ଅନାଥ କରିଦେଲା କରୋନା: ଆଠ ବର୍ଷର କୁନି ଝିଅ କାନ୍ଧରେ ଦେଢ ମାସର ଭାଇର ଦାୟିତ୍ୱ….କୁନି ଝିଅ କ୍ରିଷ୍ଣାର କଥା ଆପଣଙ୍କୁ କନ୍ଦେଇ ଦେବ…ଦେଖନ୍ତୁ Video

କରୋନା ମହାମାରୀ କେବଳ ଲୋକମାନଙ୍କର ଜୀବନ ନେଇ ନାହିଁ କେତେକେ ପରିବାରକୁ ବି ନଷ୍ଟ କରି ଦେଇଛି । ଅର୍ଥାତ କରୋନା କାରଣରୁ କେତେକ ପରିବାରର ମୁଖିଆ କିମ୍ବା ଯିଏ ସେହି ପରିବାରର ରୋଜଗାରିଆ ପୁଅ କିମ୍ବା ଝିଅ ଥିବ ତାକୁ ବି ନିଜର ଶିକାର କରି ନେଇଛି । ଏମିତିରେ ଚିନ୍ତା କରନ୍ତୁ କି ସେହି ପରିବାର ବର୍ତ୍ତମାନ କେମିତି ଚଳିବ ।

କରୋନା କେତେକ ପରିବାରର ଅସାହାୟ ପିତା ମାତାଙ୍କ ଠାରୁ ତାର ପୁଅ କିମ୍ବା ଝିଅକୁ ବି ଛଡାଇ ନେଇଛି । କହିବାକୁ ଗଲେ କରୋନା ଲୋକମାନଙ୍କ ପ୍ରାଣ ନେଉ ନାହିଁ, ସେ କେତେକ ପରିବାରକୁ ଅସାହାୟ କରି ଛାଡି ଚାଲି ଯାଉଛି । ଆଜି ଆମେ ଆପଣଙ୍କୁ ଏହିଭଳି ଏକ ଦୁଃଖ ଭରା କାହାଣୀ ବିଷୟରେ କହିବୁ । ଯେଉଁଠି ଗୋଟିଏ ପରିବାରର ପିତା ମାତାଙ୍କ ମୃତ୍ୟୁ ପରେ ତାଙ୍କର ଝିଅ ଓ କୁନି ପୁଅ ଯିଏକି ବର୍ତ୍ତମାନ କୋଳରେ ଅଛନ୍ତି ସେ ଏକୁଟିଆ ହୋଇ ଯାଇଛନ୍ତି ।

କରୋନା କେବଳ ଲୋକମାନଙ୍କର ପ୍ରାଣ ନେଉ ନାହିଁ ବେଳେ ବେଳେ ବଞ୍ଚି ଥିବା ଲୋକଙ୍କୁ ବି ଅସହାୟ କରି ଚାଲି ଯାଉଛି । ଯାହା ପରେ ଜୀବନ ଆହୁରି ଦୁଃଖଦାୟକ ହୋଇ ଯାଉଛି । କହିଦେଉଛୁ କି ବାଲେଶ୍ଵର ଭୋଗରାଇ ଅଞ୍ଚଳର ଏହି ଘଟଣା ବିଷୟରେ ଜାଣିବା ପରେ ଆପଣଙ୍କ ଆଖିରୁ ଲୁହ ଚାଲି ଆସିବ । କଟକ କ୍ୟାନ୍ସର ହସ୍ପିଟାଲରେ ଝିଅ କ୍ରିଷ୍ଣାର ମା ସ୍ମିତା ପଣ୍ଡା ଷ୍ଟାଫ ନର୍ସ ଥିଲେ । କିନ୍ତୁ କିଛି ଦିନ ତଳେ ସେ କରୋନାରେ ପଜିଟିବ ହେଲେ ଓ ଶେଷରେ ତାଙ୍କର ଜୀବନ ମଧ୍ୟ ଚାଲିଗଲା ।

ସ୍ତ୍ରୀର ମୃତ୍ୟୁ ଖବର ଶୁଣିବା ପରେ ସ୍ଵାମୀ କମଲେଶ ପୂରାପୂରି ଭାଙ୍ଗି ପଡିଲେ । କିନ୍ତୁ ଏତିକିରେ ସେମାନଙ୍କର ଦୁଃଖ ସମାପ୍ତ ହେଲା ନାହିଁ ସ୍ତ୍ରୀ ମୃତ୍ୟୁର ଠିକ ୧୫ ଦିନ ପରେ ସ୍ଵାମୀ କମଲେସ ବି କରୋନାରେ ପଜିଟିବ ହେଲେ । କିନ୍ତୁ ଚିକିତ୍ସା ସମୟରେ ତାଙ୍କର ବି ଜୀବନ ଚାଲିଗଲା ।

https://www.facebook.com/KanakNews/videos/535013241017781/

ଏମିତିରେ ତାଙ୍କର ୮ ବର୍ଷର କୁନି ଝିଅ କ୍ରିଷ୍ଣା ଓ ୧.୫ ମାସର ପୁଅକୁ ଏହି ଦମ୍ପତ୍ତି ଏକୁଟିଆ କରି ଛାଡି ଚାଲିଗଲେ । ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ ରୂପରେ ଦୁନିଆ ବି ଦେଖି ନ ଥିଲେ ଓ ପୁଅ ତ ଚାଲି ବି ଶିଖି ନ ଥିଲା ।

କହିଦେଉଛୁ କି କମଲେସ ପଣ୍ଡାଙ୍କ ବଡ ଭାଇ ଦେବାଶିଷ ପଣ୍ଡା ମୂଳ ଲାଗି ଚଳନ୍ତି । ସେ ନିଜର ଅଳ୍ପ ଆୟରେ ତାଙ୍କୁ ପାଳନ ପୋଷଣ କରିବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି । ସେ ସରକାରଙ୍କୁ କିଛି ସହାୟତା କରିବା ପାଇଁ ମଧ୍ୟ କହିଛନ୍ତି । କହିବାକୁ ଗଲେ ୮ ବର୍ଷର କ୍ରିଷ୍ଣା ଓ ୧.୫ ବର୍ଷର ପୁଅ ବର୍ତ୍ତମାନ ବିନା ମାତା ପିତାଙ୍କର କେମିତି ରହିବେ । ଏମିତିରେ ସେମାନଙ୍କର ଭବିଷ୍ୟତର କଣ ହେବ ଏହା ବହୁତ ବଡ ପ୍ରଶ୍ନ ଅଟେ ।

କହିଦେଉଛୁ କି କ୍ରିଷ୍ନାଙ୍କ ଜେଜେ ବାପା ବଞ୍ଚିଛନ୍ତି । କିନ୍ତୁ ସେ ବର୍ତ୍ତମାନ ବୁଦ୍ଧ ଅବସ୍ଥାରେ ଅଛନ୍ତି । କିନ୍ତୁ ଜଣେ ସ୍ଥାନୀୟ ଡାକ୍ତର ଏହି ଝିଅ ଓ ପୁଅକୁ ସହାୟତାର ହାତ ବଢାଇଛନ୍ତି । କହିଛନ୍ତି କି ସାରା ଜୀବନ ସେ ତାଙ୍କର ଦେଖାଶୁଣା କରିବେ । ଥରେ ଚିନ୍ତା କରନ୍ତୁ କି ବାପା ମାଙ୍କ ବିନା ଏହି ଦୁଇ କୁନି ଶିଶୁମାନଙ୍କର କଣ ହେବ । ଏହି ପୋଷ୍ଟଟିକୁ ଅଧିକରୁ ଅଧିକ ଶେୟାର କରନ୍ତୁ ଯାହା ଫଳରେ କୁନି ଝିଅକୁ କିଛି ସହାୟତା ମିଳି ପାରିବ ।

Leave a Reply

Your email address will not be published. Required fields are marked *