Bollywood ର ଏହି ନଣନ୍ଦ ଭାଉଜ ଯୋଡି ମଧ୍ୟରେ ଅଛି ନିଜ ଭଉଣୀଠାରୁ ବି ଅଧିକ ପ୍ରେମ- 2 ନମ୍ବର ଯୋଡି ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ନମସ୍କାର,ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ବଲିଉଡ ଇଣ୍ଡଷ୍ଟ୍ରୀ ର କିଛି ଏଭଳି ନଣଦ ଭାଉଜ ଙ୍କ ଯୋଡି ସମ୍ବନ୍ଧରେ ଯିଏ ନିଜ ସମ୍ପର୍କକୁ ନିଜ ଭଉଣୀ ସହ ଥିବା ସମ୍ପର୍କ ଠାରୁ ମଧ୍ୟ ଅଧିକ ମାନ୍ୟତା ଦିଅନ୍ତି । କୌଣସି ଭି ନାରୀ ଯେତେବେଳେ ଵିଵାହ ପରେ ନିଜ ଘର ଛାଡ଼ି ଶଶୁର ଘରକୁ ଯାଇଥାଏ ତେବେ ସେଠାରେ ତାକୁ ନିଜ ଭଉଣୀ ସହ ସମାନ ଏକ ସମ୍ପର୍କ ମିଳିଥାଏ ତାହା ହେଉଛି ନଣନ୍ଦ । ସେ ନିଜ ନଣନ୍ଦ କୁ ନିଜ ବନ୍ଧୁ ବୋଲି ମାନି ନେଇଥାଏ ଏବଂ ନିଜ ସ୍ୱାମୀ ପରେ ଯଦି କିଏ ଥାଏ ଯାହା ସହ ସେ ସମସ୍ତ କଥା ବାଣ୍ଟି ପାରିଥାଏ ତେବେ ସେ ହେଉଛି ନିଜ ନଣନ୍ଦ ସହ ।

ବଲିଉଡ ଇଣ୍ଡଷ୍ଟ୍ରୀ ଏଭଳି ଦେଖାଯାଇଥାଏ ଯେ ନଣନ୍ଦ ଏବଂ ଭାଉଜ ଙ୍କ ମଧ୍ୟରେ ସମ୍ପର୍କ ଭଲ ରହି ନଥାଏ । କିନ୍ତୁ ବନ୍ଧୁଗଣ ଏହା ସତ୍ୟ ନୁହେଁ । ବଲିଉଡ ଇଣ୍ଡଷ୍ଟ୍ରୀ ରେ କିଛି ଏଭଳି ଅଭିନେତ୍ରୀ ମଧ୍ୟ ଅଛନ୍ତି ଯେଉଁମାନଙ୍କ ବାସ୍ତବ ଜୀଵନ ରେ ନିଜ ନଣଦ ତଥା ଭାଉଜ ଙ୍କ ସହ ନିଜ ଭଉଣୀ ଭଳି ସଂପର୍କ ରହିଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ବଲିଉଡ ଇଣ୍ଡଷ୍ଟ୍ରୀ ର ସେହି ନଣନ୍ଦ ଭାଉଜ ଙ୍କ ଯୋଡି ସମ୍ବନ୍ଧରେ ।

୧. ପ୍ରଥମ ନଣନ୍ଦ ଭାଉଜ ଙ୍କ ଯୋଡି ଟି ହେଉଛି ଅଭିନେତ୍ରୀ ‘କରିନା କପୁର ଖାଁ’ ଏବଂ ‘ସୋହା ଅଲ୍ଲୀ ଖାଁ’ । ଏହି ଦୁଇ ଙ୍କ ଯୋଡି ର ଉଦାହରଣ ବଲିଉଡ ରେ ଦିଆଯାଇଥାଏ । ଏହି ଦୁହେଁ ପରସ୍ପରକୁ ବହୁତ ଭଲ ପାଆନ୍ତି ଏବଂ ଇଜ୍ଜତ ମଧ୍ୟ କରନ୍ତି । ଏମାନଙ୍କ ସମ୍ପର୍କ ବହୁତ ହିଁ ମଜବୁତ ଅଟେ । ସୋହା ନିଜର ଏକ ଇଣ୍ଟରଭିଉ ରେ କହିଥିଲେ ଯେ, କରିନା କୁ ସେ ଏଥିପାଇଁ ଭଲ ପାଆନ୍ତି କାରଣ କରିନା ସମସ୍ତ ସମ୍ପର୍କକୁ ବହୁତ ଭଲ ଭାବରେ ତୁଲାଇ ଥାଆନ୍ତି । ସୋହା ନିଜ ଭାଇ ସୈଫ ଙ୍କୁ ଯେତିକି ମାତ୍ରା ରେ ଭଲ ପାଆନ୍ତି ତା’ଠାରୁ ଅଧିକ କରିନା ଙ୍କୁ ଭଲ ପାଆନ୍ତି ।

୨. ଦ୍ଵିତୀୟ ନଣନ୍ଦ ଭାଉଜ ଙ୍କ ଯୋଡି ଟି ହେଉଛି ‘ଐଶ୍ୱରିୟା ରାୟ’ ଏବଂ ‘ଶ୍ୱେତା ନନ୍ଦା’ ଙ୍କ ଯୋଡି । ମିଡ଼ିଆ ରେ ଦେଖାଇଥା’ନ୍ତି ଯେ, ଶ୍ୱେତା ଏବଂ ଐଶ୍ୱରୀୟା ଙ୍କ ମଧ୍ୟରେ ଥିବା ସମ୍ପର୍କ ରେ ଭଲ ପାଇବା ନାହିଁ । କିନ୍ତୁ ବାସ୍ତବରେ ତାହା ସମ୍ପୁର୍ଣ୍ଣ ଭାବେ ବିପରୀତ । ଏହି ଦୁହିଁଙ୍କ ମଧ୍ୟରେ ଦୁଇ ଭଉଣୀ ଙ୍କ ଭଳି ସମ୍ପର୍କ ରହିଛି । ଟିଭି ସୋ ‘କଫି ବିଥ କରନ’ ରେ ଶ୍ୱେତା ଏହା ମଧ୍ୟ କହିଥିଲେ ଯେ,ସେ ନିଜ ଭାଉଜ ଐଶ୍ୱରିୟା ଙ୍କୁ ବହୁତ ଭଲ ପାଆନ୍ତି ଏବଂ ନିଜ ଭାଇ ଅଭିଷେକ ବଚ୍ଚନ ଏବଂ ଭାଉଜ ଐଶ୍ୱରୀୟା ଙ୍କୁ ଏକାଠି ଦେଖିଲେ ତାଙ୍କୁ ବହୁତ ଖୁସି ଲାଗେ ।

୩. ତୃତୀୟ ନଣନ୍ଦ ଏବଂ ଭାଉଜ ଙ୍କ ଯୋଡି ଟି ହେଉଛି ଅଭିନେତ୍ରୀ ‘ମଲାଇକା ଅରୋରା ଖାଁ’ ଏବଂ ‘ଅର୍ପିତା ଖାଁ’ ଙ୍କ ଯୋଡି । ମଲାଇକା ଅର୍ବାଜ ଙ୍କୁ ଛାଡ଼ ପତ୍ର ଦେବା ପରେ ମଧ୍ୟ ଏହି ଦୁହିଁଙ୍କ ସମ୍ପର୍କରେ କୌଣସି ବାଧା ଆସି ନଥିଲା ଏବଂ ପୂର୍ବ ଭଳି ଭଲ ପାଇବା ଥିଲା କିନ୍ତୁ ଅର୍ଜୁନ କପୁର ଙ୍କ ସହ ପ୍ରେମ ସମ୍ପର୍କ ରେ ଆବଦ୍ଧ ହେଲା ପରେ ଏହି ଦୁଇ ନଣନ୍ଦ ଭାଉଜ ଯୋଡି ଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା ।

୪. ଚତୁର୍ଥ ନଣନ୍ଦ ଭାଉଜ ଯୋଡି ଟି ହେଉଛି ‘ସୋନାକ୍ଷୀ ସିନହା’ ଏବଂ ‘ତରୁଣା ଅଗ୍ରବାଲ’ ଙ୍କ ଯୋଡି । ସୋନକ୍ଷୀ ଙ୍କ ଭାଇ କୁଶ ୨୦୧୫ ମସିହାରେ ତରୁଣା ଙ୍କୁ ବିବାହ କରିଥିଲେ । ସୋନାକ୍ଷୀ ଏବଂ ତଙ୍କ ଭାଉଜ ତରୁଣା ଙ୍କ ସମ୍ପର୍କ ବହୁତ ହିଁ ଘନିଷ୍ଠ ଅଟେ ଏବଂ ସୋସିଆଲ ମିଡ଼ିଆ ରେ ସୋନାକ୍ଷୀ ଙ୍କୁ ନିଜ ଭାଉଜଙ୍କ ସହ ପ୍ରାୟ ଫଟୋ ସେୟାର କରୁଥିବାର ଦେଖିବାକୁ ମିଳେ ।

୫. ପଞ୍ଚମ ନଣନ୍ଦ ଭାଉଜ ଙ୍କ ଯୋଡି ଟି ହେଉଛି ‘ନିତୁ ସିଂ’ ଏବଂ ‘ରିମା ଜୈନ’ ଙ୍କ ଯୋଡି । ବଲିଉଡ ଇଣ୍ଡଷ୍ଟ୍ରୀ ରେ ଏହି ଯୋଡି ସବୁଠାରୁ ପୁରୁଣା ଯୋଡି ଅଟନ୍ତି । ଏହି ଯୋଡିଙ୍କ ମଧ୍ୟରେ ଅସରନ୍ତି ଭଲ ପାଇବା ରହିଛି ଏବଂ ଦୁହିଁଙ୍କ ସମ୍ପର୍କ ଭଉଣୀ ଭଳି ରହିଛି । ଦୁହିଁଙ୍କୁ ପ୍ରାୟତଃ ଏକାଠି ଦେଖିବାକୁ ମିଳେ ।

୬. ଷଷ୍ଠ ନଣନ୍ଦ ଭାଉଜ ଯୋଡ଼ି ଟି ହେଉଛି ‘ଗୌରୀ ଖାଁ’ ଏବଂ ‘ସେହନାଜ’ ଙ୍କ ଯୋଡି । ସେହନାଜ ସାହରୁଖ ଙ୍କ ଠାରୁ ୬ବର୍ଷ ବଡ଼ ଅଟନ୍ତି । ନିଜ ମାଆ ଙ୍କ ଦେହାନ୍ତ ପରେ ସେହନାଜ ଙ୍କ ମାନସିକ ସ୍ଥିତି ଠିକ ନଥିଲା । ସେହନାଜଙ୍କ ଭାଉଜ ଗୌରୀ ଖାଁ ତାଙ୍କ ର ବହୁତ ଯତ୍ନ ନେଇଥିଲେ । ସେହନାଜ ଙ୍କ ଜୀଵନ ରେ ନିଜ ଭାଉଜ ଗୌରୀ ଖାଁ ଙ୍କ ସ୍ଥାନ ସବୁଠାରୁ ଉର୍ଦ୍ଧ୍ବ ରେ ରହିଛି । ଗୌରୀ ଖାଁ ନିଜ ନଣନ୍ଦ ସେହନାଜ ଙ୍କ ସବୁ ଇଚ୍ଛା ପୁରଣ କରନ୍ତି । ଏହି ନଣନ୍ଦ ଏବଂ ଭାଉଜ ଙ୍କ ଯୋଡ଼ି ମଧ୍ୟରେ ଅସରନ୍ତି ଭଲ ପାଇବା ରହିଛି ।

ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *