ଭାଇ ଭଉଣୀ ଦେଖାଇଲେ ବିଶାଳ ହୃଦୟ, ଭଉଣୀ IAS ଓ ଭାଇ IPS ଅଫିସର, କରୋନା ରୋଗୀଙ୍କ ପାଇଁ ଖୋଲିଦେଲେ ହସ୍ପିଟାଲ

ଏହିଭଳି ଘଡିସନ୍ଧି ମୂହୁର୍ତ୍ତରେ ଯେଉଁଠି ଚାରିଆଡେ ଦୁଃଖର ପାହାଡ ଭାଙ୍ଗି ଯାଇଛି ସେହି ସମୟରେ କାନପୁରର ଆଇପିଏସ ଭାଇ ଓ ରାଜସ୍ଥାନର ଆଇଏଏସ ଭଉଣୀଙ୍କ ଏହି କାହାଣୀ ଆପଣଙ୍କ ମନରେ ଏକ ନୂତନ ଉତ୍ସାହ ଜାଗ୍ରତ କରିଦବ ।

ଆଇପିଏସ ଅନିଲ କୁମାର କାନପୁରରେ ଏଡ଼ିଏସପି ଟ୍ରାଫିକ ଅଛନ୍ତି । ଅନିଲ କୁମାର ଜଣେ ପୋଲିସ ଅଧିକାରୀ ଅଟନ୍ତି, ଏହା ସତ୍ବେ ବି ସେ ଲୋକମାନଙ୍କର ସାହାର୍ଯ୍ୟ କରିବା ପାଇଁ ସେ ଗୋଟିଏ ହସ୍ପିଟାଲ ଖୋଲି ଦେଇଛନ୍ତି । କହିବାକୁ ଗଲେ ଦେଶରେ ଯେତେବେଳେ କ-ରୋ-ନାର ଦ୍ଵିତୀୟ ଲହରି ଆରମ୍ଭ ହୋଇଗଲା ସେହି ସମୟରେ ଅନିଲ କୁମାର ସଙ୍ଗେ ସଙ୍ଗେ କାନପୁର ଗୋଟିଏ କୋବିଡ ହସ୍ପିଟାଲ ଆରମ୍ଭ କରିଦେଲେ । ଅନିଲଙ୍କ ଏହିଭଳି କାର୍ଯ୍ୟ ଓ ତାଙ୍କର ଅନୁଭବକୁ ଦେଖି ପୋଲିସ କମିଶନର ଅରୁଣ ତାଙ୍କୁ କ-ରୋ-ନା ସେଲର ଅଧ୍ୟକ୍ଷ କରିଦେଲେ ।

ଯଦି ତାଙ୍କ ଭଉଣୀଙ୍କ ବିଷୟରେ କହିବା ତେବେ ତାଙ୍କର ଭଉଣୀ ଡା. ମଞ୍ଜୁ ଆଇଏଏସ ଅଟନ୍ତି । ସେ ରାଜସ୍ଥାନର ଉଦୟପୁରରେ ଡିସ୍ଟ୍ରିକ୍ଟ ଡେବଲପମେଂଟ ଅଫିସର ଅଛନ୍ତି । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ କି ସେ ବି କ-ରୋ-ନା ରୋ-ଗୀମାନଙ୍କର ଚିକିତ୍ସା କରୁଛନ୍ତି । ଦୁଇ ଜଣ ଭାଇ ଭଉଣୀ ସିବିଲ ସେବାରେ ଆସିବା ପୂର୍ବରୁ ଏମବିବିଏସ ବି କରିସାରିଛନ୍ତି । ଅନିଲ କୁମାର ଜୋଧପୁରର ଏସଏନ ମେଡିକଲ କଲେଜରେ ଏମବୀବୀଏସ କରିବା ପରେ କିଛି ଦିନ ପର୍ଯ୍ୟନ୍ତ ଦିଲ୍ଲୀର ଗୁରୁ ତେଗବହାଦୁର ହସ୍ପିଟାଲରେ କାମ ବି କରିଛନ୍ତି ।

ଏହା ପରେ ସେ ସିବିଲ ପରୀକ୍ଷା ଦେଇ ଆଇପିଏସ ଅଫିସର ହୋଇଯାଇଛନ୍ତି । କହିଦେଉଛୁ କି ଅନିଲ କୁମାର ରାଜସ୍ଥାନର ଝୁଂଝନୂ ଜିଲ୍ଲାର ଅଲସୀସର ନିବାସୀ ଅଟନ୍ତି । ଅନିଲ କ-ରୋ-ନାର ଦ୍ଵିତୀୟ ଲହରୀ ଆରମ୍ଭ ହେବା ମାତ୍ରେ ହିଁ କାନପୁର ପୋଲିସ ଲାଇନରେ ୧୬ ବେଡ ବାଲା ଗୋଟିଏ ଏଲ – ୧ ଶେଣି ହସ୍ପିଟାଲ ଆରମ୍ଭ କରିଦେଲେ । ଏହା ସହିତ ସେ ଓପିଡ଼ିରେ ବି ସବୁଦିନ ବସୁଛନ୍ତି । ଏହି ସମୟରେ ଏଡ଼ିଜିଙ୍କ ପତ୍ନୀ ଅସୁସ୍ଥ ହୋଇଗଲେ । ତାଙ୍କୁ କେଉଁଠି ବି ଚିକିତ୍ସା ମିଳୁ ନ ଥିଲା ।

ଏମିତିରେ ତାଙ୍କୁ ନିଜର ହସ୍ପିଟାଲରେ ଭର୍ତ୍ତି କରି ତାଙ୍କୁ ବି ଠିକ କରି ଦେଲେ । ହସ୍ପିଟାଲରେ ବର୍ତ୍ତମାନ ୧୮ ଜଣ ରୋ-ଗୀ ସୁସ୍ଥ ହୋଇସାରିଛନ୍ତି ଓ ଓପିଡ଼ିରେ ୩୮୫ରୁ ବି ଅଧିକ ସଂକ୍ରମିତଙ୍କ ଚିକିତ୍ସା କରାଯାଇଛି । ଯେଉଁଥିରେ ପ୍ରାୟତଃ ପୋଲିସକର୍ମୀ ଓ ତାଙ୍କର ପରିବାର ଲୋକମାନେ ସାମିଲ ଅଛନ୍ତି । ଅନ୍ୟ ପଟେ ଅନିଲ କୁମାରଙ୍କ ଭଉଣୀ ଡାକ୍ତର ମଞ୍ଜୁ ବି କ-ରୋ-ନା କାଳ ମଧ୍ୟରେ ରୋ-ଗୀମାନଙ୍କ ସେବା କରିବା ପାଇଁ ନିଷ୍ପତି ନେଇଛନ୍ତି ।

ମଞ୍ଜୁ ଏମଏମବିଏସ କରିବା ପରେ ସିବିଲ ସେବା ପରୀକ୍ଷା ପାସ କରିଛନ୍ତି । ମଞ୍ଜୁ ବର୍ତ୍ତମାନ ରାଜସ୍ଥାନ କ୍ୟାଡେଡର ଆଇଏଏସ ଅଫିସର ଅଛନ୍ତି । ଏହା ସହିତ ମଞ୍ଜୁଙ୍କୁ ଉଦୟପୁରରେ ଡିସ୍ଟ୍ରିକ୍ଟ ଡେବଲପମେଂଟ ଅଫିସର ସହ ଡା.ମଞ୍ଜୁଙ୍କୁ ଅକ୍ସିଜେନ ଅଡିଟ ଟିମର ଅଧକ୍ଷ ମଧ୍ୟ କରାଯାଇଛି । ସେ ଅକ୍ସିଜେନର ଅଭାବକୁ କେବଳ ଦୂର କରି ନାହାନ୍ତି, ଏହା ଛଡା ଜିଲ୍ଲାର ଏକ ସରକାରୀ ଓ ୪ ଟି ପ୍ରାଇବେଟ ହସ୍ପିଟାଲରେ କୋବିଡ ରୋ-ଗୀମାନଙ୍କ ଦେଖାଶୁଣା ବି କରୁଛନ୍ତି ।

କ-ରୋ-ନା କାଳରେ ଯେଉଁଠି ଲୋକମାନେ ନିଜର ସମ୍ପର୍କୀୟ ପ୍ରତି ମୁହଁ ମୋଡି ଚାଲି ଯାଉଛନ୍ତି । ଏହିଭଲି ସ୍ଥିତିରେ ଆଇପିଏସ ଭାଇ ଓ ଆଇଏଏସ ଭଉଣୀ ଲୋକମାନଙ୍କୁ ଗୋଟିଏ ଉଦାହରଣ ଦେଇଛନ୍ତି । ଏହା ସହିତ ମ-ହା-ମା-ରୀ ଭଲି ପରିସ୍ଥିତିରେ ଆଇପିଏସ ଭାଇ ଓ ତାଙ୍କର ଆଇଏଏସ ଭଉଣୀ ଦୁଇ ଦୁଇଟି ଦାୟିତ୍ଵ ବହନ କରୁଛନ୍ତି ।

Leave a Reply

Your email address will not be published. Required fields are marked *