ଠାକୁର ଘର କେଉଁ ଦୋଗରେ ରହିଲେ କଣ ହୁଏ- Vastu Shastra

ପୂଜା ଘରର ରଙ୍ଗ ଓ କବାଟ କେମିତି ହେବା ଦରକାର ଓ ଠାକୁର କେଉଁ ସ୍ଥାନରେ ବସିବା ଦରକାର । କେଉଁ ଦିଗକୁ ମୁହଁ କରି ବସିବା ଦରକାର, ଠାକୁର ଘରେ କଣ କଣ ହେବା ଦରକାର । ଠାକୁର ଘରେ କଣ କଣ ନକରିବାକୁ ବାରଣ କରାଯାଇଛି, ଏହି ବିଷୟରେ ଆଜି ଆଲୋଚନା କରିବା । ଏବେ ଜାଣିବା ଠାକୁର ଘର କେଉଁ ଦିଗକୁ ହେବା ଦରକାର । ପୂଜା ଘର ବ ଠାକୁର ଘର ଉତ୍ତର ପୂର୍ବ ଦିଗ ବା ଅୟୀଶାନ୍ୟ କୋଣରେ ହେବା ଦରକାର ଏହାର କୌଣସି ବିକଳ୍ପ କରିବା ଉଚିତ ନୁହେଁ ।

ସବୁବେଳେ ଧ୍ୟାନ ଦିଅନ୍ତୁ ବାସ୍ତୁ ଶସ୍ତ୍ର ଅନୁସାରେ ପୂଜା ଘରର ସ୍ଥାନ କେବଳ ଗୋଟିଏ ସ୍ଥାନକୁ ମାନ୍ୟତା ଦିଆଯାଇଛି ତାହା ହେଉଛି ଘରର ଉତ୍ତର ପୂର୍ବ ଦିଗରେ କରାଯାଇପାରେ । ଯଦି ଅନ୍ୟ ବ୍ୟବସ୍ଥା ନଥାଏ, ମାନେ କରନ୍ତୁ ଆପଣଙ୍କର ଉତ୍ତର ପୂର୍ବ କୋଣରେ ଯଦି ଠାକୁର ଘର ହେବାର ବ୍ୟବସ୍ଥା ନହିଁ ।

ତେବେ ଏହା ସାମାନ୍ୟ ଉତ୍ତର ଦିଗକୁ ବା ସାମାନ୍ୟ ପୂର୍ବ ଦିଗକୁ କରାଯାଇଥାଏ । ଶୋଇବା ଘରେ ପୂଜା କରିବା ଅନୁଚିତ, କୌଣସି ପରିଷ୍ଟିତିରେ ଶୋଇବା ଘରେ ପୂଜାର ବ୍ୟବସ୍ଥା କରିବେ ନହିଁ । ଯଦି କୌଣସି ବିକଳ୍ପ ନଥାଏ ତେବେ ଠାକୁର ରଖିବା ପାଇଁ ଗୋଟେ ସ୍ଵତନ୍ତ୍ର ଆସ୍ଥାନ କରନ୍ତୁ ଓ ପୂଜା ସାରିବା ପରେ ଏଥିରେ ପରଦା ପକାନ୍ତୁ ।

ଏବେ ଜାଣିବା ଠାକୁର ଘରର କବାଟ କେମିତି ହେବା ଦରକାର, ପୂଜା ଘରର ଝରକା କବାଟ ଉତ୍ତର ପୂର୍ବ ଦିଗକୁ ରଖାଯାଇ ପାରେ । ପୂଜା ଘର କବାଟ ଏକ ଫାଳିଆ ନହୋଇ ସବୁବେଳେ ଦୁଇ ପଟିଆ ହେବା ଉଚିତ । ପୂଜା ଘର କବାଟ କେବେବି ଲୁହା, ଟିନ, ଓ ଗ୍ରୀଲରେ ନକରିବା ଉଚିତ, ସବୁବେଳେ କାଠରେ କରନ୍ତୁ ।

ଆଉ ଏକ ବିଶେଷ କଥା ଧ୍ୟାନ ଦିଅନ୍ତୁଯେ ପୂଜା ଘର ବନ୍ଧ ଚାରି କାଠ ବିଶିଷ୍ଟ ହେବା ଦରକାର । କେବେବି ଏହାକୁ ତିନି ପଟ ବିଶିଷ୍ଟ ବନ୍ଧ କରନ୍ତୁ ନହିଁ । ସବୁବେଳେ ଚାରିକାଠ ବିଶିଷ୍ଟ ବନ୍ଧ କରନ୍ତୁ କାରଣ ଏହାକୁ ଚଉ କାଠ ବୋଲି କୁହାଯାଏ । ଠାକୁର ଘରର କବାଟ ଆପେ ଆପେ ଖୋଲିବା କି ବନ୍ଦ ହୋଇଯିବା ଭଲ ହୋଇନଥାଏ ।

ଏହା ସବୁବେଳେ ପରିବାରକୁ କ୍ଷତି ପହଞ୍ଚାଇ ଥାଏ । ଏବେ ଦେଖିବା ଠାକୁର ଘରେ ଯେଉଁ ମୂର୍ତ୍ତି ରଖିବେକି ଫୋଟ ରଖିବେ କେମିତି ରଖିବେ । ଘରେ ମୂର୍ତ୍ତି ପୂଜାର ବ୍ୟବସ୍ଥା ନକରି ଫୋଟ ପୂଜା କରିବା ଉଚିତ । ଯଦି ମୂର୍ତ୍ତି ପୂଜା କରାଯାଏ ତେବେ ମୂର୍ତ୍ତିର ଉଚତା ଛଅ ଅଙ୍ଗୁଳି ଛୋଟ ହେବା ଦରକାର । ଘରେ କାଳି, ହନୁମାନ, ନୃସିଙ୍ଘ, ସିବଙ୍କ ମୂର୍ତ୍ତି ନିଷେଧ କରାଯାଇଛି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *