ସିନିୟରମାନେ ତାଙ୍କୁ ରୁମ୍‌କୁ ଡାକି ବଡ଼ି ମସାଜ କରାଉଥିଲେ, ଏମିତିକି ସେମାନଙ୍କ କପଡ଼ା….

BJB କଲେଜ ଛାତ୍ରୀ ରୁଚିକାଙ୍କ ମୃତ୍ୟୁ ମାମଲାରେ ମୁହଁ ଖୋଲିଲେ ଦୂତୀ ଚାନ୍ଦ । କେବଳ ଶିକ୍ଷାନୁଷ୍ଠାନରେ ନୁହେଁ କ୍ରିଡା ଅନୁଷ୍ଠାନରେ ବି ରାଗିଙ୍ଗ ଭଳି କୁଶ୍ଚିତ ପରମ୍ପରା ସାମ୍ନା କୁ ଆସିଛି । 2006 ରୁ 2008 ସ୍ପୋର୍ଟ୍ସ ହସ୍ଟେଲରେ ଯେତେବେଳେ ଦୂତୀ ରହୁଥିଲେ ତାଙ୍କୁ ମଧ୍ୟ ରାଗିଂ କରାଯାଉଥିଲା । ନିଜେ ଆନ୍ତର୍ଜାତୀୟ ଆଥଲେଟ ଦୂତୀ ଚାନ୍ଦ ଭୋଗିଛନ୍ତି ରାଗିଂ । ସେ କହିଛନ୍ତି ୨୦୦୬ ରୁ ୨୦୦୮ ଯାଏଁ ସ୍ପୋର୍ଟ୍ସ ହଷ୍ଟେଲ ରହଣି ବେଳେ ସିନିୟର ଖେଳାଳୀ ମାନେ ତାଙ୍କୁ ବଡି ମସାଜ ସହ କପଡା ଧୋଇବା ଭଳି କାମ କରାଉଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି କଥା ନ ଶୁଣିଲେ ସେମାନେ ନିର୍ଯାତନା ଦେଉଥିଲେ । ପାରିବାରିକ ଆର୍ଥିକ ସ୍ଥିତିକୁ ନେଇ କମେଣ୍ଟ ମଧ୍ୟ କରୁଥିଲେ । ଏ ସମ୍ପର୍କରେ ହଷ୍ଟେଲ ଇନଚାର୍ଜଙ୍କୁ ଜଣାଇଲେ ଗାଳି ଗୁଲଜ କରି ସହିବାକୁ କହୁଥିଲେ ବୋଲି ଦୂତୀ ସେୟାର କରିଛନ୍ତି । କିନ୍ତୁ ଏହି ସବୁ ଦୂତୀଙ୍କୁ ନିଜ ଲକ୍ଷ ପଥରୁ ବାଟବଣା କରି ନଥିଲା ।

ନିଜ ଲକ୍ଷ ପାଇବା ପାଇଁ ସେ ସର୍ବଦା ଲାଗି ରହିଥିଲେ । ଯାହା ଫଳରେ ଆଜି ସିଏ ନିଜ ନିଷ୍ଠା ଓ ଦୃଢତା ବଳରେ ଆନ୍ତର୍ଜାତୀୟ ସ୍ତରର ଖେଳାଳି ହୋଇ ଅନେକ ସୁନାମ ହାସଲ କରିଛନ୍ତି । ଯେତେବେଳେ ରୁଚିକାଙ୍କ ମୃତ୍ୟୁ କୁ ନେଇ ସାରା ସୋସିଆଲ ମିଡିଆ ଉଠୁଛି ପଡୁଛି, ସେ ସମୟରେ ଦୂତୀ ଏଭଳି ଖୁଲାସା କରିଛନ୍ତି । ସେ ମଧ୍ୟ ଏ ସବୁ କଥା ସେହି ସମୟରେ କାହା ସହ ଶେୟାର କରି ପାରି ନଥିଲେ ।

BJB ଛାତ୍ରୀ ରୁଚିକା ନିଜ ଶେଷ ଚିଠି ରେ ନିଜ ମୃତ୍ୟୁ ପାଇଁ ସିନିୟରଙ୍କ ରାଗିଂ ଦାୟୀ କହିଥିବା ବେଳେ ସୋସିଆଲ ମିଡିଆରେ ଦୂତୀ ମଧ୍ୟ ନିଜ ଉପରେ ହୋଇଥିବା ରାଗିଂ କଥା ଶେୟାର କରିଛନ୍ତି । ତେବେ ଦୂତୀ ଙ୍କ ଅଭିଯୋଗ ନେଇ ଭୁବନେଶ୍ଵର ସ୍ପୋର୍ଟ୍ସ ହଷ୍ଟେଲ କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ରୁଚିକା ଆତ୍ମହତ୍ୟା ମାମଲାରେ ପୋଲିସ ତଦନ୍ତ ରିପୋର୍ଟ ହସ୍ତଗତ ହେବା ପରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ଟ୍ବିଟ କରି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ତେବେ କଲେଜ ମାନଙ୍କରେ ହେଉଥିବା ଏହିଭଳି ଜଘନ୍ୟ କାମକୁ ନେଇ ଆପଣ ମାନଙ୍କର ମତ ଓ କେମିତି ଏହାକୁ ରୋକା ଯାଇ ପାରିବ ସେ ବିଷୟରେ ମଧ୍ୟ ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *