ଭଗବାନଙ୍କୁ ରସୁଣ ଓ ପିଆଜ କଣ ପାଇଁ ଅର୍ପଣ କରାଯାଏ ନାହିଁ ?

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଭାରତରେ ଅନେକ ଧର୍ମ ଲୋକ ବାସ କରନ୍ତି ଓ ପ୍ରଜାତିର ମଧ୍ୟ, ତେବେ ଏହି ଲୋକ ଏକାଠି ରୁହନ୍ତି ଓ ଭାଇ ଚାରା ଗଢିଥାନ୍ତି । ଏହି ଧର୍ମ ମାନଙ୍କ ମଧ୍ୟରୁ ହିନ୍ଦୁ ଧର୍ମ ଏକ ଏମିତିକା ଧର୍ମ ଯାହା ପୁରା ଭାରତରେ ବିଖ୍ୟାତ ଅଟେ ।

ଏହି ଧର୍ମରେ ୩୬ କୋଟି ଦେବତାଙ୍କୁ ପ୍ପୁଜା କରା ଯାଇଥାଏ, ତେବେ ସବୁ ଧର୍ମରେ କିଛି ନା କିଛି ନିୟମ କରା ଯାଇଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏହା କହିବାକୁ ଯାଉଛୁ ଯେ ଭଗବାନ ମାନଙ୍କୁ ରସୁଣ ବା ପିଆଜ ଭୋଗ ଭଳି ଅର୍ପଣ କଣ ପାଇଁ କରା ଯାଏ ନାହିଁ ।

ଏହି ସନ୍ଦର୍ଭରେ ଗୋଟେ ପୋରାଣିକ କଥା କୁହା ଯାଇଛି । କଥା ଅନୁଯାଇ ଅମୃତ ମନ୍ଥନ ସମୟରେ ଯେତେବେଳେ ଅମୃତ ବାହାରିଥିଲା ତାହା ପରେ ରାକ୍ଷାଶ ମାନେ ତାକୁ ପାଇଥିଲେ ଓ ଭୁଲ ହାତରେ ଅମୃତ ଯିବାରୁ ଭଗବାନ ଶ୍ରୀ କୃଷ୍ଣ ମିହିନୀ ରୂପ ଧାରଣ କରିଥିଲେ ଓ ରାକ୍ଷାଶ ମାନଙ୍କ ଠାରୁ ଅମୃତ ନେଇ ଦେବତା ମାନଙ୍କୁ ପାନ କରାଇଥିଲେ କିନ୍ତୁ ଦୁଇ ରାକ୍ଷାଶ ରାହୁ ଓ କେତୁ ଦେବତାଙ୍କ ସମ୍ମୁଖ ଆସି ବସିଥିଲେ ଯାହା ପରେ ତାଙ୍କୁ ମଧ୍ୟ ଅମୃତ ପାନ କରିବାକୁ ମିଳିଥିଲା ।

Image Courtesy: Google

କିନ୍ତୁ ଅମୃତ ପାନ କରିବା ପରେ ଚନ୍ଦ୍ରମା କହିଲେ ଯେ ରାକ୍ଷସ ଅଟାନ୍ତି ଏହି କଥା ଶୁଣିବା ମାତ୍ରେ ଶ୍ରୀ କୃଷ୍ଣା ନିଜ ଚକ୍ର ଦ୍ଵାରା ଦୁହିଙ୍କ ମୁଣ୍ଡ କାଟିଥିଲେ । କିନ୍ତୁ ମୁଖରେ ଅମୃତ ରହିବା କରାଣରୁ ଦୁହିଙ୍କ ମୁଣ୍ଡ ବଞ୍ଚିଥିଲା କିନ୍ତୁ ଦୁହିଙ୍କ ଶରୀର ନଷ୍ଟ ହୋଇଯାଇଥିଲା । ଯେତେବେଳେ ଭଗବାନ ଶ୍ରୀ କୃଷ୍ଣ ଦୁହିଙ୍କ ମୁଣ୍ଡ କାଟିଲେ ସେହି ସମୟରେ ଦୁଇ ରାକ୍ଷାଶଙ୍କ ବେକରୁ କିଛି ରକ୍ତ ଜମିରେ ପଡିଲା ଯାହା ରସୁଣ ଓ ପିଆଜ ହୋଇଥିଲେ ସେଥିପାଇଁ ରସୁଣ ଓ ପିଆଜରେ ଅମୃତ ଗୁଣ ଅଛି ଓ ଯେହେତୁ ଏହା ରାକ୍ଷାଶଙ୍କ ପାଟିରୁ ପଡିଥିଲା ଏହା ବହୁତ ଗନ୍ଧ ହୋଇଥାଏ ।

Image Courtesy: Google

ସେହି ସମୟରେ ପିଆଜ ଓ ରସୁଣ ଜନ୍ମ ହୋଇଥିଲେ ଓ ମଣିଷ ଉପକାର ପାଇଁ ଭଗବାନ ଶ୍ରୀ କୃଷ୍ଣ ଏହାକୁ ପୃଥିବୀରେ ପଠାଇଲେ କିନ୍ତୁ ଯେହେତୁ ଏହା ରାକ୍ଷାଶଙ୍କ ରକ୍ତରେ ଜନ୍ମ ହୋଇଛନ୍ତି ସେଥିପାଇଁ ରସୁଣ ଓ ପିଆଜ ଭଗବାନ ମାନଙ୍କ ଉପରେ ଅର୍ପଣ କରା ଯାଇ ନଥାନ୍ତି । ବ୍ରାହ୍ମଣ ମାନେ ଭଗବାନ ମାନଙ୍କ ପୂଜା ଇତ୍ୟାଦି କରନ୍ତି ସେଥିପାଇଁ ସେମାନେ ମଧ୍ୟ ପିଆଜ ରସୁଣ ସେବନ କରନ୍ତି ନାହିଁ କାହିଁକିନା ତାଙ୍କ ପାଇଁ ପିଆଜ ରସୁଣ ମାଂସ ସହିତ ସମାନ ଅଟେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *