ମୃତ୍ୟୁ ପୂର୍ବରୁ Doctorଙ୍କ ଶେଷ Tweet ହେଉଛି ଭାଇରାଲ, କରୋନାକୁ ନେଇ ଲେଖିିଲେ କିଛି ଏମିତି… ଦେଖନ୍ତୁ କଣ

ଦେଶରେ ଗତ ବର୍ଷ ଏହି ସମୟରୁ ହିଁ କରୋନା ମହାମାରୀ ଆରମ୍ଭ ହୋଇଯାଇଥିଲା । କରୋନାର ପ୍ରଥମ ଲହରୀରେ ରୋଗୀଙ୍କ ମୃତ୍ୟୁ ବହୁତ କମ ହେଉଥିଲା ଓ ପ୍ରାୟତଃ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରି ଯାଉଥିଲେ । କିନ୍ତୁ କରୋନାର ଦ୍ଵିତୀୟ ଲହରୀ ଆରମ୍ଭ ହେବା ଦିନ ଠାରୁ ନାନା ପ୍ରକାରର ସମସ୍ୟା ଦେଖା ଯାଉଛି ।

କରୋନାର ଦ୍ଵିତୀୟ ଲହରୀ ଆରମ୍ଭ ହେବା ଦିନ ଠାରୁ କରୋନାରେ ମୃତ୍ୟୁ ସଂଖ୍ୟା ପୂର୍ବ ବର୍ଷ ଠାରୁ ଅଧିକ ବଢି ଯାଇଛି । ଯାହାକି ଏକ ଚିନ୍ତାର ବିଷୟ ଅଟେ । କିନ୍ତୁ ବର୍ତ୍ତମାନର ରିପୋର୍ଟ ଅନୁସାରେ ଧୀରେ ଧୀରେ ସ୍ଥିତିରେ ଭଲ ହେବାରେ ଲାଗିଛି । କିନ୍ତୁ ଯିଏ ନିଜର ଆତ୍ମୀୟଙ୍କୁ କରୋନାରେ ହରାଇଛି ସେହି ଜାଣିଛି କରୋନାର ଅସଲ ରୂପ ବିଷୟରେ । କେବଳ ରୋଗୀ ନୁହେଁ ରୋଗୀମାନଙ୍କର ଚିକିତ୍ସା କରୁଥିବା ଡାକ୍ତରମାନେ ବି କରୋନାରେ ଆକ୍ରାନ୍ତ ହେଉଛନ୍ତି ।

କେତେକ ଡାକ୍ତରଙ୍କ ଜୀବନ ମଧ୍ୟ ଚାଲି ଯାଉଛି ଏହି କରୋନା ଯୋଗୁ । କହିବାକୁ ଗଲେ ପୁଣି ଜଣେ ଡାକ୍ତରଙ୍କ ମୃତ୍ୟୁ କରୋନା କାରଣରୁ ହୋଇଛି । ଯାହାକି ଏକ ସବୁଠୁ ଦୁଃଖଦ ବିଷୟ ଅଟେ । କହିବାକୁ ଗଲେ କିଛି ଦିନ ତଳେ ହିଁ କରୋନା ମହାମାରୀ କାରଣରୁ ଓଡିଶାର ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ପ୍ରଭାତ ନଳିନୀଙ୍କ ଦେହାନ୍ତ ହୋଇଛି । କିନ୍ତୁ ନିଜର ମୃତ୍ୟୁର କିଛି ଦିନ ପୂର୍ବେ କରିଥିବା ତାଙ୍କର ଟ୍ଵିଟ ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଯାଇଛି ।

ନିଜର ଶେଷ ଟ୍ଵିଟରେ ସେ ଲେଖିଲେ କି କରୋନାରେ ଜୀବନ ଯାଉଥିବା ଲୋକମାନଙ୍କ ମୃତ ଦେହକୁ ଜଳାଇ ନ ଦିଆଯାଇ ଗବେଷଣା କରିବା ଉଚିତ । ଯାହା ଦ୍ଵାରା କରୋନା ସଂକ୍ରମିତଙ୍କ ମୃତ୍ୟୁର ଅସଲ କାରଣ କଣ ଜଣା ପଡିଯିବ । କିନ୍ତୁ ଦୁର୍ଭାଗ୍ୟ କି ସେ ଏହି ବାର୍ତ୍ତା ସମସ୍ତଙ୍କ ନିକଟରେ ପହଞ୍ଚାଇବା ପୂର୍ବରୁ ହିଁ ଆମ ସମସ୍ତଙ୍କୁ ଛାଡି ଚାଲି ଗଲେ । କହିଦେଉଛୁ କି ପ୍ରଭାତ ନଲିନୀ ମହାନ୍ତି ଓଡିଶାର ସବୁଠୁ ପ୍ରସିଦ୍ଧ ଓ ଜଣାଶୁଣା ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଅଟନ୍ତି ।

କରୋନାରେ ସଂକ୍ରମିତ ହେବା ପରେ ତାଙ୍କର ଦେହାନ୍ତ ହୋଇଛି କିନ୍ତୁ ଟ୍ଵିଟ ମାଧ୍ୟମରେ ସେ ଯାହା କହିଦେଇ ଯାଇଛନ୍ତି ତାହାକୁ ନେଇ ବର୍ତ୍ତମାନ ଚାରି ଆଡେ ଚର୍ଚା ଚାଲିଛି । ପ୍ରଭାତ ନଲିନୀ ମହାନ୍ତି ନିଜର ଟ୍ଵିଟରେ ଲେଖିଲେ କି, ଫୁସଫୁସ କାମ ନ କରିବା କାରଣରୁ କରୋନାରେ ବହୁତ ଲୋକମାନଙ୍କର ଜୀବନ ଚାଲି ଯାଉଛି ଓ ଏହା ପରେ ସେମାନଙ୍କର ଶବ ଯଥା ଶୀଘ୍ର ଜଳାଇ ଦିଆଯାଉଛି ।

କିନ୍ତୁ ଯାହାକି ଭୁଲ ଅଟେ । ଏହି ସମସ୍ତ ଶବ ଗୁଡିକର ପରୀକ୍ଷଣ କରିବା ଉଚିତ । ଯାହା ଦ୍ଵାରା ମୃତ୍ୟୁର ଅସଲ କାରଣ ସେମାନେ ଜାଣି ପାରିବେ । ସବୁଠୁ ଗୁରୁତ୍ଵ ପୂର୍ଣ କଥା ହେଉଛି କି ପ୍ରଭାତ ନଲିନୀ ମହାନ୍ତି କରୋନାରେ ଆକ୍ରାନ୍ତ ହେବା ପରେ ହସ୍ପିଟାଲ ବେଡରେ ଚିକିତ୍ସିତ ହେଉଥିଲେ କିନ୍ତୁ ଏହା ସତ୍ବେ ବି ସେ ଅନ୍ୟ ରୋଗୀମାନଙ୍କ କଥା ବି ବୁଝୁଥିଲେ ।

ମୃତ୍ୟୁ ପରେ ତାଙ୍କର ଏହି ଟ୍ଵିଟ ସମସ୍ତଙ୍କ ପାଇଁ ବହୁତ ମହତ୍ଵ ରଖିଥାଏ । କହିବାକୁ ଗଲେ ଅଚାନକ ମୃତ୍ୟୁର ସଂଖ୍ୟା ଏତେ ବଢିବାର କାରଣ କଣ ଜାଣିବା ପାଇଁ ଯଦି ଏହି ସମସ୍ତ ଶବ ଗୁଡିକର ପରୀକ୍ଷଣ କରାଯାଇ ଥାନ୍ତା ତେବେ ଅସଲ କାରାଣ ବିଷୟରେ ଜଣା ପଡି ଯାଇ ଥାନ୍ତା ।

Leave a Reply

Your email address will not be published. Required fields are marked *