ପହିଲି ରଜ କେମିତି ପାଳନ କଲେ Babusan ଓ Trupati, ଦେଖନ୍ତୁ Video

ଆପଣ ସମସ୍ତଙ୍କୁ ପହଳି ରଜ ଉପଲକ୍ଷେ ଶୁଭ କାମନା । ରଜ ଆମ ସମସ୍ତ ଓଡିଆବାସୀମାନଙ୍କ ପାଇଁ ବହୁତ ମହତ୍ଵ ରଖିଥାଏ । ବିଶେଷ କରି କୁଆଁରୀ ଝିଅମାନଙ୍କ ପାଇଁ । ଏହି ଦିନରେ କୁଆଁରୀ ଝିଅମାନେ ସଜବାଜ ହୋଇ ସାଙ୍ଗମାନଙ୍କ ସହ ଦୋଳି ଖେଳିଥାନ୍ତି । ଏହା ସହିତ ଘରେ ପିଠାପଣା କରି ନିଜେ ଖାଇବା ସହ ପଡିଶାଙ୍କୁ ବି ଦେଇଛନ୍ତି । ଏହା ସହିତ ବହୁତ ମୌଜମଜଲିସ କରିଥାନ୍ତି ।

କହିବାକୁ ଗଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି ବି ପହଳି ରଜ ଉପଲକ୍ଷେ ମସ୍ତି କରୁଥିବାର ନଜର ଆସିଛନ୍ତି । ଆଜି ଆମେ ଆପଣଙ୍କୁ ବାବୁସାନ ମହାନ୍ତିଙ୍କ ସେହି ମସ୍ତିଭରା ଫଟୋ ସହ ସେ କାହା ସହିତ ଏହି ବର୍ଷର ରଜ ପାଳନ କରିଲେ ସେହି ବିଷୟରେ କହିବୁ । ଆପଣ ସମସ୍ତେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତିଙ୍କ ବିଷୟରେ ଜାଣିଛନ୍ତି ।

ଯିଏକି ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ସୁପରଷ୍ଟାର ବି ଅଟନ୍ତି । ବାବୁସାନ ନିଜର ପ୍ରତ୍ୟକ ଫିଲ୍ମରେ ଦର୍ଶକମାନଙ୍କର ଖୁବ ମନୋରଞ୍ଜନ କରିଥାନ୍ତି । ଏହା ସହିତ ଦର୍ଶକମାନେ ତାଙ୍କ ସହିତ ତାଙ୍କର ଫିଲ୍ମକୁ ବି ବହୁତ ପସନ୍ଦ କରନ୍ତି । କହିଦେଉଛୁ କି ଅଭିନେତା ବାବୁସାନ ମହାନ୍ତି ୨୦୧୪ରେ ତୃପ୍ତି ଶତପଥୀଙ୍କୁ ବିବାହ କରିଥିଲେ । ବିବାହର ୭ ବର୍ଷ ପରେ ଅର୍ଥାତ ଗତ ମାସରେ ବାବୁସାନ ମହାନ୍ତିଙ୍କୁ ଗୋଟିଏ ଶିଶୁ ପୁତ୍ର ଜନ୍ମ ହୋଇଛି । ସେ ତାଙ୍କର ପୁଅର ନାଁ ସାଇ ସମର୍ଥ ରଖିଛନ୍ତି ।

କହିଦେଉଛୁ କି କିଛି ଦିନ ତଳେ ବାବୁସାନ ନିଜ ପୁଅର ଗୋଟିଏ ଫଟୋ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଥିଲେ । ଯାହାକି ଦେଖୁ ଦେଖୁ ଭାଇରାଲ ହୋଇଗଲା । ଫଟୋ ଭାଇରାଲ ହେବା ପରେ ତାଙ୍କର ଫ୍ୟାନମାନଙ୍କ ତାଙ୍କୁ ଶୁଭେଛା ମଧ୍ୟ ଦେଲେ । ଯଦି ପହିଲି ରଜ ବିଷୟରେ କହିବା ତେବେ ବାବୁସାନ ମହାନ୍ତି ନିଜ ଘରେ ରହି ଏହି ବର୍ଷର ପହିଲି ରଜକୁ ପାଳନ କରିଛନ୍ତି । କହିଦେଉଛୁ କି ବାବୁସାନ ମହାନ୍ତି ଆସନ୍ତା ଦିନରେ ବିଦ୍ୟାରଣ ଫିଲ୍ମରେ ନଜର ଆସିବେ ।

ରଜ ଉପଲକ୍ଷେ ବାବୁସାନ ମହାନ୍ତି ନିଜ ଫିଲ୍ମର ସମସ୍ତ କଳାକାର, ଡାଏରେକ୍ଟର, ପ୍ରଡ୍ୟୁସର, ଅଭିନେତ୍ରୀଙ୍କୁ ନିଜ ଘରେ ଆମନ୍ତ୍ରଣ କରିଥିଲେ । ଏହା ପରେ ସମସ୍ତେ ତାଙ୍କ ଘରକୁ ଆସି ପହଳି ରଜ ପାଳନ ମଧ୍ୟ କରିଛନ୍ତି । ଆପଣ ଫଟୋରେ ଦେଖି ପାରିବେ କି ବାବୁସାନ ନିଜର ପହଳି ରଜ କେମିତୋତି ପାଳନ କରୁଛନ୍ତି ।

ଏହା ସହିତ ରଜରେ ନିଜ ରୋଷେଇ କରି ବାବୁସାନ ମହାନ୍ତି ନିଜର ସମସ୍ତ ଅତିଥିଙ୍କୁ ଖାଇବାକୁ ଦେଇଛନ୍ତି । ଯଦି ବାବୁସାନ ମହାନ୍ତିଙ୍କ ଫିଲ୍ମ ବିଷୟରେ କହିବା ତେବେ ତାଙ୍କର ଆସନ୍ତା ଫିଲ୍ମ ବିଦ୍ୟାରାଣରେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଚୂଳବୁଲି ନାୟିକା ଶିବାନୀଙ୍କ ସହ ନଜର ଆସିବେ । ବିଦ୍ୟାରଣ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ବୈଦ୍ୟନାଥ ଦେଉଛନ୍ତି ଓ ଏହା ସହିତ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଉଛନ୍ତି ଜ୍ୟୋତି ଦାସ ।

କହିଦେଉଛୁ କି ଫିଲ୍ମର ଶୁଟିଙ୍ଗ ସମାପ୍ତ ହୋଇ ଯାଇଛି ଓ ଫିଲ୍ମଟି ରିଲିଜ ହେବା ପାଇଁ ବି ପ୍ରସ୍ତୁତ ଅଛି । କିନ୍ତୁ ଲକଡାଉନ କାରଣରୁ ଓ ଫିଲ୍ମ ହଲ ଗୁଡିକ ନ ଖୋଲିବା କାରଣରୁ ଏହି ଫିଲ୍ମଟି ରିଲିଜ ହୋଇ ପାରୁ ନାହିଁ ।

Leave a Reply

Your email address will not be published. Required fields are marked *