ମାତ୍ର 4 ବର୍ଷ ବୟସରେ 65 କି. ମି. ରାସ୍ତାକୁ ମାତ୍ର 7 ଘଣ୍ଟାରେ ଆତିକ୍ରମ କରି ଖୁବ ଚର୍ଚ୍ଚାରେ ଥିଲେ Budhia Singh, ଜାଣନ୍ତୁ ଏବେ କେମିତି ଅଛନ୍ତି ଓ କମ କରୁଛନ୍ତି ସେ ?

ବନ୍ଧୁଗଣ, ବର୍ତ୍ତମାନ “ବୁଦ୍ଧିଆ ସିଂହ” ପୁଣିଥରେ ଲୋକ ଲୋଚନ କୁ ଆସିଛନ୍ତି । ବୁଦ୍ଧିଆ ଭୁବନେଶ୍ଵର ଠାରୁ ଆରମ୍ଭ କରି ପୁରୀ ପର୍ଯ୍ୟନ୍ତ କେବଳ ୭ ଘଣ୍ଟା ରେ ଦୌଡି ସାରା ବିଶ୍ଵ ରେ ରେକର୍ଡ କରିଥିଲେ । ଆପଣ ମାନେ ଜାଣିଥିବେ ବର୍ତ୍ତମାନ ଟୋକିଓ ଅଲମ୍ପିକ ରେ “ଦୁତୀ ଚାନ୍ଦ” ଙ୍କ ପଦକ ହାସଲ ଆଶା କୁ ନେଇ ଚର୍ଚ୍ଚା ଚାଲିଅଛି ।

ଏଭଳି ସମୟରେ ବୁଦ୍ଧିଆ କଥା ସମସ୍ତଙ୍କର ମନେ ପଡୁଅଛି । ମାତ୍ର ବର୍ତ୍ତମାନ ସେ କେଉଁଠାରେ ଅଛନ୍ତି ତଥା କଣ କରୁଛନ୍ତି ? ବର୍ତ୍ତମାନ ଆଉ ଦୌଡୁଛନ୍ତି କି ନା ? ଏ ସବୁ କାହାକୁ ଜଣାନାହିଁ । କିନ୍ତୁ ଆଜି ଆମ୍ଭେ ଆପଣଙ୍କ ନିକଟରେ ପ୍ରସିଦ୍ଧ ହୋଇଥିବା “ବୁଦ୍ଧିଆ ସିଂହ” ଙ୍କ ସମ୍ବନ୍ଧରେ କିଛି କହିବାକୁ ଯାଉଅଛୁ ।

ଆପଣ ମାନେ ନିଶ୍ଚିତ ୨୦୦୬ ମସିହାରେ ମାତ୍ର ୪ ବର୍ଷ ବୟସରେ “ବୁଦ୍ଧିଆ ସିଂହ” କୁ ଭୁବନେଶ୍ଵର ରୁ ପୁରୀ ମଧ୍ୟକୁ ଯାଉଥିବା ୬୫ କି.ମି ରାସ୍ତା କୁ କେବଳ ୭ ଘଣ୍ଟା ରେ ଅତିକ୍ରମ କରୁଥିବାର ଦୃଶ୍ୟ ଟିଭି ପରଦାରେ ଦେଖିଥିଲେ । ଏହି ବାହାଦୁରତା ପାଇଁ ସେ ଲିମକା ବୁକ ଅଫ ରେକର୍ଡ ରେ ସାମିଲ ମଧ୍ୟ ହୋଇଥିଲେ । କ୍ରମଶ ଦୌଡ ପ୍ରତି ତାଙ୍କର ଆଗ୍ରହ ବଢିଥିଲା ।

ଏହାପରେ ସେ ଅନେକ ମାରାଥନ ରେ ମଧ୍ୟ ଦୌଡିବା ସହିତ ସେଠାରେ ସଫଳ ହୋଇ ପୁରସ୍କୃତ ମଧ୍ୟ ହୋଇଥିଲେ । ଭୁବନେଶ୍ଵର ର ଭରତପୁର ବସ୍ତି ରେ ବୁଦ୍ଧିଆ ତାଙ୍କ ମା “ସୁକାନ୍ତି” ଏବଂ ତାଙ୍କ ଦୁଇ ଭଉଣୀ ସମେତ ରୁହନ୍ତି । ବୁଦ୍ଧିଆ ଙ୍କର ଏହି ସଫଳତା କୁ ଦେଖି ସମସ୍ତେ ଚିନ୍ତା କରିଥିଲେ ଯେ ବୁଦ୍ଧିଆ ଆମ ଦେଶ ଭାରତ ନିମନ୍ତେ ଅଲମ୍ପିକ ରେ ସ୍ଵର୍ଣ୍ଣ ପଦକ ହାସଲ କରିବେ । କେତେକ ବ୍ୟକ୍ତି ବୁଦ୍ଧିଆ ଙ୍କୁ ଦ୍ଵିତୀୟ ମିଲଖା ସିଂହ ମଧ୍ୟ ମାନ୍ୟତା ଦେଇଥିଲେ । ମାତ୍ର ଅନେକ ଦିନ ହେବ ବୁଦ୍ଧିଆ ଙ୍କୁ କେହି ଦୌଡୁ ଥିବାର ଦେଖି ନାହାଁନ୍ତି ।

ବୁଦ୍ଧିଆ ଙ୍କ ପରିବାର ଲୋକେ କୁହନ୍ତି ଯେ, ରାଜ୍ୟ ସରକାର ଏବଂ କୋଚ ବିରଞ୍ଚି ଦାସ ତାଙ୍କୁ ଶୋଷଣ କରିଛନ୍ତି । ଯାହା ଫଳରେ ସେ ଦିଲ୍ଲୀ ସ୍ନାତକ ହାସଲ ନିମନ୍ତେ ଯାଇଛନ୍ତି । ମାତ୍ର ଏଭଳି ଅନ୍ୟାୟ କାରଣରୁ ସେ ସେଠାରେ ରହିବାକୁ ପସନ୍ଦ କରିନଥିଲେ । ସରକାର ତାଙ୍କୁ ସବୁ ଆବଶ୍ୟକୀୟ ସୁବିଧା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାରର ସୁବିଧା ପ୍ରଦାନ କରି ନାହାନ୍ତି । ବୁଦ୍ଧିଆ ଙ୍କୁ ଏ ନେଇ ଫୋନ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲା ମାତ୍ର ସେ ନିଜ ଅତୀତ ସମ୍ବନ୍ଧରେ କିଛି କହିବାକୁ ଚାହୁଁ ନାହନ୍ତି ବୋଲି କହିଥିଲେ ।

ସେ ନିଜର ଠିକଣା ମଧ୍ୟ କହିଲେ ନାହିଁ ଯେ କେଉଁଠାରେ ରହୁଛନ୍ତି ଅଥବା କଣ କରୁଛନ୍ତି ଇତ୍ୟାଦି । ୨୦୦୨ ମସିହାରେ ବାପା ଙ୍କ ଦେହାନ୍ତ ପରେ ବୁଦ୍ଧିଆ ଙ୍କ ମା’ ବାସନ ମାଜି ଘର ଚଳାଉଥିଲେ । ସାଲିଆ ସାହି ବସ୍ତି ର ବାସିନ୍ଦା ତଥା ସଂଘ ର ତତ୍କାଳୀନ ସଭାପତି “ବିରଞ୍ଚି ଦାସ” ବୁଦ୍ଧିଆ ଙ୍କ ବିଷୟରେ ଜାଣି ତାଙ୍କୁ ପୋଷ୍ୟ ପୁତ୍ର ଭାବରେ ଗ୍ରହଣ କରିଥିଲେ । ବୁଦ୍ଧିଆ କୁ ଦୌଡିବା ନିମନ୍ତେ ଉତ୍ସାହିତ କରିଥିଲେ । ବୁଦ୍ଧିଆ ସମୁଦାୟ ୪୮ ଟି ମାରାଥନ ରେ ଦୌଡିଥିଲେ । ଏହାପରେ ବୁଦ୍ଧିଆ ଦୌଡିବାକୁ ଆଉ ପସନ୍ଦ କରିଲେ ନାହିଁ ।

ମାତ୍ର କ୍ରିଡା ସମ୍ପାଦକ ସମ୍ବିତ ମହାପାତ୍ର କହିଛନ୍ତି ଯେ, ବୁଦ୍ଧିଆ ଙ୍କୁ ଧୁତି ଚାନ୍ଦ ଙ୍କ ସହିତ କେବେ ମଧ୍ୟ ତୁଳନା କରି ପାରିବା ନାହିଁ । ଧୁଟୀ ନିଜ ଜୀବନରେ ବହୁତ ସଂଘର୍ଷ କରିଛନ୍ତି କିନ୍ତୁ ବୁଦ୍ଧିଆ ସେ ସବୁର ସାମ୍ନା ମଧ୍ୟ କରି ନାହାନ୍ତି । ବୁଦ୍ଧିଆ ନିଜ ସ୍ଵପ୍ନ ସାକାର କରିବାକୁ ଯାଇ ଟ୍ଵିଟର ରେ ନିଜର ଏକ ଆକାଉଣ୍ଟ ମଧ୍ୟ ଖୋଲିଛନ୍ତି । ଏଥିରେ ତାଙ୍କର କିଛି ଫଟୋଚିତ୍ର ର ଅହିଅଛି । ଏଥିରୁ ପାଣ୍ଠି ମଧ୍ୟ ସଂଗ୍ରହ କରାଯାଉଅଛି । ଏହି ସହାୟତା ବୁଦ୍ଧିଆ ଙ୍କୁ ତାଙ୍କ ଅଲମ୍ପିକ ସ୍ଵପ୍ନ ସାକାର କରିବାରେ ସହାୟତା କରିବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *