ପାକିସ୍ତାନର ଭରତ ଉପରେ ଆକ୍ରମଣ – ଭାରତ ସୀମା ଅତିକ୍ରମ କରି ଆସିଥିଲା ପାକିସ୍ତାନର F16 ବିମାନ, ଭାରତ ମଧ୍ୟ ଦେଲା କଡା ଜବାବ, ଜାଣନ୍ତୁ ପୁରା ଘଟଣା

ଏକ ନ୍ୟୁଜ୍ ଏଜେନ୍ସୀର ସୂଚନା ଅନୁସାରେ ଭାରତୀୟ ସୀମାରେ ପଶିଲା ପାକିସ୍ତାନୀ ବିମାନ । ପାକିସ୍ତାନୀ ବିମାନ ଭାରତୀୟ ସୀମାରେ ବମ୍ ମଧ୍ୟ ପକାଇଛି । ଜାମ୍ମୁକାଶ୍ମୀର ନୌସେରା ସେକ୍ଟରରେ ଭାରତୀୟ ସୀମା ଉଲଂଘନ କରି ପଶିଲା ପାକ୍ ବିମାନ ।  ଭାରତୀୟ ବାୟୁସେନା ସୀମାରୁ ପାକିସ୍ତାନୀ ବିମାନକୁ ତଡି ବାହାର କରିଦେଇଛି । ଏହା ପରେ ଏହାକୁ ମଧ୍ୟ ତଳକୁ ଖସି ଦେଇ ଉଡେଇ ଦିଆଯାଇଛି।

ଭାରତୀୟ ବାୟୁସେନା ଦ୍ବାରା ଏୟାର ଷ୍ଟ୍ରାଇକ୍ କରାଯିବା ପରେ ପାକିସ୍ତାନ ବିଚଳିତ ହୋଇଯାଇଛି । ଭାରତର ପ୍ରତି ଜବାବ ପରେ ବିଳବିଳେଇ ଯାଇଛି ପାକିସ୍ତାନ । ଫଳରେ ଏଲଓସିରେ ଅସ୍ତ୍ର ବିରତି ଉଲଂଘନ କରିଛି ପାକିସ୍ତାନ । ଫଳରେ ଭାରତୀୟ ବାୟୁସେନାର ଜବାବୀ ହମଲା ପରେ ଫେରିଗଲା ପାକିସ୍ତାନର ବାୟୁସେନା ବିମାନ ।

ସେନାର ଆକ୍ସନ ପରେ ପିଓକେ ଫେରିଯିବା ସମୟରେ ଆମ ବାୟୁ ସେନା ଏହାକୁ ଘେରିଯାଇ ତଳକୁ ଖସାଇ ଦେଇଛନ୍ତି ଏଥିରେ ପୁରା ନଷ୍ଟ ହୋଇଯାଇଛି ପାକିସ୍ତାନର ଏହି ଜେଟ । ଭାରତୀୟ ସେନା ଏବଂ ପାକ୍ ସେନାଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୭ଜଣ ଭାରତୀୟ ଯବାନ ଆହତ ହୋଇଥିଲେ ।

ସେପଟେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଦୁର୍ଘଟଣାଗସ୍ତ । ଜମ୍ମୁକାଶ୍ମୀର ବଡଗାମରେ ମିଗ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡିଛି । ତେବେ ବିମାନରେ ଥିବା ୨ଜଣ ପାଇଲଟ ସୁରକ୍ଷିତ ଅଛନ୍ତି କି ନାହିଁ ସେନେଇ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ବିମାନ ଦୁର୍ଘଟଣାର କାରଣ ଜଣା ପଡି ନାହିଁ । ବିମାନଟି କ୍ରାସ ହେବା ପରେ ପୁରା ପୁରି ଜଳି ଯାଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇ ଯାଇଥିଲେ । ଶ୍ରୀନଗର ଏୟାରବେସରୁ ବିମାନଟି ଉଡାଣ ଭରିଥିଲା । ଏବଂ ନିଆଁ ଲିଭାଇବାକୁ ଚେଷ୍ଟା କରି ଥିଲେ । ସେୟାର କରିବାକୁ ଅନୁରୋଧ।

Leave a Reply

Your email address will not be published. Required fields are marked *