ଭାଲୁ ଡେଉଁଛି ଗାଁ ଦାଣ୍ଡରେ! ଡରିକି ଘରୁ ବାହାରୁ ନାହାନ୍ତି ଲୋକେ… ଦେଖନ୍ତୁ ଛାତିଥରା ଦୃଶ୍ୟ

ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ଜାଣିଥିବେ ଭାଲୁ ହେଉଛି ଗୋଟେ ହିଂସ୍ର ଜନ୍ତୁ । ଯାହାକୁ ଦେଖିଲେ ମାତ୍ରେ ମନରେ ଛନକା ପଶିଥାଏ । ଏବେ ଭାଲୁ କୁ ନେଇ ଏକ ବଡ ଖବର ଆସି ପହଞ୍ଚିଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗାଁ ଦାଣ୍ଡରେ ବୁଲୁଛି ଭାଲୁ । ଅନ୍ଧାର ରାତି ନୁହେଁ ଉଦୂଉଦିଆ ଖରା ବେଳରେ ଗାଁ ଦାଣ୍ଡରେ ବୁଲୁଛି ଭାଲୁ ।

ହଁ ଦର୍ଶକ ବନ୍ଧୁ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ଏ ଭିଡିଓ ଦେଖିଲେ ଯେତିକି ମଜାଳିଆ ଲାଗୁଛି ସେତିକି ଚିନ୍ତା ମଧ୍ୟ ଲାଗୁଛି । କାହିଁକି ନା ଏ କୌଣସି ପୋଷା ପଶୁ ନୁହେଁ ଏ ଏକ ହିଂସ୍ର ଭାଲୁ । ଏ ଭାଲୁକୁ ଦେଖିବା ପାଇଁ ଲୋକଙ୍କ ଭିଡ ଯେତିକି ଯମୁଛି ଘଉଡାଇବା ପାଇଁ ସେତିକି ଭିଡ ଯମୁଛି ।

ଏ ଦୃଶ୍ୟ ହେଉଛି ନବରଙ୍ଗପୁର ଜିଲ୍ଲା ନନ୍ଦହାଣ୍ଡି ବ୍ଲକ କାର୍ଜ୍ୟାଳୟ ପରିସର ର । ବନ ବିଭାଗକୁ ମଧ୍ୟ ସ୍ଥାନୀୟ ଲୋକ ଖବର ଦେଇଛନ୍ତି । ଏବେ ଟିକେ ଏହି ଦୃଶ୍ୟକୁ ଦେଖନ୍ତୁ । କିଭଳି ଭାବେ ଭାଲୁ ଟି ଘର ମୁହାଁ ହେଉଛି ଓ ଲୋକେ ଘରେ କବାଟ ବନ୍ଦ କରି ଦେବାକୁ କହୁଛନ୍ତି । କାରଣ ଏମିତି ବି ନ ହେଉ ଯେ ଘର ଭିତରେ କେହି ଛୋଟ ଛୁଆ ଥିବେ ଏବଂ କିଛି ବି କ୍ଷତି ହୋଇଯିବ ।

ସେ ଯାହା ବି ହେଉ ଗାଁ ଭିତରେ ଏକ ହିଂସ୍ର ଜନ୍ତୁ ଏଭଳି ଦିନ ବେଳା ପଶିବା ଗାଁ ଲୋକଙ୍କ ଚିନ୍ତା ବଢାଇ ଦେଇଛି । ତେବେ ଏହା କୌଣସି ନୂଆ ଘଟଣା ନୁହେଁ ଆଗରୁ ଏମିତି ଅନେକ ବାର ଜଙ୍ଗଲରୁ ଖାଦ୍ୟ ଅଭାବ ନେଇ ପ୍ରତେକ ଦିନ ଇଲ୍ଲା ର ବିଭିନ୍ନ ଜନ ବସତିରେ ପଶୁଚି ଭାଲୁ । ହେଲେ ବନ ବିଭାଗ କରୁଛି କଣ ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି ।

ଜଙ୍ଗଲ ଅଭାବ ଓ ଖାଦ୍ୟ ଅଭାବ ହିଁ ଜଙ୍ଗଲି ଜନ୍ତୁ ଙ୍କ ଗାଁ ମୁହାଁ ହେବାର ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଛି । ଯାହା ପ୍ରତି ବନ ବିଭାଗ ଧ୍ୟାନ ଦେବା ଉଚିତ । ଖାଲି ବନ ବିଭାଗ ନୁହେଁ ସାଧାରଣ ଲୋକେ ବି ଜଙ୍ଗଲ ସୁରକ୍ଷା ପ୍ରତି ସଚେତନ ହେବା ଆବଶ୍ୟକ ।  ନଚେତ କେତେବେଳେ କଣ ହୋଇଯିବ ଆଉ କାହା ଜୀବନ ପ୍ରତି ବିପଦ ଆସିବ ତାହା କେହି କହି ପାରିବେ ନାହି । ତେବେ ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *