ଭାଙ୍ଗିଗଲା Kohliଙ୍କ ସ୍ଵପ୍ନ, ଖେଳ ସାରିବା ପରେ କାନ୍ଦିଲେ Virat…. କହିଲେ କିଛି ଏମିତି ଶୁଣି ଆପଣ ବି କାନ୍ଦି ପକାଇବେ

ଗତକାଲି ଆଇପିଏଲ ମ୍ୟାଚରେ ଆରସିବି ଓ କେକେଆରର ମ୍ୟାଚ ଥିଲା । ଯାହାକୁ କେକେଆର ଜିତି ନେଇଛି । ଏହି ମ୍ୟାଚରେ ଆରସିବିର ପରାଜୟର ସହ ବିରାଟ କୋହଲିଙ୍କ ଆଇପିଏଲରେ ଅଧିନାୟକ ପାରି ବି ସମାପ୍ତ ହୋଇଗଲା । ଗତକାଲି ବିରାଟ କୋହଳି ଆରସିବିର କ୍ୟାପଟେନ ରୂପରେ ଶେଷ ମ୍ୟାଚ ଖେଳିଛନ୍ତି । କୋଲକାତା ନାଇଟ ରାଇଡ଼ରଙ୍କ ଠାରୁ ମ୍ୟାଚ ହାରିବା ପରେ ବିରାଟ କୋହଲିଙ୍କ ଆଇପିଏଲ ଟ୍ରଫି ଜିତିବାର ସ୍ଵପ୍ନ ମଧ୍ୟ ଭାଙ୍ଗି ଯାଇଛି ।

ଆଇପିଏଲରେ ବିରାଟ କୋହଲିଙ୍କ କ୍ୟାପଟେନଶିପ ଯୁଗର ଦୁଃଖଦ ରୂପରେ ସମାପ୍ତ ହୋଇଛି । କାରଣ ବିରାଟ କୋହଲି ପୂର୍ବରୁ କହିସାରିଛନ୍ତି କି ଏହି ସିଜିନ ପରେ ସେ ଆଇପିଏଲର ଅଧିନାୟକ ପଦକୁ ଛାଡି ଦେବେ ।

ଆସନ୍ତା ଆଇପିଏଲ ସିଜିନରେ ବିରାଟ କୋହଲିଙ୍କ ଟିମ ଆରସିବି ନୂଆ ଅଧିନାୟକ ସହ ଖେଳିବ । ଆଇପିଏଲ ଆରମ୍ଭ ହେବା ଦିନ ଠାରୁ କୋହଲି ଆରସିବିର ସହ ଯୋଡି ହୋଇ ଅଛନ୍ତି । ୨୦୦୮ ରୁ ୨୦୧୨ ପର୍ଯ୍ୟନ୍ତ ବିରାଟ କୋହଲି ଆରସିବିରେ ଖେଳାଳି ରୂପରେ ଖେଳୁ ଥିଲେ । ୨୦୧୩ ରୁ କୋହଲି ଆରସିବିର ଅଧିନାୟକ ଦାୟିତ୍ଵକୁ ଗ୍ରହଣ କରିଥିଲେ । ୨୦୧୬ରେ ଅନୁଷ୍ଠିତ ଆଇପିଏଲରେ ସେ ସର୍ବାଧିକ ସ୍କୋର କରିଥିବା ଖେଳାଳି ମଧ୍ୟ ହୋଇଥିଲେ ।

କହିଦେଉଛୁ କି କୋହଲି ଆଇପିଏଲର ମୋଟ ୨୦୭ ଟି ମ୍ୟାଚ ଖେଳି ୬୨୮୩ ରନ କରିଛନ୍ତି । ଆଇପିଏଲ କୋହଲି ୫ ଟି ଶତକ ଓ ୪୨ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ୨୦୧୩ ରୁ ୨୦୨୧ ପର୍ଯ୍ୟନ୍ତ ୯ ବର୍ଷ ପର୍ଯ୍ୟନ୍ତ କୋହଲି ଆରସିବିର ଅଧିନାୟକ ରୂପରେ ଥିଲେ । କିନ୍ତୁ ସବୁଠୁ ବଡ ଦୁଃଖର କଥା ଏହା ଅଟେ କି ଥରେ ହେଲେ ବି ସେ ଆରସିବିକୁ ଚ୍ୟାମିୟାନ କରି ପାରି ନାହାନ୍ତି । କିନ୍ତୁ ୨୦୧୬ ଆଇପିଏଲରେ ଆରସିବି ରନରସପ ହୋଇଥିଲା ।

ଏହି ବର୍ଷ ଓ ଗତ ବର୍ଷ ବି ଚତୁର୍ଥ ସ୍ଥାନରେ ରହି ଆରସିବି ଟିମ ନିଜର ଅଭିଯାନ ଶେଷ କରିଥିଲା । ଏହି ବର୍ଷ ଆରସିବିର ଅଧିନାୟକ ପଦକୁ ଛାଡିବା ଖବର ସାମ୍ନାକୁ ଆସିବା ପର ଠାରୁ ହିଁ ଆରସିବିର ଫ୍ୟାନମାନଙ୍କୁ ଏକ ବଡ ଝଟକା ଲାଗିଛି ଓ ସେ ଦୁଖିତ ମଧ୍ୟ ହୋଇ ଯାଇଛନ୍ତି । ଗତକାଲି ମ୍ୟାଚରେ ଆରସିବି ପ୍ରଥମେ ବ୍ୟାଟିଙ୍ଗ କରି ୭ ୱିକେଟ ହରାଇ ୧୩୮ ରନ କରିଥିଲା । ଯାହାର ଜବାବରେ କେକେଆର ମାତ୍ର ୧୯ ଓଭର ୪ ଟି ବଳରେ ୬ ଟି ୱିକେଟ ହରାଇ ୧୩୯ ରନ କରିଥିଲା ।

Leave a Reply

Your email address will not be published. Required fields are marked *