ଭାରତରେ ଫଳିଛି ବିଶ୍ୱର ଦାମୀ ଆମ୍ବ, ଯାହାକୁ ଜଗିଛନ୍ତି ୯ ପ୍ରଶିକ୍ଷିତ କୁକୁର ଓ ୩ ସୁରକ୍ଷାକର୍ମୀ, କିଲୋ ପିଛା ଦାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଜାଣନ୍ତୁ କେଉଁଠି ଫଳିଛି ଏହି ଆମ୍ବ ?

ଗ୍ରୀଷ୍ମ ଋତୁରେ ଅର୍ଥାତ ଗରମ ଦିନରେ ଆମ୍ବର ଉତ୍ପାଦନ ବହୁତ ପରିମାଣରେ ହୋଇଥାଏ ସେଥିପାଇଁ ଏହାର ମୂଲ୍ୟ ବି ଏହି ସମୟରେ ବହୁତ କମ ଥାଏ । ଯେତେବେଳେ ଆପଣ ଆମ୍ବ କିଣିବାକୁ ଯାଇଥାନ୍ତି ତେବେ ଏକ କିଲୋ ଆମ୍ବର ମୂଲ୍ୟ ଆପଣ ସର୍ବାଧିକ ୨୦୦ କିମ୍ବା ୩୦୦ ଟଙ୍କା ଶୁଣିଥିବେ କିମ୍ବା ଏହା ଠାରୁ କମ ବି ଶୁଣିଥିବେ । କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ କି ଭାରତରେ ଏମିତି ଏକ ଆମ୍ବ ଗଛ ଅଛି

ଯାହାର ଗୋଟିଏ ଆମ୍ବର ମୂଲ୍ୟ ୧୦୦୦ ଟଙ୍କା । ତେବେ ଆପଣ ବୋଧେ ବିଶ୍ଵାସ କରିବେ ନାହିଁ । କିନ୍ତୁ ଏହା ବିଲକୁଲ ସତ ଅଟେ । ସୂଚନା ଅନୁସାରେ ମଧ୍ୟପ୍ରଦେଶର ଅଲିଜାପୁର ଜିଲ୍ଲାରେ ଏହିଭଳି ଆମ୍ବ ଦେଖିବାକୁ ମିଳିଛି । ଏହି ଆମ୍ବର ନୂରଜହାଂ ଆମ୍ବ ଅଟେ । ଏହି ଆମ୍ବକୁ ଉତ୍ପାଦନ କରିଥିବା ବ୍ୟକ୍ତି କହିବା ଅଟେ କି ଗତ ବର୍ଷ ଅପେକ୍ଷା ଏହି ଆମ୍ବ ଗୁଡିକ ଏଥର ଗୁଣ, ସଂଖ୍ୟା, ଆକାର ମୂଲ୍ୟରେ ବହୁତ ଗୁଣା ବଡ ଅଟେ ।

ସେହି ବ୍ୟକ୍ତିଙ୍କ ଅନୁସାରେ ସେ ଏଥର ୪ ଏକର ଜମିରେ ଆମ୍ବ ଚାଷ କରିଛନ୍ତି । ସେ ଏହି ବର୍ଷ ୧୪ ପ୍ରକାରର ଦେଶୀ ଆମ୍ବ ଓ ୬ ପ୍ରକାରର ବିଦେଶୀ ଆମ୍ବର ଉତ୍ପାଦନ ଏହି ସ୍ଥାନରେ କରିଛନ୍ତି । କହିଦେଉଛୁ କି ଏହି ବ୍ୟକ୍ତି ଜଣକ ୨୦୧୩ରେ ଆମ୍ବ ଚାଷ ଆରମ୍ଭ କରିଥିଲେ ଓ ପ୍ରତି ବର୍ଷ ସେ ଏକ ନୂତନ ପ୍ରକାରର ଆମ୍ବ ଚାଷ କରିଥାନ୍ତି । ସେ ଆଗକୁ କହିଲେ କି ଏଥରର ପାଣିପାଗ ବହୁତ ଭଲ ଥିବାରୁ ନୂରଜହାଂ ଆମ୍ବର ଭଲ ଚାଷ ହେବା ସହିତ ଏହି ଆମ୍ବକୁ ୫୦୦ ରୁ ୧୦୦୦ ଟଙ୍କା ମଧ୍ୟରେ ବିକ୍ରି କରାଯାଉଛି ।

କହିଦେଉଛୁ କି ଇନ୍ଦୋର ଠାରୁ ପ୍ରାୟତଃ ୨୫୦ କିମି ଦୂର ଗୁଜୁରାଟ ସୀମାନ୍ତକୁ ଅଞ୍ଚଳକୁ ଲାଗିଥିବା ଅଲିଜାପୁର ଜିଲ୍ଲାର କାଠିୱାଦା ଅଞ୍ଚଳରେ ଏହି ଆମ୍ବ ଚାଷ କରାଯାଉଛି । ସୂଚନା ଅନୁସାରେ ଏହି ଆମ୍ବ ଜାପାନ ଭେରାଇଟିର ଅଟେ ଓ ଗତ ବର୍ଷ ଏହି ଆମ୍ବ ଏକ କିଲୋକୁ ୨ ଲକ୍ଷ ୭୦ ହଜାର ଟଙ୍କାରେ ବିକ୍ରି ହୋଇଥିଲା ବୋଲି କୁହାଯାଉଛି । କିନ୍ତୁ ଏହି ବ୍ୟକ୍ତି ଜଣକ ଯିଏ ଏହି ଅଞ୍ଚଳରେ ଆମ୍ବ ଚାଷ କରିଛନ୍ତି ସେ ଏହି ବର୍ଷ ଆମ୍ବ ବିକ୍ରି କରିବା ଉପରେ ଅତ୍ୟଧିକ ଧ୍ୟାନ ଦେଇ ନାହାନ୍ତି ।

କାରଣ ଏଥରର ଉତ୍ପାଦନ ବିଶେଷ ରୂପରେ ହୋଇ ନାହିଁ । ଏମିତିରେ ସେ ବର୍ତ୍ତମାନ ଲକ୍ଷ ରଖିଛନ୍ତି କି ଗତ ଦୁଇ ତିନି ବର୍ଷ ମଧ୍ୟରେ ଏହି ଆମ୍ବର ଅଧିକ ଉତ୍ପାଦନ କରିବା ପରେ ହିଁ ବିକ୍ରି କରିବେ । କାଠିୱାଦାର ଆମ୍ବ ଚାଷୀ ଶିବରାସିଙ୍ଘ ଯାଧବ କହିଛନ୍ତି କି ଏଥରର ତାଙ୍କର ତିନୋଟି ନୂରଜହାଂ ଆମ୍ବ ଗଛରୁ ୨୫୦ ଟି ଆମ୍ବ ଫଳିଛି ଓ ଏହି ସମସ୍ତ ଆମ୍ବର ମୂଲ୍ୟ ୫୦୦ ରୁ ୧୦୦୦ ଟଙ୍କା ଧାର୍ଯ୍ୟ କରିବା ସତ୍ବେ ବି ସବୁ ଆମ୍ବର ଅର୍ଡର ମିଳିସାରିଛି ।

ମଧ୍ୟ ପ୍ରଦେଶ ଓ ପଡୋଶୀ ଗୁଜୁରାଟର କିଛି ଫଳ ଚାଷୀମାନେ ଏହି ନୂରଜହାଂ ଆମ୍ବ ପାଇଁ ଆଡଭାନ୍ସ ମଧ୍ୟ ଦେଇସାରିଛନ୍ତି । ଏଥର ଯେଉଁ ଆମ୍ବ ଫଳିଛି ସେହି ସମସ୍ତ ଆମ୍ବ ଗୁଡିକ ମଧ୍ୟରୁ ଗୋଟିଏ ଆମ୍ବର ଓଜନ ୨ ରୁ ୩ କିଲୋ ପର୍ଯ୍ୟନ୍ତ ଅଛି । ଗୋଟିଏ ନୂରଜହାଂ ଆମ୍ବ ଏକ ଫୁଟ ପର୍ଯ୍ୟନ୍ତ ଲମ୍ବା ହୋଇପାରେ । ସବୁଠୁ ବଡ କଥା ହେଉଛି କି ଏହି ଆମ୍ବ ବିଦେଶକୁ ମଧ୍ୟ ରପ୍ତାନି ହେଉଛି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *