ବାତ୍ୟା ତାଉ–ତେ ର ତାଣ୍ଡବ, ଦେଖନ୍ତୁ ଭିଡିଓ

ଆପଣ ସମସ୍ତେ ତାଉ-ତେ ବାତ୍ୟା ବିଷୟରେ ଶୁଣିଥିବେ । ଯାହାକି ଆରବ ସାଗରରେ ପ୍ରସ୍ତୁତ ହେବା ପରେ ଅତି ଭୟଙ୍କର ରୂପ ଧାରଣ କରି ଗୁଜୁରାଟ ଉପକୂଳରେ ଲ୍ୟାଣ୍ଡଫଳ କରି ତାଣ୍ଡବ ରଚିଛି ।

କେରଲ, କର୍ଣାଟକ, ଗୋଆ, ମହାରାଷ୍ଟ୍ର ଓ ଗୁଜୁରାଟରେ ତାଉ – ତେର ପ୍ରଭାବ ପଡିଛି । ଯେଉଁ କାରଣରୁ ଏହି ସମସ୍ତ ରାଜ୍ୟର କିଛି ଅଞ୍ଚଳରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯିବା ସହ ଗଛ ଗୁଡିକ ମଧ୍ୟ ଉପୁଡି ଯାଇ ରାସ୍ତାରେ ପଡିଛି । ଯେଉଁ କାରଣରୁ ଯାତାୟାତରେ ବହୁତ ବାଧା ଆସୁଛି । ଏହା ସହିତ କେତେକ ମାଟି ଘର ଗୁଡିକ ବି ଭାଙ୍ଗି ଯାଇଛି ଓ ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ୧୬ ଜଣଙ୍କ ମୃତ୍ୟୁ ହୋଇସାରିଛି । କର୍ଣାଟକ ଓ ମହାରାଷ୍ଟ୍ରରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି ଓ ମହାରାଷ୍ଟ୍ରରେ ୬ ଜଣଙ୍କ ମୃତ୍ୟୁ ହୋଇଛି ।

ଏହା ସହିତ କେତେକ ଲୋକ ଆହାତ ବି ହୋଇଛନ୍ତି । ତାଉ – ତେ ପାଖାପାଖି ୩ ଘଣ୍ଟା ଧରି ନିଜର ଭୟଙ୍କର ରୂପ ସମସ୍ତଙ୍କୁ ଦେଖାଇ ଥିଲା । କହିଦେଉଛୁ କି କାଲି ରାତି ୮.୩୦ରେ ତାଉ – ତେ ଭାରତର ଉପକୂଳବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଳ କରିଥିଲା । ଏହା ପରେ ୧୮୫ କିଲୋମିଟର ପ୍ରତି ଘଣ୍ଟାରେ ପବନ ବହିବା ସହ ବର୍ଷା ମଧ୍ୟ ହୋଇଥିଲା । ଏମିତିରେ ବଡ ବଡ ଗଛ ଗୁଡିକ ସହ ବିଦ୍ୟୁତ ଖୁଣ୍ଟ ଗୁଡିକ ବି ଉପୁଡି ଯାଇଛି । କିନ୍ତୁ ଏନଡ଼ିଆରଏଫ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

ସମୁଦ୍ରରେ ଉଚ୍ଚ ଜୁଆର ଆସିବା କାରଣରୁ କେତେକ ଖାଲୁଆ ଅଞ୍ଚଳରେ ବର୍ତ୍ତମାନ ପର୍ଯ୍ୟନ୍ତ ବି ପାଣି ଜମି ରହିଛି । କହିଦେଉଛୁ କି ତାଉ – ତେ ବାତ୍ୟା ଲ୍ୟାଣ୍ଡଫଳ କରିବା ପୂର୍ବରୁ ଗୁଜୁରାଟ ସରକାର ୧.୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରିଥିଲେ । ଏହା ସହିତ କୋବିଡ ହସ୍ପିଟାଲ ଗୁଡିକର କୌଣସି ବି ପ୍ରକାରର ଅସୁବିଧା ନ ହେଉ ସେଥି ପ୍ରତି ବି ଦୃଷ୍ଟି ରଖାଯାଇଥିଲା । ଏହା ସହିତ ହସ୍ପିଟାଲ ଗୁଡିକୁ ନିର୍ବଚ୍ଛିନ୍ନ ରୂପରେ ବିଦ୍ୟୁତ ଯୋଗାଣ କରିବା ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।

ବାତ୍ୟା ଭଳି ଜରୁରୀ ସ୍ଥିତି ପାଇଁ ସରକାର ପୂର୍ବରୁ ହିଁ ୧୦୦ ଟି ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲେ । ମହାରାଷ୍ଟ୍ରରୁ ଗୁଜୁରାଟ ପହଞ୍ଚିବା ପରେ ଚକ୍ରବର୍ତ୍ତୀ ବାତ୍ୟା ତାଉ – ତେ ବର୍ତ୍ତମାନ କମଜୋର ହୋଇ ଯାଇଛି । ତାଉ – ତେ କାରଣରୁ ମହାରାଷ୍ଟ୍ର ଓ ଗୁଜୁରାଟ ଦୁଇଟି ରାଜ୍ୟର ବହୁତ କ୍ଷୟକ୍ଷତି ହୋଇଛି । ବର୍ତ୍ତମାନର ନୂଆ ରିପୋର୍ଟ ଅନୁସାରେ ତାଉ – ତେ ବର୍ତ୍ତମାନ ଗୁଜୁରାଟରୁ ଚାଲି ଯାଇଛି । କିନ୍ତୁ ବାତ୍ୟାର ପ୍ରଭାବ ବର୍ତ୍ତମାନ ବି ଅଛି ।

କେତେକ ଅଞ୍ଚଳରେ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ମଧ୍ୟ ଜାରି ରହିଛି । ଗୁଜୁରାଟ ପହଞ୍ଚିବା ପୂର୍ବରୁ ତାଉ-ତେ ମହାରାଷ୍ଟ୍ରର ମୁମ୍ବାଇରେ ବି ବହୁତ କ୍ଷୟକ୍ଷତି କରିଛି । ଏହା ସହିତ ବହୁତ ଲୋକମାନେ ଏହା ଦ୍ଵାରା ପ୍ରଭାବିତ ମଧ୍ୟ ହୋଇଛନ୍ତି । କେତେକ ଲୋକମାନଙ୍କ ଘରର ଛପର ମଧ୍ୟ ଉଡି ଯାଇଛି ।

Leave a Reply

Your email address will not be published. Required fields are marked *