ଭଗବାନ ଆପଣଙ୍କୁ କେମିତି ଦିଅନ୍ତି କର୍ମର ଫଳ- Garuda Purana

ବନ୍ଧୁଗଣ ପ୍ରତ୍ୟକ ମନୁଷ୍ୟକୁ ନିଜ କର୍ମର ଫଳ ନିଶ୍ଚିତ ମିଳିଥାଏ । ମନୁଷ୍ୟ ଜଣକ ଯେଉଁଭଳି କର୍ମ କରିବ ସେହିଭଳି ଫଳ ମଧ୍ୟ ପାଇବ । ମନୁଷ୍ୟର ସମସ୍ତ କର୍ମ ତାହାର ଭଲ ମନ୍ଦ କାର୍ଯ୍ୟକୁ ନେଇ ଆଧାରିତ ହୋଇଥାଏ । ବନ୍ଧୁଗଣ କିଛି କର୍ମର ଫଳ ତୁରନ୍ତ ମିଳିଥାଏ ମାତ୍ର କିଛି କର୍ମର ଫଳ ଆଗାମୀ ଜନ୍ମରେ ମିଳିଥାଏ । ଆସନ୍ତୁ ଜାଣିବା କିଭଳି ଦିଅନ୍ତି ଭଗବାନ ଶ୍ରୀ କୃଷ୍ଣ ଆମ କର୍ମର ଫଳ । ବନ୍ଧୁଗଣ ଯଦି ଆମେ କୌଣସି ରୋଗରେ ପୀଡିତ ଅଛୁ ତେବେ ଯଦି ଆମେ ସଠିକ ଉପାୟ ସ୍ଵୋରୂପ ତାହାର ନିରାକରଣ ତଥା ଔଷଧ ସେବନ କରିବା ତେବେ ନିଶ୍ଚିତ ଆମେ ଭଲ ହେଇଯିବା ।

ମାତ୍ର ଯଦି ଆମେ କାହା ସାଙ୍ଗରେ ଶତ୍ରୁତା ରଖିବା ତାକୁ ମା ରପିଟ କରିବା ତେବେ ତାହାର ଫଳ ପାଇଁ ଆମକୁ ଅପେକ୍ଷା କରିବାକୁ ହେବ । ଏଭଳି ହେଇପାରେ ଯଦି ଆପଣ ଚୋରୀ ଏବଂ କାହାକୁ ମାର ପିଟ କରିଛନ୍ତି ତେବେ ସେ ପୋଲିସ ପାଖକୁ ଯାଉଛି ଆପଣଙ୍କ ବିରୁଦ୍ଧରେ କମ୍ପ୍ଲେନ ଦେବାକୁ ଏବଂ ରାସ୍ତାରେ ତାହାର ଆକ୍ସିଡେଣ୍ଟ ହେଇଯାଉଛି ସେହି ବ୍ୟକ୍ତି ଜଣକ ପ୍ରାଣ ତ୍ୟାଗ କରୁଛି ।

ଏଭଳି କ୍ଷେତ୍ରରେ ଆପଣଙ୍କୁ ସଜା କେଉଁଟି ମିଳିବ । ମାତ୍ର କର୍ମର ଅଟଳ ସିଦ୍ଧାର୍ଥ ଅଟେ, କର୍ମ ଭଲ ହେଉ କିମ୍ବା ମନ୍ଦ ତାହାର ଫଳ ଅବଶ୍ୟ ମିଳିବ । ଚାହେ ଆପଣଙ୍କୁ ଆପଣଙ୍କ ଫଳ ଏହି ଜନ୍ମରେ ମିଳୁ ଅଥବା ଆଗାମୀ ଜନ୍ମରେ ଫଳ ମିଳିବ ନିଶ୍ଚିତ ଏହା ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ।

ଭଗବାନ ଶ୍ରୀ କୃଷ୍ଣ ଭଗବତ ଗୀତାରେ କହିଛନ୍ତି,- କର୍ମ କରିବା ଆପଣଙ୍କ ହାତରେ ମାତ୍ର ସେହି କର୍ମର ଫଳ ସ୍ୱରୂପ ପାଇବା ଆପଣଙ୍କ ହାତରେ ନଥାଏ । ସେଥିପାଇଁ ଆପଣଙ୍କୁ ଆପଣଙ୍କ କର୍ମ ନିଷ୍କାମ କର୍ମ ଯୋଗ ରୀତିରେ କରିବାକୁ ହେବ । ଅର୍ଥାତ ଆପଣ ଯଦି ଭଲ କର୍ମ କରନ୍ତି ତେବେ ଆପଣଙ୍କୁ ଭଲ ଫଳ ମଧ୍ୟ ମିଳିଥାଏ ।

ମାତ୍ର ଯଦି ଆପଣ ମନ୍ଦ କର୍ମ କରିଥାନ୍ତି, ତେବେ ଆପଣଙ୍କୁ ତାହାର ମନ୍ଦ ଫଳ ମଧ୍ୟ ନିଶ୍ଚିତ ମିଳିଥାଏ । ଭଗବାନ କହିଛନ୍ତି ଯେ କର୍ମର ଗତିରୁ କେହି ମଧ୍ୟ ବଞ୍ଚିପାରନ୍ତି ନାହିଁ । ବନ୍ଧୁଗଣ ଆପଣ ସମସ୍ତେ ଦେଖିଥିବେ ଏହିପରିକି ରାଜା ଦଶରଥ, ଶ୍ରୀ ରାମ, ଶ୍ରୀ କୃଷ୍ଣ, ଅଥବା ଧୃତରାଷ୍ଟ ମଧ୍ୟ ନିଜ କର୍ମର ଫଳ ପାଇଛନ୍ତି । ଯେପରି ଶ୍ରୀ କୃଷ୍ଣଙ୍କର ପ୍ରାଣ ତ୍ୟାଗ ଜଣେ ଏକାଲିହୟା ଦ୍ଵାରା ହୋଇଥିଲା ।

ଏକାଲିହୟା ସେହି ବାଳି ଅଟନ୍ତି ଯାହାକୁ ପ୍ରଭୁ ଶ୍ରୀ ରାମ ଧୋକାରେ ତିର ମାରିଥିଲେ । ଏହା ଶ୍ରୀ ରାମ ଧୋକା ଦେଇ କରିଥିବାରୁ ତାହାର ଫଳ ପ୍ରଭୁଙ୍କୁ ଶ୍ରୀ କୃଷ୍ଣ ଜନ୍ମରେ ମିଳିଲା । ଏଣୁ ଭଗବତ ଗୀତାରେ ଦର୍ଶାଯାଇଛି ଯେ ମନୁଷ୍ୟର କର୍ମର ଫଳ ତାକୁ ଅବଶ୍ୟ ମିଳିଥାଏ ।

ମାତ୍ର ସେଥିରେ ଅଳ୍ପ ବହୁତ ବିଳମ୍ବ ହୋଇଥାଏ କିନ୍ତୁ ଯେଉଭଳି କର୍ମ ସେ କରେ ସେହିଭଳି ଫଳ ମଧ୍ୟ ପାଇଥାଏ । ଏଣୁ ବନ୍ଧୁଗଣ ବୁଝିବିଚାରୀ କର୍ମ କରନ୍ତୁ ଯେଉଁଥିରେ ଆପଣଙ୍କର ମଙ୍ଗଳ ହେବ ସେହିଭଳି କର୍ମ କରନ୍ତୁ । ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *