ତାଉ-ତେ ପରେ ଏବେ ମାଡି ଆସୁଛି ଆଉ ଗୋଟେ ବାତ୍ୟା

ଆରବ ସାଗରରେ ସୃଷ୍ଟି ହୋଇଥିବା ତାଉ – ତେର ପ୍ରଭାବରେ ଭାରତର ପଶ୍ଚିମ ରାଜ୍ୟ ଗୁଡିକର ବହୁତ ପରିମାଣରେ କ୍ଷୟକ୍ଷତି ହୋଇଛି ।

ଏମିତିରେ ପୁଣି ଏକ ବାତ୍ୟା ବଙ୍ଗୋପସାଗରରେ ସୃଷ୍ଟି ହୋଇଯାଇଛି । ବର୍ତ୍ତମାନ ସମୟରେ ବି ତାଉ – ତେର ପ୍ରଭାବରେ ଗୁଜୁରାଟ ଓ ମହାରାଷ୍ଟ୍ରର କେତେକ ଜିଲ୍ଲାରେ ବର୍ଷା ଓ ପ୍ରବଳ ବେଗର ପବନ ବହିବାରେ ଲାଗିଛି । ଏହା ସହିତ କିଛି ଅଞ୍ଚଳରେ ବିଦ୍ୟୁତ ଖୁଣ୍ଟ ଓ ଗଛ ଗୁଡିକ ମଧ୍ୟ ଉପୁଡି ଯାଇଛି । ଯାହାକୁ ସଫା କରିବାରେ ଏନଡ଼ିଆରଏଫ ଟିମ ପ୍ରୟାସ କରୁଛନ୍ତି । କିନ୍ତୁ ଏହି ସମୟରେ ବଙ୍ଗୋସାଗରରୁ ଅନ୍ୟ ଏକ ବାତ୍ୟାର ଖବର ସାମ୍ନାକୁ ଆସୁଛି । କୁହାଯାଉଛି କି ଏହି ମାସର ୨୨ ଓ ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହୋଇପାରେ ।

କହିଦେଉଛୁ କି ଭୂବିଜ୍ଞାନ ମନ୍ତ୍ରାଳୟର ସଚିବ ମାଧବନ ରାଜୀବନ ଏହି ବାତ୍ୟା ବିଷୟରେ ଟ୍ଵିଟ କରି କହିଛନ୍ତି । ଏହି ସପ୍ତାହର ଶେଷ ସମୟରେ ବଙ୍ଗୋପସାଗରରେ ବାତ୍ୟାର କିଛି ସଂକେତ ନଜର ଆସୁଛି ବୋଲି ସେ କହିଛନ୍ତି । ଏହା ସହିତ ଆରବ ସାଗରରେ ସୃଷ୍ଟି ତାଉ–ତେ ର ସଠିକ ପୂର୍ବାନୁମାନ ପାଇଁ ଭାରତୀୟ ପାଣି ପାଗ ବିଭାଗ IMDକୁ ବି ସେ ଧନ୍ୟବାଦ ଜଣାଇଛନ୍ତି ।

ଏହା ସହିତ IMDକୁ ସାହାର୍ଯ୍ୟ କରୁଥିବା ଅନ୍ୟ ତିନୋଟି ସଂସ୍ଥାକୁ ବି ସେ ଧନ୍ୟବାଦ ଜଣାଇଛନ୍ତି । କହିବାକୁ ଗଲେ ଓଡିଶା ପାଇଁ ଏହା ଏକ ସତର୍କ ସୂଚନା ଅଟେ । ଏମିତିରେ ଓଡିଶା ସରକାରଙ୍କୁ ପୂର୍ବରୁ ହିଁ ସଚେତନ ହେବା ଉଚିତ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବାତ୍ୟାକୁ ନେଇ ସଠିକ କୌଣସି ଆକଳନ କରାଯାଇ ନାହିଁ । ଆସନ୍ତା କାଲି ଏହି ବାତ୍ୟାକୁ ନେଇ ସମସ୍ତ ତଥ୍ୟ ସ୍ପଷ୍ଟିକରଣ ହୋଇଯିବ ବୋଲି କୁହାଯାଇଛି ।

କିନ୍ତୁ ଏହା ବାତ୍ୟାର ରୂପ ନେବ କି ନାହିଁ ଓ ଏହା କେଉଁ ଦିଗ ଆଡକୁ ଗତି କରିବ ଏହା ବିଷୟରେ ପାଣି ପାଗ ବିଭାଗ ତରଫରୁ କୌଣସି ବି ସତର୍କ ସୂଚନା ଦିଆଯାଇ ନାହିଁ । କହିଦେଉଛୁ କି ବାତ୍ୟା ତାଉ – ତେର ପ୍ରଭାବ କେରଲ, କର୍ଣାଟକ, ଗୁଜୁରାଟ, ମହାରାଷ୍ଟ୍ର ଓ ଗୋଆରେ ବହୁତ କ୍ଷୟକ୍ଷତି କରିଛି । ଅନ୍ୟ ପଟେ କରୋନା ଭଳି ସ୍ଥିତିରେ ବଙ୍ଗୋପସାଗରରେ ଅନ୍ୟ ଏକ ବାତ୍ୟା ସମସ୍ତଙ୍କର ଚିନ୍ତା ବଢାଇ ଦେଇଛି ।

ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *