ବିଛା ଦେଇଥାଏ ଭବିଷ୍ୟତର ସୂଚନା, ଘରକୁ ଆସିବା ଶୁଭ ନା ଅଶୁଭ

ଆପଣ ମାନେ ନିଜ ଜୀବନରେ ବିଛା ନିଶ୍ଚିନ୍ତ ଦେଖିଥିବେ, ଏହା ଏମିତି ଏକ ଜୀବ ଯାହା ଘରେ ଓ ବାହାରେ ଦୁଇ ଜାଗାରେ ଦେଖା ଦେଇଥାଏ ତେବେ ଘରେ ବିଛା ଦେଖା ଗଲେ ବହୁତ ଲୋକ ତାଙ୍କୁ ମାରିଦେଇଥାନ୍ତି, କିନ୍ତୁ ଆପଣ ବିଛା ଦେଖିଲେ ଏହାକୁ ମାରନ୍ତୁ ନାହିଁ କାହିଁକିନା ବିଛା ଦେଇଥାଏ ଭବିଷ୍ୟତର ସୂଚନା । ଆଜି ଆମେ ଆପଣଙ୍କୁ ଏହା ବିସ୍ତାର ସହ କହିବାକୁ ଯାଉଛୁ ଯେ ବିଛା ଘରକୁ ଆସିବା ଶୁଭ ହୋଇଥାଏ ବା ଅଶୁଭ ହୋଇଥାଏ । ଆସନ୍ତୁ ଜାଣିବା ବିଛା ବିଷୟରେ କିଛି ଶକୁନ ଅପଶକୁନ କଥା ।

Image Courtesy: Google

ବିଛା ତା ପୁରା ଜୀବନ କାଳରେ ମାତ୍ର ଥରୋଟିଏ ଅଣ୍ଡା ଦେଇଥାଏ ଯାହା ଦ୍ଵାରା ତା ଛୁଆ ଜନ୍ମ ହୋଇଥାନ୍ତି, ତେବେ ଆପଣ ଯଦି କେଉଁ ବିଛାକୁ ମାରୁଛନ୍ତି ତେବେ ଆପଣ କେବଳ ଗୋଟେ ବିଛାକୁ ନୁହଁ ତା ପୁରା ବଂଶ ନାସ କରି ଦେଉଛନ୍ତି, ବିଛା ଏମିତି ଗୋଟେ ଯିବ ଯାହାକୁ ଦେଖି ମଣିଷ ଡଋ ଥାଏ କାହିଁକିନା ବିଛା କାଟିଲେ ବହୁତ ଯନ୍ତ୍ରଣା ହୋଇଥାଏ ଓ ଲୋକ ଏହାକୁ ଦେଖି ଡଋ ଥାନ୍ତି । ଯଦି ଆପଣ କେଉଁ କାମ ପାଇଁ ବାହାରିଛନ୍ତି ଓ ବିଛା ଦେଖନ୍ତି ତେବେ ଏହା ବହୁତ ଶୁଭ ଅଟେ, ଆପଣଙ୍କ କାମ ନିଶ୍ଚିନ୍ତ ସଫଳ ହୋଇବ ।

Image Courtesy: Google

ଏହାଛଡା ଯଦି ଆପଣ ଘରେ ଅଛନ୍ତି ଓ କୌଣସି କାମ ବିଷୟରେ ଚିନ୍ତା କରୁଛନ୍ତି ଓ ସେହି ସମୟରେ ଆପଣ ବିଛା ଦେଖନ୍ତି ଏହାର ଅର୍ଥ ଆପଣଙ୍କ ସେହି କାର୍ଯ୍ୟ ୭ ଦିନ ଭିତରେ ପୂର୍ଣ ହୋଇବ । ଶାସ୍ତ୍ର ଓ ଜ୍ଯୋତିଷମାନଙ୍କ କହିବା ଅନୁଯାଇ ଗୁରୁବାର ଦିନ ଯଦି ଆପଣ ଘରେ ବା ଘରକୁ ଆସୁଥିବା ବିଛା ଦେଖନ୍ତି ତେବେ ଏହା ମାନିଯିବେ ଯେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ଓ ଆପଣଙ୍କ ପୂଜା ଦ୍ଵାରା ସନ୍ତୁଷ୍ଟ ଅଟନ୍ତି । ତେବେ ଯଦି ଆପଣଙ୍କ ଘରେ କଳା କଙ୍କଡା ବିଛା ଦୁଇରୁ ତିନି ଧାଡି ହୋଇ ଚାଲିବାର ଦେଖା ଦିଅନ୍ତି ତେବେ ଆପଣ ବୁଝି ଯାଆନ୍ତୁ ଯେ ଆପଣଙ୍କ ଘରୁ ପ୍ରବଳ ମାତ୍ରାରେ ଧନ ହାନି ହବାକୁ ଯାଉଛି, ଏହି କଳା କଙ୍କଡା ବିଛା ଅଶୁଭ ହୋଇଥାନ୍ତି ।

Image Courtesy: Google

ବିଜୁଳି ବା ଘଡଘଡି ସମୟରେ ଯଦି କୌଣସି କଳା କଙ୍କଡା ବିଛା କାନ୍ଥରୁ ଖସି ପଡି ଯାଏ ତେବେ ବୁଝି ଯାନ୍ତୁ କୌଣସି ବଡ ସମସ୍ଯା ଆପଣଙ୍କ ମୁଣ୍ଡକୁ ଆସିବାକୁ ଯାଉଛି, ତେବେ ଏହି ସମୟରେ ହଳଦୀ ପାଣି ସେହି ବିଛା ଉପରେ ପକାଇବା ଉଚିତ ଏହା ଦ୍ଵାରା ଆପଣଙ୍କ ବହୁତ କଷ୍ଟ ସମସ୍ଯା ବହୁତ ମାତ୍ରାରେ କମିଯାଇଥାଏ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *