ଚାଷୀ ଝିଅ ରଚିଲେ ଇତିହାସ, ଏକାସାଙ୍ଗରେ ୩ ଉଭଣୀ ହେଲେ ଅଫିସର…. ଏମାନଙ୍କ ସଂଘର୍ଷର କାହାଣୀ ଅନେକଙ୍କ ପାଇଁ ସାଜିଛି ଉଦାହରଣ

ନମସ୍କାର ବନ୍ଧୁଗଣ । ଆମ ଦେଶରେ ଝିଅ ମାନଙ୍କୁ ବୋଝ ମନେ କରାଯାଏ । କିଛି ଲୋକ ମାନେ ଝିଅ ମାନଙ୍କୁ କମ ବୟସରୁ ବିବାହ କରି ଦିଅନ୍ତି ତ ଆଉ କିଛି ଲୋକ ମାନେ ଝିଅ ମାନଙ୍କୁ ପାଠ ନ ପଢାଇ ଅନ୍ୟ କିଛି କାମରେ ଲଗାଇ ଦିଅନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏହି ଝିଅ ମାନଙ୍କୁ ନେଇ ଏମିତି ଏକ କାହାଣୀ ନେଇ ଆସିଛୁ ଯାହାକୁ ଶୁଣିବା ପରେ ଆପଣ ମାନଙ୍କର ଚିନ୍ତାଧାରା ବଦଳି ଯିବ । ଆଜିର ଆମ ଏହି ଲେଖାରେ ଏମିତି ଏକ କାହାଣୀ ରହିଛି ଯେଉଁଥିରେ ତିନି ଭଉଣୀ ସାଙ୍ଗ ହୋଇ ଅଫିସର ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା ପୁରା ଘଟଣା ର ସତ୍ୟତା କଣ ରହିଛି ।

ଏହି କାହାଣୀ ଟି ରାଜସ୍ଥାନ ର ଯେଉଁଠାରେ ତିନି ଭଉଣୀ ପ୍ରଶାସନିକ ପରୀକ୍ଷାରେ ପାସ କରି ଇତିହାସ ସୃଷ୍ଟି କରିଛନ୍ତି । ରାଜସ୍ଥାନ ହନୁମାନ ଗଡ ଜିଲ୍ଲାର ରାୱତ ସହଦେବ ଜଣେ ସଦାହରଣ ଚାଷୀ ଆତନ୍ତି । ତାଙ୍କର ୫ଟି ଝିଅ ଅଛନ୍ତି ଯାହାଙ୍କର ନାଁ ହେଉଛି ମଞ୍ଜୁ, ଅଂଶୁ, ରିତୁ, ସୁମନ ଓ ରୋମା ଅଟେ । ସହଦେବଙ୍କର ଦୁଇ ଝିଅ ପ୍ରଶାସନିକ ପରୀକ୍ଷାରେ ପାସ କରି ସଫଳତା ହାସଲ କରିଥିଲେ । ବର୍ତ୍ତମାନ ଅନ୍ୟ ତିନି ଜଣକ ଝିଅ ଏକା ସାଙ୍ଗରେ ପ୍ରଶାସନିକ ପରୀକ୍ଷାରେ ପାସ କରି ଇତିହାସ ରଚିଛନ୍ତି ।

ନିଜ ମନରେ ଇଚ୍ଛା ଶକ୍ତି ଓ ଦୃଢ ମନୋବଳ ଥିଲେ ସବୁ କିଛି ସମ୍ଭବ ବୋଲି ଏହି ୫ ଭଉଣୀ ପ୍ରମାଣ କରି ଦେଖାଇଛନ୍ତି । ଏହି ୫ ଜଣ ଭଉଣୀ ମଧ୍ୟରୁ ଗୋଟେ ଭଉଣୀ ୨୦୧୨ ରେ ରାଜ୍ୟ ପ୍ରଶାସନିକ ସେବାରେ ସହକାରିକ ବିଭାଗରେ ଚୟନ ହୋଇଥିବା ବେଳେ ଅନ୍ୟ ଜଣେ ୨୦୧୦ରେ ରାଜସ୍ଥାନ ପ୍ରଶାସନିକ ସେବା ପରୀକ୍ଷା ପାସ କରି ବର୍ତ୍ତମାନ ବିଡିଓ ଭାବେ ନିଯୁକ୍ତି ହୋଇଛନ୍ତି । ବର୍ତ୍ତମାନ ଅଂଶୁ, ରିତୁ ଓ ସୁମନ ଏକା ସହ ଆରଏଏସ ପରୀକ୍ଷା ପାସ କରିଛନ୍ତି ।

ରାଜସ୍ଥାନ ପ୍ରଶାସନିକ ପରୀକ୍ଷାରେ ଅଂଶୁ ୩୧ RANK, ରିତୁ ୯୬ RANK ଓ ସୁମନ ୯୮ RANK ହାସଲ କରିଛନ୍ତି । ଏହି ୫ ଭଉଣୀଙ୍କ ପାଠପଢା ପାଇଁ ତାଙ୍କ ପିତା ସହଦେବ ଗାଁ ଛାଡି ଜୟପୁର ଚାଲି ଆସିଥିଲେ । ନିଜ ପିଲାଙ୍କୁ ମଣିଷ କରିବା ପାଇଁ ସହଦେବ କଠିନ ପରିଶ୍ରମ କରିଥିଲେ ଯାହାର ମୂଲ୍ୟ ଆଜି ସେ ପାଇଛନ୍ତି । ପୂର୍ବରୁ ଦୁଇ ଭଉଣୀ ପ୍ରଶାସନିକ ଥିବାରୁ ଏବେ ଆଉ ତିନି ଭଉଣୀ ସେମାନକ ଠାରୁ ପ୍ରେରଣା ପାଇ ପ୍ରଶାସନିକ ପରୀକ୍ଷାରେ ପାସ କରିଛନ୍ତି ।

ଏହି ୫ ଭଉଣୀଙ୍କର ଭାଇ ମଧ୍ୟ ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ତିନି ଭଉଣୀଙ୍କର ଏଭଳି କାମ ଦେଖିବା ପରେ ପୁରା ରାଜସ୍ଥାନରେ ଚର୍ଚ୍ଚାର ବିଷୟ ହୋଇ ପଡିଛି । ଏହି କାହାଣୀରୁ ସ୍ପଷ୍ଟ ହେଉଛି ଯେ ଝିଅ ମାନେ ବୋଝ ନୁହେ ବରଂ ସେମାନେ ନିଜ ପରିବାର ପାଇଁ ଭବିଷ୍ୟତରେ ନାଁ ରଖିବା ପାଇଁ କଠିନ ପରିଶ୍ରମ କରିଥାନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *