ଭାଇ-ଭଉଣୀର ସମ୍ପର୍କରେ ଲାଗିଲା କଳଙ୍କ, ଭାଇ ମାନେ ମିସି ଲୁଟିଲେ ଭଉଣୀର ଇଜ୍ଜତ!

ଗାଁରେ ଭାଇମାନେ ମିସିକି ସାବତ ଭଉଣୀର ଇଜ୍ଜତ ଲୁଟିଲେ ଭାଇ-ଭଉଣୀର ପବିତ୍ର ସମ୍ପର୍କକୁ ଶର୍ମସାର କରିଦେଲେ । ଭାଇ ନିଜର ୨୮ ବର୍ଷୀୟ ଭଉଣୀର ଇଜ୍ଜତ ଲୁଟି ସମ୍ପର୍କକୁ ଦାଗ ଲଗେଇଦେଲେ । ସଇତାନ ଭାଇର କାମ ପୀଡ଼ିତା ନିଜ ମାଙ୍କୁ କହିଲେ, ତାଙ୍କ ମା ଶୁଣିଲା ପରେ ସେ ପୁରା ସ୍ତବ୍ଦ ହୋଇ ଗଲେ , ତାପରେ ସେ ସେହି ସଇତାନକୁ ଖୋଜିବାକୁ ଲାଗିଲେ । କିନ୍ତୁ ସେ ତା ପୂର୍ବରୁ ଘର ଛାଡି ଦେଇଥିଲା ।

ସୁଲ୍ତାନପୁରୀ ଏ-ବ୍ଲକ ରେ ଏକ ଭଡା ଘରେ ରହୁଥିବା ସ୍ନେହା ବୁଧବାର କାର୍ଯ୍ୟଳୟରୁ ନିଜ ଘରକୁ ଆସୁଥିବା ସମୟରେ ତା ସାବତ ଭାଇମାନେ ମିସିକି ଏହି ଦୁଷ୍କ୍ରମ କରିଥିଲେ ।

ଯୁବତୀ ଜଣଙ୍କ କାର୍ଯ୍ୟଳୟରୁ  ଘରକୁ ଆସିଲା ପରେ । ତା ଘରକୁ ଘରମାଲିକର ପୁଅ ଆସିଥିଲା, ଏହା ପରେ ତା ନିଜ ସାବତ ଭାଇ ଓ ଅନ୍ୟମାନେ ମିସିକି ତାର ଇଜ୍ଜତ ଲୁଟିଥିଲେ । ଯୁବତୀ ଜଣକ ଭାବି ପାରିନଥିଲେ କି ତାର ସାବତ ଭାଇ ତା ସହିତ ଏମିତି କାମ କରିବ । ଏହି ନିନ୍ଦନୀୟ ଘଟଣା ପରେ ଯୁବତୀକୁ ଛାଡି ଦୁର୍ବୁତ୍ତ ମାନେ ପଳେଈ ଯାଇଥିଲା ପୀଡିତା ଜଣକ ବହୁତ କଷ୍ଟରେ ତାଙ୍କ ଭଉଣୀଙ୍କୁ ଫୋନ କରି ଏହି କଥା କହିଥିଲେ ।

କିଛି ସମୟ ପରେ ସେହି ସ୍ଥାନକୁ ତାଙ୍କ ଭଉଣୀ ଆସିଥିଲେ ତାପରେ ପୀଡ଼ିତାଙ୍କୁ  ସେ ତାଙ୍କ ଘରକୁ ନେଇଯାଇଥିଲେ । ପୀଡ଼ିତାଙ୍କ ଠୁ ଅତ୍ୟାଧିକ ରକ୍ତସ୍ରାବ ହେବାପରେ ତାଙ୍କ ଭଉଣୀ ତା ପରଦିନ ଏହି ମାମଲାର ସୂଚନା ମହିଳା ହସ୍ପିଟାଲ ରେ ଦେଲେ । ପରେ ଏହାର ସୂଚନା ମିଳିବା ପରେ ସୁଲତାନିପୁରୀ ଥାନା ପୁଲିସ ଜାଗାରେ ପହଞ୍ଚି ପୀଡ଼ିତାଙ୍କୁ ହସ୍ପିଟାଲ ପହଞ୍ଚାଇଲେ । ଯେଉଁଠି ମେଡିକାଲରେ ପୀଡିତାଙ୍କ ବୟାନ ନେଇକି ପୁଲିସ ଆଈପୀସୀ ଏକ୍ଟ ଧାରା 376 ଡି ଦ୍ଵାରା ମାମଲା ରୁଜୁ କରିକି ଆରୋପି ମାନଙ୍କୁ  ଖୋଜିବାକୁ ଆରମ୍ଭ କରି ଦେଇଛନ୍ତି , କିନ୍ତୁ ସେ ଚାରି ଭାଇ ଘରୁ ଫେରାର ହେଇଯାଇଛନ୍ତି ।

ମହିଳାଙ୍କ ବତେଇବା ଅନୁସାରେ  ସେ କାର୍ଯ୍ୟଳୟରୁ ଘରକୁ ଆସିବା ସମୟରେ ମାଳିକର ୩ ପୁଅ  ରାସ୍ତାରେ ତାକୁ  ଦେଖା କରି  ତା ସହ ଗପିବାକୁ ଲାଗିଲେ, ଏହି ସମୟରେ ସେମାନେ ତାକୁ କୋଲ୍ଡଡ୍ରିଙ୍କ ପିଇବାକୁ ଦେଇଥିଲେ ତାପରେ ସେହି କୋଲ୍ଡଡ୍ରିଙ୍କ ପିଇବା ପରେ ତାଙ୍କୁ ନିଶା ହେଇଗଲା । ତାପରେ ସେହି ଯୁବତୀଙ୍କୁ ଧରି ତାଙ୍କର ଜଲେବି ଚୋକ ନିକଟରେ  ଅନ୍ୟ ଏକ ଘରକୁ ନେଇଥିଲେ ଏବଂ ସେଇଠି ତାଙ୍କର ଚତୁର୍ଥ ଭାଇ ମଧ୍ୟ ଆସିଲା ତାପରେ  ସମସ୍ତେ ମିସି ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ ।

Leave a Reply

Your email address will not be published. Required fields are marked *