ବେଡରୁମରେ ବାହାର ଲୋକର ନଜର ପଡିଲେ ମିଳିଥାଏ ଏହି ସଂକେତ- Ajira Anuchinta

ଏହି ଦୁନିଆରେ ସମସ୍ତେ ସୁଖ ଓ ଶାନ୍ତିରେ ରହିବାକୁ ପସନ୍ଦ କରନ୍ତି । କିନ୍ତୁ କେତେକ କ୍ଷେତ୍ରରେ ଆପଣ ଯଦି ସୁଖ ଓ ଶାନ୍ତିର କାମନା କରୁଛନ୍ତି ତେବେ କିଛି ଉପାୟ ମଧ୍ୟ କରିବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବୁ ଯାହାକି ବାସ୍ତୁ ଶାସ୍ତ୍ର ସହ ଜଡିତ ଅଟେ । ଅର୍ଥାତ ଆପଣ ଘରର କିଛି ଜିନିଷ ଓ କିଛି କଥା ପ୍ରତି ଧ୍ୟାନ ରଖିବେ ତେବେ ଆପଣଙ୍କ ଜୀବନରେ ଆସୁବିଧା ନାନା ପ୍ରକାରର ସମସ୍ୟାର ଅନ୍ତ ହୋଇଯିବ । ତାହା ବି ବିନା କୌଣସି ମୂଲ୍ୟରେ ।

· ଯେମିତି କି ପ୍ରତ୍ୟକ ଶୁକ୍ରବାର ଦିନ କିଛି ମିଠା ଖାଦ୍ୟ ଅବଶ୍ୟ ସେବନ କରନ୍ତୁ ଏହା ଦ୍ଵାରା ଆପଣଙ୍କ ଦାମ୍ପତ୍ୟ ଜୀବନରେ ଖୁସିର ଲହରୀ ଖେଳିଯିବ ।

· ସବୁ ଅମାବାସ୍ୟାରେ ଘରର ସବୁ ସ୍ଥାନକୁ ଭଲ ଭାବରେ ସଫା କରନ୍ତୁ । ଏହା ଦ୍ଵାରା ଘରର ନକାରାତ୍ମକ ଶକ୍ତି ଦୂର ହୋଇଯାଏ । ବେଡରୁମକୁ ତ ନିଶ୍ଚିତ ରୂପରେ ସଫା କରନ୍ତୁ ।

· ରୋଷେଇ ଘରେ ମାଟି ପାତ୍ରରେ ଅଳ୍ପ ମହୁ ରଖି ସେହି ମହୁକୁ ସବୁଦିନ ବ୍ୟବହାର କରନ୍ତୁ । ଏହିଭଳି କରିବା ଦ୍ଵାରା ବୈବାହିକ ଜୀବନରେ ମଧୁରତା ଆସିଥାଏ ।

· ସ୍ଵାମୀ ସ୍ତ୍ରୀ ମଧ୍ୟରେ ବିବାଦ ଲାଗି ରହୁଛି ତେବେ ସୋମବାର ଦିନ ଦୁଇ ଜଣ ଦୁଇମୁଖୀ ରୁଦ୍ରାକ୍ଷ ପିନ୍ଧାନ୍ତୁ । ଦେଖିବେ ଏହି ସମସ୍ୟା ଦୂର ହୋଇଯିବ ।

· ଯଦି ସବୁ ସ୍ଵାମୀ ସ୍ତ୍ରୀ ସବୁଦିନ ଓଁ ନମଃ ଶିବାୟ ମନ୍ତ୍ର ଜପ କରୁଛନ୍ତି ତେବେ ସମସ୍ତ ଅଭାବ ଓ ଅସୁବିଧା ଦୂର ହେବ ସହିତ ଜୀବନରେ ସୁଖ ଶାନ୍ତି ନିଶ୍ଚିତ ରୂପରେ ପ୍ରାପ୍ତ ହେବ ।

· ସ୍ଵାମୀ ସ୍ତ୍ରୀଙ୍କୁ କେବେ ବି ଲୁହା ଖଟରେ ଶୋଇବା ଉଚିତ ନୁହେଁ । ଏହିଭଳି କରିବା ଦ୍ଵାରା ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖାଯାଏ ।

· ବେଡରୁମକୁ ଘରର ଦକ୍ଷିଣ ପଶ୍ଚିମ କୋଣରେ ଦିଗରେ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ସମସ୍ତ କାର୍ଯ୍ୟ ପୂର୍ଣ ହୋଇଯିବ ଓ ଦାମ୍ପତ୍ୟ ଜୀବନରେ ବି ଶାନ୍ତି ଆସିବ ।

· ନିଜର ଶୋଇବା ଖଟ ପକାହରେ ଯଦି ଆପଣ ଧଳା ଫୁଲର ଫଟୋ ରଖୁଛନ୍ତି ତେବେ ଏହା ଆପଣଙ୍କ ବୈବାହିକ ଜୀବନରେ ଖୁସି ଆଣିଥାଏ ।

· ମହିଳାମାନଙ୍କ ସାଜ ଜିନିଷ ଅର୍ଥାତ ମେକଅପ ଜିନିଷକୁ କେବେ ବି ଘରର ଶୋଇବା ଘରେ ରଖିବେ ନାହିଁ ଓ କାରଣ ଏହା ଅଶୁଭ ହୋଇଥାଏ ।

· ସ୍ଵାମୀ ସ୍ତ୍ରୀଙ୍କ ଶୋଇବା ଘର ଉପରେ ଯଦି ପାଣି ଟାଙ୍କି ଥାଏ ତେବେ ସେମାନଙ୍କ ସମ୍ପର୍କ ଖରାପ ହୋଇଥାଏ ।

· ସ୍ଵାମୀ ସ୍ତ୍ରୀଙ୍କ ବେଡରୁମ ଉପରେ ଯଦି ବାଥରୁମ ଅଛି ତେବେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହୋଇଥାଏ ।

· ବାହାର ଲୋକଙ୍କୁ କେବେ ବି ସ୍ଵାମୀ ସ୍ତ୍ରୀଙ୍କ ଶୋଇବା ଘରକୁ ଯିବାକୁ ଦିଅନ୍ତୁ ନାହିଁ । ଏହା ଦ୍ଵାରା ଉଭୟଙ୍କ ସମ୍ପର୍କ ଖରାପ ହୋଇଥାଏ ।

· ଶୋଇବା ଘରେ କେବେ ବି ଅନ୍ୟ କୌଣସି ବାହାର ଲୋକର ନଜର ପଡିବା ଭଲ ନୁହେଁ । ନଚେତ ସ୍ଵାମୀ ସ୍ତ୍ରୀ ବିଭିନ୍ନ ଖରାପ କାର୍ଯ୍ୟ ଓ କଥାର ଶିକାର ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *