ଏହି ବଲୀଉଡ ଅଭିନେତ୍ରୀଙ୍କର କରୋନାରେ ନିଧନ, ଦିଗଜ କଳାକାର ଧର୍ମେନ୍ଦ୍ର ଓ ବିନୋଦ ଖନ୍ନାଙ୍କ ସହ କରିସାରିଛନ୍ତି କାମ

ମେ ୫ ବୁଧବାର ଦିନ ବଲୀଉଡ, ଭୋଜପୁରୀ ଓ ସାଉଥ ଇଣ୍ଡିଆନର ଅଭିନେତ୍ରୀ ଶ୍ରୀପ୍ରଦାଙ୍କ ନିଧନ ହୋଇ ଯାଇଛି । ସେ ଗତ କିଛି ଦିନ ହେବ କରୋନାରେ ସଂକ୍ରମିତ ଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଯାହାକି ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ବହୁତ ହିଁ ବଡ ଦୁଃଖ ଖବର ଅଟେ । ୮୦ ଓ ୯୦ ଦଶକର ଦର୍ଶକମାନଙ୍କର ହୃଦୟରେ ରାଜ କରୁଥିବା ଶ୍ରୀପ୍ରଦା ବଲୀଉଡ,

ଭୋଜପୁରୀ, ଓ ସାଉଥ ଇଣ୍ଡଷ୍ଟ୍ରିର ବହୁତ ଫିଲ୍ମରେ କାମ କରିଛନ୍ତି । ସେ ଫିଲ୍ମ ‘ଆଗ କେ ଶୋଲେ’, ‘ବେୱଫା ସନମ’ ଠାରୁ ନେଇ ଟିଭିର କେତେକ ସିରିଜରେ ବି କାମ କରିଛନ୍ତି । ଶ୍ରୀପ୍ରଦା ୧୯୮୯ରେ ଆସିଥିବା ସୁପର ଷ୍ଟାର ଧର୍ମେନ୍ଦ୍ର ଓ ଦିବାଙ୍ଗତ ବିନୋଦ ଖନ୍ନାଙ୍କ ଫିଲ୍ମ ବଟୱରାରେ ବି କାମ କରିଥିଲେ ।

ଏହା ସହିତ ସେ ‘ଏ ନାଇଟମେୟର ଏଟ ଏଲ୍ମ ସ୍ଟ୍ରୀଟ’ର ହିନ୍ଦୀ ବର୍ଜନ ଖୂନୀ ମୁର୍ଦାରେ ଦୀପକ ପରାଶର ଓ ଜାୱେଦ ଖାନଙ୍କ ସହ ବି କାମ କରିଛନ୍ତି । ଶ୍ରୀପ୍ରଦା ହିନ୍ଦୀ, ସାଉଥ ଇଣ୍ଡିଆନ ଓ ଭୋଜପୁରୀରେ ପାଖାପାଖି ୬୮ ରୁ ବି ଅଧିକ ଫିଲ୍ମରେ କାମ କରିଛନ୍ତି । ଏହା ଛଡା ସେ କେତେକ ଟିଭି ଶୋରେ ମଧ୍ୟ ନଜର ଆସିଛନ୍ତି । କହିଦେଉଛୁ କି ଅଭିନେତ୍ରୀ ଶ୍ରୀପ୍ରଦାଙ୍କ କୋବିଡ – ୧୯ରେ ନିଧନର ଖବର ପୃଷ୍ଟି ସିନେ ଏଂଡ ଟିଭି ଆର୍ଟିସ୍ଟ୍ସ ଏସୋସିଏଶନ (CINTAA) ନିଜର ଅଫିଶିୟଲ ଟ୍ୱୀଟର ମାଧ୍ୟମରେ ଜଣାଇ ଥିଲେ ।

ଏସୋସିଏଶନର ଅଭିନେତ୍ରୀର ନିଧନ ଉପରେ ଦୁଃଖ ବ୍ୟକ୍ତ କରି ଲେଖିଲେ କି, CINTAA ଅଭିନେତ୍ରୀ ଶ୍ରୀପ୍ରଦାଙ୍କ ନିଧନ ଉପରେ ନିଜର ଗଭୀର ସଂବେଦନା ବ୍ୟକ୍ତ କରିଛନ୍ତି । କହିଦେଉଛୁ କି କାରୋନା ମଧ୍ୟରେ ବହୁତ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁତ ବଡ ବଡ ହସ୍ତୀମାନଙ୍କର ଜୀବନ ଚାଲି ଯାଇଛି । କାହାର ମୃତ୍ୟୁ କରୋନା କାରଣରୁ ଅନ୍ୟ କାହାର ମୃତ୍ୟୁ ଅନ୍ୟ କୌଣସି କାରଣରୁ ହୋଇଛି । କହିଦେଉଛୁ କି ଶ୍ରୀପ୍ରଦା ଜଣେ ସିନିୟର ଅଭିନେତ୍ରୀ ଥିଲେ ।

ସେ ହିନ୍ଦୀ, ସାଉଥ ଇଣ୍ଡିଆନ, ଭୋଜପୁରୀର ଏକ ବଡ ନାଁ ବି ଥିଲେ । କରୋନାର ଦ୍ଵିତୀୟ ଲହର ମଧ୍ୟରେ ଶ୍ରୀପ୍ରଦାଙ୍କ ଦେହାନ୍ତ ଖବର ବଲୀଉଡକୁ ଏକ ବଡ ଝଟକା ଦେଇଛି । ଶ୍ରୀପ୍ରଦା କେବଳ ଫିଲ୍ମରେ ନୁହେଁ ସେ କେତେକ ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି । ବଲୀଉଡର କେତେକ ସିରିଏଲରେ ତାଙ୍କର ଅଭିନୟକୁ ଆଜି ବି ଲୋକମାନେ ମନେ ରଖିଛନ୍ତି ।

ପିଲାଦିନୁ ହିଁ ଶ୍ରୀପ୍ରଦା ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଦେଇଥିଲେ ଓ ନିଜର ବୁଦ୍ଧା ଅବସ୍ଥାରେ ବି ସେ ଅଭିନୟ କ୍ଷେତ୍ର ସହ ଜଡିତ ଥିଲେ । ସେ ଅଭିନେତ୍ରୀ ସହ, ନେଗେଟିବ ରୋଲ ଓ ଶାଶୁ ରୋଲରେ ସମସ୍ତଙ୍କର ହୃଦୟ ଜିତି ଥିଲେ । ସବୁ ରୋଲରେ ଦର୍ଶକମାନେ ତାଙ୍କୁ ପସନ୍ଦ ବି କରୁଥିଲେ । କିନ୍ତୁ ବର୍ତ୍ତମାନ ସେ ଗହଣରେ ଆଉ ନାହାନ୍ତି । କିନ୍ତୁ ସବୁଦିନ ପାଇଁ ସେ ଆମ ସ୍ମୃତିରେ ରହି ଯାଇଛନ୍ତି ।

ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *