Special Report: ଏବେ କେମିତି ଅଛନ୍ତି ଅମ୍ରିତ ଓ ଅଭିଷେକଙ୍କ ସ୍ୱାସ୍ଥ୍ୟବସ୍ଥା, ଦେଖନ୍ତୁ Video

ଅମ୍ରିତ ପ୍ରଧାନ ଓ ଅଭିଷେକ ମହାପାତ୍ର ଦୁଇ ଜଣଙ୍କ କାହାଣୀ ସମାନ । ଅର୍ଥାତ ଦୁଇ ଜଣ ହିଁ କରୋନାରେ ପୀଡିତ ହେବା ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ତଳକୁ ଖସିବାରେ ଲାଗିଲା ଓ ତାଙ୍କର ଫୁସଫୁସରେ ବି ଇନଫେକସନ ବଢି ଯାଇଥିଲା । ଡାକ୍ତରମାନେ ତାଙ୍କୁ ECMO ଚିକିତ୍ସା ଦେବା ପାଇଁ କହିଥିଲେ । କିନ୍ତୁ ଦୁଇ ଜଣଙ୍କର ଅର୍ଥ ଅଭାବ କାରଣରୁ ଦୁଇ ଜଣ ହିଁ ଉପାୟ ଶୂନ୍ୟ ହୋଇଗଲେ ।

ଏମିତିରେ ତାଙ୍କର ଘର ଲୋକମାନେ ସମସ୍ତଙ୍କୁ ସାହାର୍ଯ୍ୟ ମାଗିଲେ ଓ କିଛି ସାହାର୍ଯ୍ୟକାରୀମାନଙ୍କର ଆର୍ଥିକ ସହୟତା ପରେ ଦୁଇ ଜଣ ଆଜି ଓଡିଶା ବାହାରେ ଚିକିତ୍ସତି ହେଉଛନ୍ତି । ଦୁଇ ଜଣ ଓଡିଶା ବାହାରେ ECMO ଚିକିତ୍ସା ନେଉଛନ୍ତି । ବର୍ତ୍ତମାନ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କି ଅମ୍ରିତ ପ୍ରଧାନ ଓ ଅଭିଷେକ ମହାପାତ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି ।

ସେମାନେ ବି ଜାଣିବାକୁ ଚାହୁଁଛନ୍ତି ଯେଉଁମାନେ ତାଙ୍କୁ ଆର୍ଥିକ ରୂପରେ ସାହାର୍ଯ୍ୟ କରିଛନ୍ତି । କି ଅମ୍ରିତ ପ୍ରଧାନ ଓ ଅଭିଷେକ ମହାପାତ୍ର ବର୍ତ୍ତମାନ କେମିତି ଅଛନ୍ତି । ଆଜି ଆମେ ଆପଣଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଖାସ ସୂଚନା ଦେବୁ । କହିଦେଉଛୁ କି ECMO ଚିକିତ୍ସା ପାଇଁ ଅମ୍ରିତ ପ୍ରଧାନଙ୍କୁ ଚେନ୍ନାଇ ଓ ଅଭିଷେକ ମହାପାତ୍ରଙ୍କୁ କଲିକତା ସ୍ଥାନାନ୍ତରିତ କରାଯାଇଛି । ଦୁଇ ଜଣଙ୍କ ଅବସ୍ଥା କେମିତି ଅଛି ଓ ଦୁଇ ଜଣ ସୁସ୍ଥ ହେଉଛନ୍ତି ନା ନା ହିଁ । ଏହିଭଳି ପ୍ରଶ୍ନ ବର୍ତ୍ତମାନ ସମସ୍ତଙ୍କ ମନରେ ଉଠୁଛି ।

ମିଳିଥିବା ସୂଚନା ଅନୁସାରେ ଅମ୍ରିତ ପ୍ରଧାନ ଯିଏକି ଚେନ୍ନାଇରେ ECMO ଟ୍ରିଟମେଣ୍ଟ ନେଉଛନ୍ତି ସେ ବର୍ତ୍ତମାନ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ପୂର୍ବ ଅପେକ୍ଷା ବହୁତ ସୁଧାର ଆସିଛି । ସବୁଠୁ ଆଶ୍ଵସ୍ତି କର ଖବର ଏହା ଅଟେ କି ଅମ୍ରିତ ଆଉ ଭେଣ୍ଟିଲେଟରରେ ନାହାନ୍ତି । ବର୍ତ୍ତମାନ ୭୦ ପ୍ରତିଶତ ECMO ଟ୍ରିଟମେଣ୍ଟ ଦ୍ଵାରା ତାଙ୍କର ଚିକିତ୍ସା ଚାଲିଛି । ଯାହାକି ଆହୁରି ଏକ ଭଲ ଖବର ଅଟେ । ଆହୁରି ୨ ରୁ ୩ ସପ୍ତାହ ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ଜାରି ରହିପାରେ ।

ଜୁନ ୩ ତାରିଖରେ ଅମ୍ରିତ ପ୍ରଧାନଙ୍କୁ ଏୟାର ଏମ୍ବୁଲାନ୍ସ ଦ୍ଵାରା ଭୁବନେଶ୍ଵରର ଏମ୍ସରୁ ଚେନ୍ନାଇର ଆପୋଲୋକୁ ସ୍ଥାନାନ୍ତରିତ କରାଯାଇଥିଲା । ବ୍ରହ୍ମପୁରର ଅମ୍ରିତ ପ୍ରଧାନ କରୋନାରେ ପୀଡିତ ହେବା ପରେ ତାଙ୍କର ଫୁସଫୁସ ମଧ୍ୟ ଇନଫେକସନ ହୋଇଯାଇଥିଲା । ଏହା ପରେ ତାଙ୍କର ECMO ଚିକିତ୍ସା କରିବା ପାଇଁ ଡାକ୍ତରମାନେ ତାଙ୍କୁ ଚେନ୍ନାଇ ନେଇ ଯିବା ପାଇଁ କହିଥିଲେ ।

କିନ୍ତୁ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ମିଳାପ ଏପ ମାଧ୍ୟମରେ ଚାରିଆଡେ ସହାୟତା ରାଶି ମିଳିବା ପରେ ସେ ଆଜି ଚେନ୍ନାଇରେ ECMO ଟ୍ରିଟମେଣ୍ଟ ନେଉଛନ୍ତି । ଠିକ ସେହିଭଳି ଅଭିଷେକ ମହାପାତ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବି ସ୍ଥିର ରହିଛି ।

କଲିକତାର ଏକ ପ୍ରାଇବେଟ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଛି । ଅଭିଷେକଙ୍କ ପାଇଁ ତାଙ୍କର ବାପା, ମା ଓ ସ୍ତ୍ରୀ ଗୁହାରି କରିବା ପରେ ସମସ୍ତଙ୍କର ସାହାର୍ଯ୍ୟରେ ଅଭିଷେକଙ୍କ ଚିକିତ୍ସା ଚାଲିଛି । ସେମାନେ ଜଲ୍ଦି ସୁସ୍ଥ ହୋଇ ଘରକୁ ଚାଲି ଆସନ୍ତୁ ଏହା ହିଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆମେ ପ୍ରାର୍ଥନା କରୁଛୁ ।

Leave a Reply

Your email address will not be published. Required fields are marked *