BJB କଲଜେର ଛାତ୍ରୀ Ruchikaଙ୍କ ମୃତ୍ୟୁ ପାଇଁ ଦାଇଥିବା କିଏ ସେହି 3 ସିନିୟର, ଦେଖନ୍ତୁ Video ସାମ୍ନାକୁ ଆସିଲା ନୂଆ ତଥ୍ୟ

ବନ୍ଧୁଗଣ ବିଜେବି କଲେଜର ମେଧାବୀ ଛାତ୍ରୀଙ୍କ ରାଗିଙ୍ଗ ପାଇଁ ଆତ୍ମହତ୍ୟାର ଅଭିଯୋଗ ହୋଇଛି ଯାହା ସମସ୍ତଙ୍କୁ ସ୍ତବ୍ଧ କରି ରଖି ଦେଇଛି । ସତରେ କଣ ରାଗିଙ୍ଗ ପାଇଁ ଜୀବନ ହାରିଲେ ରୁଚିକା ମହାନ୍ତି ? ଯେଉଁ ୩ ଜଣଙ୍କର ରାଗିଙ୍ଗ ସହି ନ ପରି ଆତ୍ମହତ୍ୟା କରିଦେଲ ବୋଲି ଏକ ହାତ ଲେଖାରେ ଦର୍ଶା ଯାଇଛି କିଏ ସେହି ୩ ସିନିୟର ଛାତ୍ରୀ ? କାହିଁକି ସୁସାଇଟ ନୋଟରେ ଲେଖିଲେନି ୩ ଜଣଙ୍କ ନାଁ ରୁଚିକା ? ରାଗିଙ୍ଗକୁ କାହିଁକି ରୋକିପାରିଲେନି କଲେଜ କର୍ତ୍ତୁପକ୍ଷ ?

କଣ ଏଭଳି ରାଗିଙ୍ଗର ଶିକାର ଆଉ କେହି ଛାତ୍ରୀ ହୋଇଛନ୍ତି କି ? ଏଭଳି ନାନା ପ୍ରଶ୍ନ ଉଠୁଥିବାରୁ ପୋଲିସ ୪ ଜଣ ଟିମ ଗଠନ କରି ଖୋଳତାଡ ଆରମ୍ଭ କରିଛି । ଭୁବନେଶ୍ବର ଅତିରିକ୍ତ ଡିସିପିଙ୍କ ନେତୃତ୍ବରେ ଗଠିତ ଟିମରେ ରହିଛନ୍ତି ଭୁବନେଶ୍ଵର ଜୋନ-୪ ଏସିପି ପରେଶ କୁମାର ରାଉତ, ବରଗଡ ଥାନା ଅଧିକାରୀ ଓ ଜଣେ ସବ ଇନ୍ସ୍ପେକ୍ଟର । ସମସ୍ତେ ରୁଚିକ ରହୁଥିବା କାରୁବାଜି ହଷ୍ଟେଲର ୧୩୪ ଆନ୍ତେବାସୀଙ୍କୁ ପଚରାଉଚରା କରୁଛନ୍ତି ।

ଏପରିକି ହଷ୍ଟେଲ ୱାର୍ଡେନ, ସୁପାରିଟେଣ୍ଡେନ୍ଟଙ୍କ ସହ ୪ ଜଣ ତଦନ୍ତ ପରିସରଭୁକ୍ତ କରାଯାଇଛି । ରୁଚିକା ମହାନ୍ତି କଟକ ଆଠଗଡ କଖଡି ଗାଁର ଅଟନ୍ତି । ଯୁକ୍ତ+୩ ପ୍ରଥମ ବର୍ଷ ହିଷ୍ଟ୍ରି ଅନର୍ସ ଛାତ୍ରୀ ହେଉଛନ୍ତି ରୁଚିକା । ରାଜଧାନୀକୁ ଆସି ଆଏସ ହେବାର ସ୍ଵପ୍ନ ଦେଖିଥିଲେ ରୁଚିକା । କାରୁବାଜି ହଷ୍ଟେଲର ୧୩୪ ରୁମରେ ରହୁଥିଲେ ୨ ଜଣ ସହପାଠୀଙ୍କ ସହ ।

ରୁଚିକାଙ୍କୁ ୩ ଜଣ ସିନିୟର ଛାତ୍ରୀ ରାଗିଙ୍ଗ କରୁଥିବା ନେଇ ପୂର୍ବରୁ ପରିବାର ଲୋକଙ୍କୁ ଫୋନରେ ଜଣାଇଥିଲେ ରୁଚିକା । ତେଣୁ ଯେଉଁମାନେ ତାଙ୍କୁ ରାଗିଙ୍ଗ କରୁଥିଲେ ସେମାନଙ୍କୁ ବାହାର କରିବାକୁ ଦାବି କରିଛନ୍ତି ରୁଚିକାଙ୍କ ପରିବାର । ଭୁବନେଶ୍ବରର ପ୍ରତିଷ୍ଠିତ ଅନୁଷ୍ଠାନ ଗୁଡିକୁ ଗ୍ରାସିଛି ରାଗିଙ୍ଗ ରୋଗ । ୨୦୦୫ର କଥା ଥରେ ମନେ ପକାନ୍ତୁ । ସେହି ବିଜେବି କଲଜେର ଛାତ୍ରୀ ରୀଚା ମିଶ୍ର ଆତ୍ମହତ୍ୟା କରିଥିଲେ ଅଧ୍ୟାପକଙ୍କ ଆକ୍ରୋଶରୁ ।

ଏଭଳି ଶିକ୍ଷାନୁଷ୍ଠାନରେ ନୁହେଁ କ୍ରିଡା ଅନୁଷ୍ଠାନରେ ବି ରାଗିଙ୍ଗ ଭଳି କୁଶଚିତ ପରମ୍ପରା ସାମନାକୁ ଆସିଛି । ଖୋଦ ଆନ୍ତର୍ଜାତୀୟ ଆଥଲେଟ ଦୁତୀ ଚାନ୍ଦ ଭୋଗିଛନ୍ତି ରାଗିଙ୍ଗ । ସେ କହିଛନ୍ତି ୨୦୦୬ରୁ ୨୦୦୮ ଯାଏଁ ସ୍ପୋର୍ଟ୍ସ ହଷ୍ଟେଲ ରହଣି ବେଳେ ସିନିୟର ଖେଳାଳୀ ବଡି ମସାଜ ସହ କପଡା ଧୋଇବା ଭଳି କାମ କରାଉଥିଲେ । କଥା ନ ଶୁଣିଲେ ନିର୍ଯାତନା ଦେଉଥିଲେ । ପାରିବାରିକ ଆର୍ଥିକ ସ୍ଥିତିକୁ ନେଇ କମେଣ୍ଟ ମଧ୍ୟ କରୁଥିଲେ । ଏ ସମ୍ପର୍କରେ ହଷ୍ଟେଲ ଇନଚାର୍ଜଙ୍କୁ ଜଣାଇଲେ ଗାଳି ଗୁଲଜ କରି ସହିବାକୁ କହୁଥିଲେ ବୋଲି ଦୁତୀ ସେୟାର କରିଛନ୍ତି ।

ଦୁତୀ ଙ୍କ ଅଭିଯୋଗ ନେଇ ଭୁବନେଶ୍ଵର ସ୍ପୋର୍ଟ୍ସ ହଷ୍ଟେଲ କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ରୁଚିକା ଆତ୍ମହତ୍ୟା ମାମଲାରେ ପୋଲିସ ତଦନ୍ତ ରିପୋର୍ଟ ହସ୍ତଗତ ହେବା ପରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ଟ୍ବିଟ କରି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ବନ୍ଧୁଗଣ ଆପଣ ମାନଙ୍କ ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *