲା । ଏହା ସହିତ ଝିଅ ଘର ଲୋକମାନେ ବି ଏକତ୍ରିତ ହୋଇ ପୁଅ ପକ୍ଷକୁ ବିବାହ କରିବା ପାଇଁ ମନା କରିଦେଲେ ।

ଯୌତୁକରେ ନଗଦ ଟଙ୍କା ଗାଡି ଫେରାଇ ଦେବା ପାଇଁ ଓ ବିବାହରେ ଯେତେ ଟଙ୍କା ଖର୍ଚ ହୋଇଛି ତାକୁ ଫେରାଇବା ପାଇଁ କହିଲେ । କିନ୍ତୁ ପୁଅ ଘର ଲୋକମାନେ କିଛି ବି ଦେବା ପାଇଁ ମନା କରି ଦେଲେ । ଏମିତିରେ ଝିଅ ଘର ଲୋକମାନେ ଥାନାରେ ପୁଅ ଘର ଲୋକମାନଙ୍କ ବିରୁଦ୍ଧରେ କେସ ଦର୍ଜ କରିଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *