ଯଦି ଏହି ୫ଟି ସ୍ଵପ୍ନ ଆପଣ ଦେଖୁଛନ୍ତି ତ ଭୁଲରେ ବି କାହାକୁ କୁହନ୍ତୁ ନାହିଁ, ନଚେତ….

ସ୍ଵପ୍ନ ମଣିଷ ଜୀବନ ଏମିତି ଗୋଟେ ଅଂସ ଯାହା ସମସ୍ତଙ୍କ ଜୀବନରେ ଆସିଥାଏ । ମଣିଷ ଶୋଇବା ବେଳେ ସ୍ଵପ୍ନ ଦେଖିଥାଏ କିନ୍ତୁ ସବୁ ସ୍ଵପ୍ନ ତାଙ୍କୁ ମନେ ରୁହେ ନାହିଁ କଣ ଆପଣ ଏହା ଜାଣିଛନ୍ତି ଯେ ଜୀବନ ସାରା ମଣିଷ ସ୍ଵପ୍ନ ଦେଖିଥାଏ ଆଉ ଏହାର କିଛି ଅର୍ଥ ମଧ୍ୟ ହୋଇଥାଏ କିଛି ସ୍ଵପ୍ନ ଭଗବାନ ସଂକେତ ଭାବରେ ଦେଇଥାନ୍ତି କିନ୍ତୁ ମଣିଷ ନିଜ ଭୁଲ କାରଣ ପାଇଁ ଏହାର ଲାଭ ନେଇ ପାରେ ନାହିଁ । ଆମ ମଧ୍ୟରୁ ବହୁତ ଏମିତି ଲୋକ ହୋଇଥିବେ ଯିଏ ଖରାପ ସ୍ଵପ୍ନ ହେଉ ବା ଭଲ ସ୍ଵପ୍ନ କାହାକୁ ନକହିଲେ ରହି ପାରନ୍ତି ନାହିଁ, କିନ୍ତୁ ଶାସ୍ତ୍ରରେ ଏହା ଉଲ୍ଲେଖ କରା ଯାଇଛି ଯେ ଯଦି ଆପଣ ସ୍ଵପ୍ନ ବିଷୟରେ କାହାକୁ କୁହନ୍ତି ତେବେ ଆପଣଙ୍କୁ ଭଲ ଶୁଭ ସଂକେତ ମିଳିନଥାଏ ଆପଣଙ୍କୁ ନିଜ ସ୍ଵପ୍ନ ବିଷୟରେ କାହାକୁ କିଛି କହିବା ଉଚିତ ନୁହଁ ।

ପ୍ରକୃତି :

ଯଦି ଆପଣ ନିଜ ସ୍ଵପ୍ନରେ ନିଜକୁ ପାହାଡ ବା ଝରଣା ବା ପ୍ରାକୃତିକ ଜିନିଷ ପାଖରେ ଦେଖିଥାନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ବହୁତ ଶୀଘ୍ର ବହୁତ ବଡ ସଫଳତା ମିଳିବାକୁ ଯାଉଛି । ବହୁତ ସମୟ ଧରି ଆପଣ ଯେଉଁ କାର୍ଯ୍ୟରେ ମନ ଦେଇ କାମ କରୁଥିଲେ ତାହା ସଫଳ ହବାକୁ ଯାଉଛି କିନ୍ତୁ ମନେ ରଖନ୍ତୁ ଯଦି ଆପଣ ଏହି ସ୍ଵପ୍ନ ବିଷୟରେ କାହାକୁ କୁହନ୍ତି ତେବେ ଆପଣଙ୍କୁ ଏହାର ଫଳ ପ୍ରାପ୍ତ ହବ ନାହିଁ ସେଥିପାଇଁ କାହାକୁ କିଛି କୁହନ୍ତୁ ନାହି ।

ଜୀବନ ଯିବା:

ଯଦି ମଣିଷ ସ୍ଵପ୍ନରେ ନିଜର ବା ଅନ୍ୟ କାହା ଜୀବନ ଯିବାର ଦେଖିଥାଏ ତେବେ ସେ ବହୁତ ଡଋ ଯାଇଥାଏ କିନ୍ତୁ ଆପଣଙ୍କୁ ଏହା କରିବାର ନାହିଁ ଆପଣ ଭୁଲରେ ବି ଏହି କାମ କରନ୍ତୁ ନାହିଁ ଆପଣ ଯଦି ଏହି ଭଳି ସ୍ଵପ୍ନ ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ ବହୁତ ଶୀଘ୍ର ସବୁ ସମସ୍ଯା ସମାଧାନ ହବାକୁ ଯାଉଛି ଆଉ ଆପଣ ନିଜ ଜୀବନରେ ବହୁତ ସୁଖ ପାଇବେ ।

ସାପ :

ବହୁତ ଲୋକ ସ୍ଵପ୍ନରେ ସାପ ଦେଖି ଡଋ ଯାଇଥାନ୍ତି କିନ୍ତୁ ଚିନ୍ତା କରନ୍ତୁ ନାହିଁ ସ୍ଵପ୍ନରେ ସାପ ଦେଖିବା ଅର୍ଥ ବହୁତ ଶୀଘ୍ର ଆପଣଙ୍କ ଆର୍ଥିକ ଲାଭ ମିଳିବାକୁ ଯାଉଛି ଆପଣ ନିଜ ଜୀବନରେ ତାହା ପାଇ ପାରିବେ ଯାହା ଅନ୍ୟ ମାନେ ପରିଶ୍ରମ କରି ମଧ୍ୟ ପାନ୍ତି ନାହିଁ ।

ଭଗବାନ :

ଯଦି ଆପଣ ସ୍ଵପ୍ନରେ କୌଣସି ଭଗବାନଙ୍କୁ ଦେଖିବାକୁ ପାଇଥାନ୍ତି ତେବେ ଭୁଲରେ ବି କାହାକୁ କହିବେ ନାହିଁ କହିଙ୍କିନା ଏହାର ଅର୍ଥ ସେହି ଭଗବାନଙ୍କ ଆଶୀର୍ବାଦ ଆପଣଙ୍କ ସହ ଅଛି ।

ମାଛ :

ଯଦି ଆପଣ ସ୍ଵପ୍ନରେ ମାଛ ପାଣିରେ ବୁଲିବାର ଦେଖନ୍ତି ବା ମାଛ ଧରିବାର ବା ଖାଇବାର ଦେଖନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ ଏହି ଭଳି ସ୍ଵପ୍ନ କାହାକୁ କୁହନ୍ତୁ ନାହିଁ ନଚେତ ଆପଣଙ୍କ ଜୀବନରେ ଶୁଭ ହବା ବଦଳରେ ଅଶୁଭ ହୋଇବ ।

Leave a Reply

Your email address will not be published. Required fields are marked *