ରୋଷେଇ ଘରେ ଏହି ୩ଟି କାମ କଲେ ସେହି ଦିନ ହିଁ ହେବେ ଭିକାରୀ- Vastu Shastra

ବାସ୍ତୁ ଶାସ୍ତ୍ର ଆମ ଜୀବନ ବହୁତ ମହତ୍ଵପୂର୍ଣ ଜିନିଷ ହୋଇଥାଏ ଏହା ମଣିଷ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ତେବେ ମଣିଷ ଏହା ବିଚାର କରିଥାଏ ଯେ ଆମ ଜୀବନରେ ଯାହା ଅସୁବିଧା ଆସୁଛି ତାହା ଆମ ଭାଗ୍ୟ ଦ୍ଵାରା ଆସୁ ଅଛି କିନ୍ତୁ ଏହା ଉଚିତ ନୁହ ବାସ୍ତୁ ଦ୍ଵାରା ମଧ୍ୟ ଆମ ଜୀବନରେ ଶୁଭ ଆଉ ଅଶୁଭ ପରିଣାମ ଦେଖିବାକୁ ମିଳିଥାଏ । ତେବେ ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେ ଯେଉଁ ବ୍ୟକ୍ତି ନିଜ ଘର ରୋଷେଇ ଭଲ ଭାବରେ ରଖି ନଥାଏ ସେହି ଘରେ ମାତା ଅନ୍ନପୂର୍ଣା କେବେ ବାସ କରନ୍ତି ନାହିଁ, ତେବେ ଆସନ୍ତୁ ଜାଣିବା ଏହାର କାରଣ ।

୧. ଯେଉଁ ଘରେ ପନି ପରିବା ରଖି ରଖି ନଷ୍ଟ ହୋଇଥାନ୍ତି ଆଉ ମଣିଷ ତାକୁ ବ୍ୟବହାର କରେ ନାହିଁ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ । ଏହି ଭଳି ଘରକୁ ମାତା ଛାଡି ଚାଲି ଯାଇଥାନ୍ତି । ତେବେ ଯେଉଁ ବ୍ୟକ୍ତି ରୋଷେଇ ଘର ସଫା ନରଖିଥାଏ ତାକୁ ଆର୍ଥିକ ସମସ୍ଯା ସମ୍ମୁଖୀନ ହବାକୁ ପଡିଥାଏ । ଏହି ଭଳି ଘରେ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ସବୁବେଳେ ଖରାପ ରହିଥାଏ ଆଉ ସେ ନିଜ ଜୀବନରେ କିଛି ଉନ୍ନତି କରି ପାରନ୍ତି ନାହିଁ ।

୨. ଯେଉଁ ଘରେ ତାବା,କଢେଇ, ପ୍ଳେଟ ଇତ୍ୟାଦି ଜିନିଷ ଭାଙ୍ଗି ଯାଇଥାଏ ଆଉ ତାକୁ ଆପଣ ବ୍ୟବହାର କରନ୍ତି ତେବେ ଆପଣଙ୍କ ବାସ୍ତୁ ଖରାପ ହୋଇଥାଏ ଆଉ ଆପଣଙ୍କୁ ଜୀବନରେ ବହୁତ କଷ୍ଟ ସାମ୍ନା କରିବାକୁ ପଡିଥାଏ । ତେବେ ଏହା ଦ୍ଵାରା ରାହୁ କେତୁ ଆପଣଙ୍କ ଖରାପ ଗ୍ରହ ଭାବରେ ଆସି ଘରେ ବସିଥାନ୍ତି ଆଉ ଆପଣଙ୍କ ଜୀବନ ନଷ୍ଟ ହୋଇଥାଏ ।

୩. ଆଜିକା ସମୟରେ ମଧ୍ୟ ଏମିତି ବହୁତ ଲୋକ ଅଛନ୍ତି ଯିଏ ବହୁତ ସମୟ ଧରି ଚକଟା ହୋଇଥିବା ଅଟା ଫ୍ରିଜରେ ରଖି ବ୍ୟବହାର କରିଥାନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ପୁରୁଣା ଚକଟା ଅଟା ପିଣ୍ଡ ସମାନ ହୋଇଥାଏ ଯାହା ଦ୍ଵାରା ପ୍ରେତ ଆତ୍ମା ଆକର୍ଷିତ ହୋଇଥାନ୍ତି ଆଉ ଆପଣଙ୍କ ଘରେ ନକାରାତ୍ମକ ଊର୍ଜା ବାସ କରିଥାଏ ।

୪. ଯେଉଁ ଘରେ ମହିଳା ମାନଙ୍କୁ ମାସିକ ଧର୍ମରେ କାମ କରିବାକୁ ପଡିଥାଏ ସେହି ଘରେ ମଧ୍ୟ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ଶାସ୍ତ୍ର ଅନୁଯାଇ ମାସିକ ଧର୍ମ ଆସିଲେ ମହିଳାଙ୍କୁ ଯେତେ ଯାହା ହେଲେ ଆରାମ କରିବା ଉଚିତ ଆଉ ରୋଷେଇ ଘରେ ଯିବା ମନା ହୋଇଥାଏ ।

Leave a Reply

Your email address will not be published. Required fields are marked *