ଭଗବାନ କହିଛନ୍ତି ବ୍ଦାନ ପୂଣ୍ୟ କରିବା ବହୁତ ଭଲ ହୋଇଥାଏ ଏହା ଦ୍ଵାରା ମଣିଷ ନିଜ ଆତ୍ମାକୁ ସୁଧ କରିଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେ କିଛି ଜିନିଷ କେବେ ବି ଦାନ କରିବା ଉଚିତ ନୁହଁ ଏହା କରିବା ଦ୍ଵାରା ଆପଣଙ୍କ ଘର ସୁଖ ଶାନ୍ତି ନଷ୍ଟ ହୋଇଥାଏ ଆଉ ଆପଣ ଦରିଦ୍ର ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ଦାନ କରିବା ଉଚିତ ନୁହ ।
ବିବାହିତା ମହିଳାଙ୍କ ଜିନିଷ :
ଶାସ୍ତ୍ର ଅନୁଯାଇ ବିବାହିତା ମହିଳାଙ୍କ କିଛି ବି ଜିନିଷ ଦାନ କରିବା ଉଚିତ ନୁହଁ ଏହା ଦ୍ଵାରା ଆପଣଙ୍କ ସ୍ବାମୀଙ୍କ ଜୀବନ ପ୍ରତି ବିପଦ ଆସିଥାଏ । ତେବେ କଣ ଆପଣ ଜାଣିଛନ୍ତି ଯେଉଁ ସ୍ତ୍ରୀ ନିଜ ପାଉଁଜି, ପାଦ ମୁଦି, କାନ ବା ଅନ୍ୟ ଗହଣା କାହାକୁ ଦାନ କରିଥାଏ ସେ ବହୁତ ଶୀଘ୍ର ଦରିଦ୍ର ହୋଇଥାଏ ଆଉ ସେହି ଭଳି ଲୋକଙ୍କ ଜୀବନରେ କେବେ ସୁଖ ଆସି ନଥାଏ ।
ଝାଡୁ :
ଝାଡୁକୁ ମାତା ଲକ୍ଷ୍ମୀ କୁହା ଯାଏ ସେଥିପାଇଁ କେବେ ବି ଝାଡୁ କାହାକୁ ଦାନ କରନ୍ତୁ ନାହିଁ ଆଉ ଭୁଲରେ ବି କାହା ପାଇଁ ଝାଡୁ କିଣିକି ଆଣନ୍ତୁ ନାହିଁ କିନ୍ତୁ ଯଦି ଆପଣ ଏମିତି କିଛି କରୁଛନ୍ତି ତେବେ ତାଙ୍କ ଠାରୁ ଟଙ୍କା ତୁରନ୍ତ ନିଅନ୍ତୁ ନଚେତ ମତ ଲକ୍ଷ୍ମୀ ଆପଣଙ୍କ ଘର ଛାଡି ଚାଲି ଯିବେ ।
ତାୱା :
ସମସ୍ତଙ୍କ ଘରେ ବେଲଣା କାଠି ଥିବା ଆଉ ତାୱା ମଧ୍ୟ ଥିବ ତେବେ ଭୁଲରେ ବି କାହାକୁ ନିଜ ଘର ର ଏହି ସବୁ ରୋଷେଇ ଜିନିଷ ଦାନ କରନ୍ତୁ ନାହିଁ ନଚେତ ଆପଣଙ୍କ ଘର ସବୁ ବୈଭବ ତାଙ୍କ ପାଖକୁ ଚାଲି ଜୀବ ଆଉ ଆପଣ ଜୀବନରେ ଦରିଦ୍ରତା ଦେଖିବାକୁ ପାଇବେ । ତେବେ ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ତାୱା ଉପରେ ପ୍ରଥମ ରୁଟି ମାତା ଲକ୍ଷ୍ମୀଙ୍କ ନାର ହୋଇଥାଏ ତେବେ ମାତାଙ୍କ ଜିନିଷ କାହାକୁ ଦାନ କଲେ ଆପଣଙ୍କୁ ସମୃଦ୍ଧି କେବେ ପ୍ରାପ୍ତ ହୋଇନଥାଏ । ଆପଣଙ୍କ ଇଛା ଯଦି ଅଛି ତେବେ ନୂଆ କିଣିକି ଦାନ କରନ୍ତୁ କିନ୍ତୁ ନିଜ ଘରର ବ୍ୟବହାର ହଉଥିବା ଜିନିଷ ନୁହ ।
ଦହି :
ସନ୍ଧ୍ୟା ସମୟରେ କେହି ବି ଆସିଲେ ଭୁଲରେ ବି ତାଙ୍କୁ ଦହି ବା କ୍ଷୀର ଏହି ଭଳି ଜିନିଷ ଦାନ କରନ୍ତୁ ନାହିଁ ଏହା ଛଡା କ୍ଷୀର ତିଆରି କିଛି ବି ଜିନିଷ ସନ୍ଧ୍ୟାରେ ଦାନ କରନ୍ତୁ ନାହିଁ ।