ନୂଆ ବୋହୁ ସିରିଏଲର ମୁଖ୍ୟ ଅଭିନେତ୍ରୀ ରାଧିକା ଦେଲେ ଖୁସିର ଖବର- Ollywood News

ଆପଣ ସମସ୍ତେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସିରିଏଲ ନୂଆ ବୋହୁ ନିଶ୍ଚିତ ଦେଖୁଥିବେ । ଏହାର କାହାଣୀ ଅନ୍ୟ ସମସ୍ତ ସିରିଏଲ ଠାରୁ ବହୁତ ହିଁ ଭିନ୍ନ ଓ ସୁନ୍ଦର ଅଟେ । ଦର୍ଶକମାନେ ଏହି ସିରିଏଲର କାହାଣୀକୁ ବହୁତ ପସନ୍ଦ ମଧ୍ୟ କରନ୍ତି । ଏହା ସହିତ ଏଥିରେ ନଜର ଆସୁଥିବା ସମସ୍ତ କଳାକାର ମାନଙ୍କୁ ବି ବହୁତ ପସନ୍ଦ କରନ୍ତି । ଏଥିପାଇଁ ଏହି ସିରିଏଲ ଟପ ନମ୍ବରରେ ଆସିଥାଏ ।

ଏହା ସହିତ ଏହି ସିରିଏଲ ନିଜର କଳାକାରମାନଙ୍କ ପାଇଁ ବହୁତ ପୁରଷ୍କାର ଦ୍ଵାରା ସମ୍ମାନିତ ମଧ୍ୟ ହୋଇଛି । ଏହି ସିରିଏଲରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେଉଛନ୍ତି ଏହି ସିରିଏଲରେ ମୁଖ୍ୟ ନାୟିକା ଭୂମିକାରେ ଆସୁଥିବା ଅଭିନେତ୍ରୀ ରାଧିକା ଅଟନ୍ତି । ଯିଏକି ନିଜର ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ବାନ୍ଧି ରଖିଛନ୍ତି । ଆପଣ ବି ଯଦି ଏହି ସିରିଏଲକୁ ଦେଖୁ ନାହାନ୍ତି ତେବେ ଆଜି ଠାରୁ ଦେଖନ୍ତୁ ତେବେ ଆପଣ ବି ଏହି ସିରିଏଲର ଦିବାନା ହୋଇଯିବେ ।

କହିବାକୁ ଗଲେ ଆଜି ଆମେ ଆପଣଙ୍କୁ ଏହି ସିରିଏଲ ବିଷୟରେ ନୁହେଁ ସିରିଏଲରେ ନଜର ଆସୁଥିବା ମୁଖ୍ୟ ଅଭିନେତ୍ରୀ ରାଧିକାଙ୍କ ବିଷୟରେ କହିବୁ । ବର୍ତ୍ତମାନର ରିପୋର୍ଟ ଅନୁସାରେ ଏହି ଲକଡାଉନ ମଧ୍ୟରେ ରାଧିକାଙ୍କ ଘରୁ ଏକ ଖୁସି ଖବର ଆସିଛି । ତେବେ ଚାଳନ୍ତୁ ଜାଣିବା ସେହି ଖୁସି ଖବରଟି କଣ । ଖୁସି ଖବର ଶୁଣିବା ମାତ୍ରେ ହିଁ ଆପଣ ଚିନ୍ତା କରୁଥିବେ କି ରାଧିକାଙ୍କ ବିବାହ ଠିକ ହୋଇଯାଇଛି ।

କିନ୍ତୁ ଏହା ସମ୍ପୂର୍ଣ ଭୁଲ ଅଟେ । କହିବାକୁ ଗଲେ ରାଧିକା ବର୍ତ୍ତମାନ ମାଉସୀ ହୋଇ ଯାଇଛନ୍ତି । କହିଦେଉଛୁ କି ରାଧିକାଙ୍କ ବଡ ଭଉଣୀଙ୍କର କିଛି ଦିନ ତଳେ ବିବାହ ହୋଇଥିଲା ଓ ବର୍ତ୍ତମାନ ତାଙ୍କର ଭଉଣୀ ଗୋଟିଏ କୁନି ଝିଅକୁ ଜନ୍ମ ଦେଇଛନ୍ତି । ସେ ମାଉସୀ ହେବା ପରେ ନିଜର ଏହି ଖୁସିକୁ ସେ ନିଜର ଫ୍ୟାନ ଓ ବନ୍ଧୁମାନଙ୍କ ସହ ଶେୟାର କରିଛନ୍ତି । ସେ ଏକ ଫଟୋ ବି ଶେୟାର କରିଛନ୍ତି ।

ଯେଉଁଥିରେ ସେ ନିଜ ଭଉଣୀର କୁନି ଶିଶୁକୁ ଧରି ଥିବାର ନଜର ଆସୁଛନ୍ତି । କହିଦେଉଛୁ କି ଲକଡାଉନ କାରଣରୁ ସମସ୍ତ ଶୁଟିଙ୍ଗ ବନ୍ଦ ରହିଛି । ଏମିତିରେ ରାଧିକା ନିଜର ପରିବାର ସହ ସମୟ ବିତାଇବା ପାଇଁ ଗାଁ କୁ ଚାଲି ଯାଇଛନ୍ତି ଓ ଗାଁରେ ସେ ନିଜର ପରିବାର ଓ ଗାଁର ବନ୍ଧୁମାନଙ୍କ ସହ ମିଶି ରଜ ପାଳନ କରୁଥିବାର ନଜର ଆସିଛନ୍ତି । କହିଦେଉଛୁ କି ନୂଆ ବୋହୁ ସିରିଏଲରେ ଅଭିନୟ କରି ସେ ଲୋକଲୋଚନକୁ ଆସିଥିଲେ ଓ ଏଥିପାଇଁ ସେ ବହୁତ ପୁରସ୍କାର ମଧ୍ୟ ପାଇଛନ୍ତି ।

ଏହା ସହିତ କହିଦେଉଛୁ କି ସେ ବେସ୍ଟ ହିରୋଇନର ପୁରଷ୍କାର ମଧ୍ୟ ପାଇସାରିଛନ୍ତି । ଆସନ୍ତା ଦିନରେ ଯଦି ଲକଡାଉନ ଖୋଲିଯାଏ ତେବେ ପୁଣି ଥରେ ନୂଆ ବୋହୁର ଶୁଟିଙ୍ଗ ଆରମ୍ଭ ହୋଇଯିବ ଓ ଆପଣମାନେ ପୁଣି ଠାରେ ରାଧିକାଙ୍କୁ ସିରିଏଲରେ ଦେଖି ପାରିବେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *