Special Story: ନଷ୍ଟ ହୋଇଯାଇଛି ହୃତପିଣ୍ଡକୁ ସଂଯୋଗ କରୁଥିବା ଶିର, ଜୀବନ ପାଇଁ ଭିକ୍ଷା ମାଗୁଛନ୍ତି ରାକେଶ- Video କରି ମାଗିଲେ ସହାୟତା

ଅମ୍ରିତ ପ୍ରଧାନ ଓ ଅଭିଷେକ ମହାପାତ୍ରଙ୍କ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ସେମାନେ କରୋନାରେ ଆକ୍ରାନ୍ତ ହେବା ପରେ ଆର୍ଥିକ ଅଭାବ କାରଣରୁ ଚିକିତ୍ସିତ ହୋଇ ପାରୁ ନ ଥିଲେ । କିନ୍ତୁ ସମସ୍ତଙ୍କର ସାହାର୍ଯ୍ୟ ପରେ ଆଜି ସେ ଚିକିତ୍ସିତ ହେଉଛନ୍ତି । ଅମ୍ରିତ ଓ ଅଭିଷେକଙ୍କ ଭଳି ଓଡିଶାର ଅନ୍ୟ ଏକ ଯୁବକ ବି ଟଙ୍କା ଅଭାବରେ ନିଜର ଚିକିତ୍ସା କରାଇ ପାରୁ ନାହାନ୍ତି ।

ଆଜି ଆମେ ସେହି ବ୍ୟକ୍ତିଙ୍କ ବିଷୟରେ କହିବୁ । ଯିଏକି ନିଜେ ଚିକିତ୍ସିତ ହେଉଛନ୍ତି ଓ ନିଜେ ହିଁ ନିଜର ଚିକିତ୍ସା ପାଇଁ ଲୋକମାନଙ୍କ ପାଖକୁ ଯାଇ ଆର୍ଥିକ ସାହାର୍ଯ୍ୟ କରିବା ପାଇଁ ଅନୁରୋଧ କରୁଛନ୍ତି । ଖୋର୍ଦ୍ଦା ଜିଲ୍ଲାର ବାଲିପାଟଣା ବଦଲା ଶାସନର ରାକେଶ କୁମାର ବେଉରା ଯିଏକି ମାତ୍ର ୩୨ ବର୍ଷର ଅଟନ୍ତି ସେ ଏକ ଭୟଙ୍କର ରୋଗରେ ପୀଡିତ ଅଛନ୍ତି । ତାଙ୍କ ଶରୀରର ହାର୍ଟକୁ ସଂଯୋଗ କରୁଥିବା ଦୁଇଟି ଶିରା ପାଖାପାଖି ୯୦ ପ୍ରତିଶତ ନଷ୍ଟ ହୋଇ ଯାଇଛି । ଡାକ୍ତରଙ୍କ ଅନୁସାରେ ଏହା କେବଳ ଅପରେସନ ଦ୍ଵାରା ହିଁ ଠିକ ହେବ ଓ ଯେଉଁଥିପାଇଁ ଲକ୍ଷ ଲକ୍ଷ ଟଙ୍କା ବି ଦରକାର ।

ଦିନେ ଛାତିରେ ଅଚାନକ ଯନ୍ତ୍ରଣା ଦେଖା ଦେଲା । ଏହା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ଵରର ଏମ୍ସ ହସ୍ପିଟାଲକୁ ନିଆଗଲା । ଅଧିକ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ଦିଲ୍ଲୀର ଏମ୍ସ ହସ୍ପିଟାଲକୁ ଯିବା ପାଇଁ କହିଲେ । କିନ୍ତୁ ଏଥିପାଇଁ ପ୍ରବଳ ଟଙ୍କା ଦରକାର । ଯାହାକି ତାଙ୍କ ପକ୍ଷେ ଅସମ୍ଭବ ଅଟେ । ଏମିତିରେ କାହାର ସାହାୟତା ନ ପାଇ ବର୍ତ୍ତମାନ ରାକେଶ ଘରେ ବସିଛନ୍ତି । ଅନ୍ୟ ପଟେ ରାକେଶ ଓ ମା ନିଜର ପେଟ ପାଟଣା ପାଇଁ ଗୋଟିଏ ଦୋକାନ ଖୋଲିଥିଲେ ।

କିନ୍ତୁ ରାକେଶଙ୍କ ଶାରୀରିକ ଅସୁସ୍ଥତା ଓ ଲକଡାଉନ କାରଣରୁ ସେହି ଦୋକାନଟି ମଧ୍ୟ ବନ୍ଦ ହୋଇ ପଡିଛି । ଏହା ସହିତ ରାକେଶର ମା ପୁଅର ଏହିଭଳି ଅବସ୍ଥା ଦେଖି ମା ଆହୁରି ଭାଙ୍ଗି ଯାଇଛି । କିନ୍ତୁ ନିଜର ଶାରୀରିକ ସ୍ଥିତି ବିଷୟରେ ଯେତେବେଳେ ରାକେଶ କିଛି ଲୋକମାନଙ୍କୁ ଜଣାଇଲେ ତେବେ କିଛି ସ୍ଵଚ୍ଛା ସେବି ସଂଗଠନ ଆଗେଇ ଆସିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୩୦ ହଜାର ଟଙ୍କା କ୍ରାଉଡ ଫନଡିଙ୍ଗ ହୋଇଛି ।

ରାକେଶ ବର୍ତ୍ତମାନ ଭୁବନେଶ୍ବରରେ ନିଜର ଚିକିତ୍ସା କରାଉଛନ୍ତି ଓ କିନ୍ତୁ ସେ ମାନସିକ ସ୍ତରରେ ଏତେ ମଜବୁତ ଅଛନ୍ତି କି ତାଙ୍କୁ ଯଦି ଆପଣ ଦେଖିବେ ତେବେ ଜାଣି ପାରିବେ ନାହିଁ କି ସେ ଏତେ ବଡ ରୋଗରେ ପୀଡିତ ଅଛନ୍ତି । ଏହା ସତ୍ବେ ବି ସେ ସ୍ଵୟଂ ସମସ୍ତଙ୍କୁ ସାହାର୍ଯ୍ୟ ପାଇଁ ଗୁହାରି କରୁଛନ୍ତି ।

କହିଦେଉଛୁ କି ରାକେଶଙ୍କ ଚିକିତ୍ସା ପାଇଁ ପାଖାପାଖି ୧୫ ଲକ୍ଷ ଟଙ୍କା ଖର୍ଚ ହେବ । ଯାହାକି ତାଙ୍କ ପାଇଁ ଓ ତାଙ୍କର ପରିବାର ପାଇଁ ବିଲକୁଲ ଅସମ୍ଭବ ଅଟେ । ତାଙ୍କର ମାମୁଁ ଓ ସେ ସମସ୍ତଙ୍କୁ ତାଙ୍କର ଚିକିତ୍ସା କରିବା ପାଇଁ କିଛି ଟଙ୍କାର ସାହାର୍ଯ୍ୟ ପାଇଁ ଅନୁରୋଧ କରୁଛନ୍ତି ।

ଅମ୍ରିତ ଓ ଅଭିଷେକଙ୍କ ଫୁସଫୁସ ଇନଫେକସନ ହେବା ପରେ ECMO ଚିକିତ୍ସା ପାଇଁ ସମସ୍ତେ ତାଙ୍କୁ କିଛି କିଛି ସାହାର୍ଯ୍ୟ କରିବା ପରେ ସେମାନେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି । ଏମିତିରେ ରାକେଶ ସେମାନଙ୍କ ଭଳି ସମସ୍ତଙ୍କୁ ସାହାର୍ଯ୍ୟ ମାଗୁଛନ୍ତି ।

ଯେମିତି ଆପଣ ସମସ୍ତେ ମିଶି ଓଡିଶାର ଯୁବକ ଅମ୍ରିତ ଓ ଅଭିଷେକଙ୍କୁ ସାହାର୍ଯ୍ୟ କରିଛନ୍ତି ଠିକ ସେହିଭଳି ଓଡିଶାର ଅନ୍ୟ ଏକ ଯୁବକ ରାକେଶଙ୍କୁ ସାହାର୍ଯ୍ୟ କରନ୍ତୁ । ଯାହା ଦ୍ଵାରା ପୁଣି ଗୋଟିଏ ଜୀବନ ବଞ୍ଚି ଯିବ । ଦୟାକରି ଏହି ପୋଷ୍ଟଟିକୁ ଅଧିକରୁ ଅଧିକ ଶେୟାର କରନ୍ତୁ ଯାହା ଫଳରେ ରାକେଶଙ୍କୁ କିଛି ସାହାଯ୍ୟ ମିଳିପାରିବ ।

Leave a Reply

Your email address will not be published. Required fields are marked *