ବାଟ ଜଗିଥିଲା ଯମ! ଶୁଦ୍ଧିକ୍ରିୟା କୁ ଯାଇଥିଲେ ଶବ ହୋଇ ଫେରିଲେ… ସମ୍ପୂର୍ଣ୍ଣ ଖବର ଜାଣି ଅପନକ ଆଖିରେ ଆସିଯିବ ଲୁହ

ବନ୍ଧୁଗଣ ଆଉ କିଛି ବାଟ ଚାଲିବାର ଥିଲା ସମ୍ପର୍କୀୟ ଙ୍କ ଘର । ସମ୍ପର୍କୀୟ ଙ୍କ ଶୁଦ୍ଧିକ୍ରିୟା ଭୋଜିରେ ସାମିଲ ହେବାକୁ ବାଇକ ରେ ଘରୁ ବାହାରି ପଡିଥିଲେ ଦୁଇ ସାଙ୍ଗ ବାଳକୃଷ୍ଣ ଓ ମନିଲ । ପିଲାଟି ଦିନରୁ ଏମାନେ ଦୁହେଁ ଏମିତି ସାଙ୍ଗ ଥିଲେ ଯେ ଦୁହେଁ ଦୁହିଙ୍କୁ ଛାଡି ଟିକେ ମାତ୍ର ରହି ପାରନ୍ତି ନାହି । ସେଥିପାଇଁ ତ ଶୁଦ୍ଧିକ୍ରିୟାରେ ଏକାଠି ସାମିଲ ହେବା ପାଇଁ ବାହାରି ଥିଲେ ଘରୁ ।

ହେଲେ କିଏ ଯାଇଥିଲା ବାଟରେ ଏମାନଙ୍କୁ ଅପେକ୍ଷା କରିଛି ଯମ । ସମ୍ପର୍କୀୟ ଙ୍କ ଶୁଦ୍ଧ ଘରକୁ ଯାଇ ନିଜେ ଶବ ହୋଇ ଗଲେ ଏହି ଦୁଇ ସାଙ୍ଗ । ଦୁର୍ଘଟଣା କଥା ଘରେ ପହଞ୍ଚିବା ପରେ ଭେଣ୍ଡିଆ ପୁଅକୁ ହ-ରା-ଇ ଛାତି ବାଡେଇ କାନ୍ଦୁଛି ମା ଆଉ ବାପା । ଦୁର୍ଘଟଣାର ଚିତ୍ର କୁ ଆପଣ ମାନେ ବି ଭଲରେ ଦେଖନ୍ତୁ । ଏହି ଚିତ୍ର ରେ ଅନୁମାନ କରି ହେଉଛି କେତେ ଭୟଙ୍କର ଥିଲା ଦୁର୍ଘଟଣା ।

ହଁ ଦର୍ଶକ ବନ୍ଧୁ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ଦୁଇ ସାଙ୍ଗଙ୍କର ପ୍ରାଣ ବାୟୁ ଉଡି ଯାଇ ଥିଲା । ଦାରିଙ୍ଗବାଡି ଥାନା 69 ନମ୍ବର ଡବିରି ଠାରେ ଘଟିଥିଲା ଗୁରୁବାର ସନ୍ଧ୍ୟା ରେ ଏଭଳି ଦୁଖଦାୟକ ଘଟଣା । ଦୁଇ ଭେଣ୍ଡିଆ ପୁଅଙ୍କ ସଡକ ଦୁର୍ଘଟଣା ରେ ଜୀବନ ଚାଲିଯିବା ପରେ ଗାଁ ରେ ଏବେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

କେହି ବିଶ୍ଵାସ କରିପାରୁ ନାହାନ୍ତି କି ଶୁଦ୍ଧକ୍ରିୟା ପାଇଁ ଯାଉଥିବା ଏହି ଦୁଇ ସାଙ୍ଗ ଙ୍କ ଅ-କା-ଳ ମୃ-ତ୍ୟୁ ଏମିତି ହେବ । ପରିବାର ଲୋକଙ୍କ କହିବା ଅନୁଯାୟୀ ପିଲେରୀ ଗାଁ ର 3 ଜଣ ଯୁବକ ବାଇକ ଯୋଗେ କେଲାବାଡି ଗାଁ କୁ ଏକ ଶୁଦ୍ଧକ୍ରିୟା ଭୋଜି କୁ ଯାଇ ଘରକୁ ଫେରୁଥିବା ସମୟରେ ଡବିରି ଠାରେ କାର ସହ ବାଇକ ମୁହାଁ ମୁହିଁ ଧକ୍କା ହୋଇଥିଲା ।

ଗୁରତର ଯୁବକ ଙ୍କୁ ଦାରିଙ୍ଗବାଡି ମେଡିକାଲ କୁ ଅଣାଯିବା ପରେ ଡାକ୍ତର ବାଳକୃଷ୍ଣ ମଲ୍ଲିକ ଓ ମନୀଲ ପ୍ରଧାନ ଙ୍କୁ ମୃ-ତ ଘୋଷଣା କରିଥିବା ବେଳେ ଅନ୍ୟ ଜଣେ ଯୁବକ ଏବେ ବି ଗୁରୁତର ଅଛନ୍ତି । ତେବେ ଏହି ଘଟଣା କୁ ନେଇ ଏବ ତଦନ୍ତ ଜାରି ରଖିଛି ପୋଲିସ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *