Unknown Facts: ବାରବାଟିର ପ୍ରଥମ ମ୍ୟାଚ, ଦେଖନ୍ତୁ କିଏ କରିଥିଲା ସର୍ବାଧିକ ରନ୍ ?

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଆମ କଟକର ବାରବାଟୀ ଷ୍ଟାଡିୟମ ହେଉଛି ଓଡିଶାର ଅନ୍ତର୍ଜାତୀୟ କ୍ରିକେଟ ମଇଦାନ । ବାରବାଟୀ ଷ୍ଟାଡିୟମ ହେଉଛି ପ୍ରଥମ ଦୁର୍ଗ ଯେଉଁ ଠାରେ ଭାରତୀୟ କ୍ରିକେଟର ମାନେ ମ୍ଯାଚ ଖେଳିଥିଲେ । ଏଠାରୁ ଅନେକ ବର୍ଷ ହେବେ କେତେ ଯେ ମ୍ଯାଚ ଖେଳା ଯାଇଛି ତାହାର ହିସାବ ନାହି । ଯେଉଁ ଠାରେ ଭାରତ ସମେତ ଅନ୍ଯାନ୍ଯ ଦେଶ ଗୁଡିକ ମଧ୍ୟ ଖୁବ ଭଲ ପ୍ରଦର୍ଶନ କରି ମ୍ଯାଚ ଜିତିଛନ୍ତି । ୧୯୫୮ ମସିହାରେ ନିର୍ମିତ ବାରବାଟି ରେ ୧୯୮୨ ମସିହା ଜାନୁଆରୁ ୨୭ ତାରିଖରେ ହୋଇଥିଲା ପ୍ରଥମ ଆନ୍ତର୍ଜାତୀୟ ମ୍ଯାଚ ।

ଏହି ମ୍ଯାଚ ଟି ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ ଭାବେ ଖେଳା ଯାଇଥିଲା । ୩ଟି ମ୍ଯାଚ ବିଶିଷ୍ଟ ସିରିଜ ଥିଲା ଏହା ତୃତୀୟ ମ୍ଯାଚ । ଟସ ଜିତି ବିଲଡିଙ୍ଗ କରିଥିବା ଭାରତୀୟ ଦଳ ୪୬ ଓ ୬ ୱିକେଟ ହରାଇ ଭାରତ ସମୁଖରେ ୨୩୧ ରନର ଟାର୍ଗେଟ ରଖିଥିଲା ଇଂଲଣ୍ଡ ଦଳ ।

କିନ୍ତୁ ୫ଟି ୱିକେଟ ହରାଇ ମାତ୍ର ୪୨ ଓଭର ରେ ନିର୍ଧାରିତ ଲକ୍ଷ୍ୟ ହାସଲ କରିଥିଲା ଭାରତ । ଅର୍ଥାତ ଏହି ମ୍ଯାଚ କୁ ୫ଟି ୱିକେଟ ରେ ଜିତିବା ସହ ୨-୧ ରେ ସିରିଜ ଜିତିଲା ଟିମ ଇଣ୍ଡିଆ । ଏହି ମ୍ଯାଚ ରେ ସର୍ବାଧିକ ୭୧ ରନ ସ୍କୋର କରି ପ୍ଲେୟାର ଅଫ ଦ ମ୍ୟାଚ ହୋଇଥିଲେ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କାର ।

ସେହିପରି ସନ୍ଦିପ ପାଟିଲ ଅମଧ୍ୟ ଖେଳିଥିଲେ ଅର୍ଦ୍ଧଶତକିୟ ଇନିନ୍ସ ଖେଳି ମାତ୍ର ୫୫ ଟି ବଳ ରେ ୬୪ ରନ ସଂଗ୍ରହ କରିଥିଲେ । ବୋଲିଙ୍ଗ ମଧ୍ୟ କମାଲ କରିଥିଲେ ସନ୍ଦିପ । ୧୦ ଓଭର ରେ ମାତ୍ର ୫୬ ରନ ଦେଇ ଦୁଇ ଜଣଙ୍କୁ ଆଉଟ କରିଥିଲେ ସନଦୀପ । ଏହି ମ୍ୟାଚ ଟି ଥିଲା ଅରୁଣ ଲାଲ ଓ ଅଶୋକ ମଲହୋତ୍ରା ଙ୍କ ପଦାର୍ପଣ ବା ଡେବ୍ଯୂ ମ୍ଯାଚ ଥିଲା ।

ସେହିପରି ଭାରତର ୧୪୩ ନମ୍ବର ମ୍ଯାଚ ଥିଲା । ବାରବାଟିର ଏହି ପ୍ରଥମ ମ୍ଯାଚ ଆଉ ଏହା ଠାରୁ ଆରମ୍ଭ ହୋଇଥିଲା ବାରବାଟି ର ଅସରନ୍ତି ଯାତ୍ରା । ଆଜି ବି ବାରବାଟୀ ରେ ମ୍ଯାଚ ରହିଛି ଯାହାକୁ ଦେଖିବା ପାଇଁ ଲୋକ ମାନଙ୍କର ଗହଳି ଲାଗି ରହିଛି ।

ବନ୍ଧୁଗଣ ଆପଣ ମାନଙ୍କର ବାରବାଟୀ ମ୍ଯାଚ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *