ସଞ୍ଜବେଳେ କଣ କଲେ କଣ ହୁଏ- Ajira Anuchinta

ନମସ୍କାର ବନ୍ଧୁଗଣ, ଆଜି ଆମେ ଅଲୋଚନା କରିବା ଶାସ୍ତ୍ର ସମ୍ବନ୍ଧିତ କିଛି କଥା ଯାହା ସନ୍ଧ୍ୟା ସମୟରେ କରିବା ଅନୁଚିତ ଓ ଯଦି ଏହା ଆମେ ନ ମାନି କରିଥାଉ ତେବେ ତାହାର ପରିଣାମ କଣ ହୁଏ । ହିନ୍ଦୁ ଧର୍ମରେ ବହୁତ ନୀତି ନିୟମ ଅଛି ଏହା ତ ଆପଣ ଜାଣିଛନ୍ତି, ସେମିତି କିଛି ନିୟମ ଅଛି ଯାହାକୁ ସନ୍ଧ୍ୟା ସମୟରେ ପାଳନ କରିବା ନିତ୍ୟାନ୍ତ ଆବଶ୍ୟକ ନଚେତ ଏହା ଆମ ଜୀବନରେ ବହୁତ କ୍ଷତି କରିଥାଏ । ତେବେ ଆସନ୍ତୁ ଜାଣିବା ତାହା କେଉଁ ସବୁ କାମ ଯାହା ସନ୍ଧ୍ୟା ସମୟରେ କରିବା ଅନୁଚିତ ।

ସନ୍ଧ୍ୟା ବେଳେ ମଇଥୁନ କାଲେ ଶରୀରରୁ ବଳ ହ୍ରାସ ହୁଏ । ସନ୍ଧ୍ୟାବେଳେ ସୋଇଲେ ଶରୀରରେ ରୋଗ ହୁଏ ଓ ଦୁଃଖ ବଢେ । ସନ୍ଧ୍ୟାବେଳେ ଖାଇଲେ ଖାଦ୍ୟ ହଜମ ହୁଏ ନହିଁ । ସନ୍ଧ୍ୟାବେଳେ କୁ କଥା କହିଲେ ଦେବତା ଓ ପୂର୍ବ ପୁରୁଷ ଅଶାନ୍ତି ହୋଇଥାନ୍ତି ।

ଅପକର୍ମ କାଲେ ଶାସ୍ତି ମିଳେ, ଓ କ୍ରୋଧିତ ହେଲେ ଅଶାନ୍ତି ମିଳେ । ଆତ୍ମ ସଂଯମ କାଲେ ମନରେ ସ୍ଥିରତା ଓ ମନରେ ସ୍ଥିରତା ଆସେ । ସଂସାର ଧର୍ମ ପାଳନ କଲେ ଭଗବାନ ବହୁତ ଶୀଘ୍ର ଦୁଃଖ ଶୁଣନ୍ତି । ଇଶ୍ଵର ଉପାସନା କଲେ ଉଚିତ କର୍ମ ଓ ମନ୍ଦ ଅଭ୍ୟାସ ଦୂରେଇ ଯାଇଥାଏ । ଗୀତାଦାନ କାଲେ ମହାପୁଣ୍ୟ ଲାଭ ହୋଇଥାଏ । ମାଳା ଗଡାଇବା ଦ୍ଵାରା ଚଞ୍ଚଳ ମନ ସ୍ଥିର ହୋଇଥାଏ ।

ଚତୁର୍ଥୀ ତିଥିରେ ସୂର୍ଯ୍ୟଙ୍କର ବିଷାକ୍ତ କିରଣ ଚନ୍ଦ୍ର ଉପରେ ପଡିଥାଏ ତେଣୁ ଏହି ଦିନ ଚନ୍ଦ୍ର ଦର୍ଶନ ଶୁଭ ଦାୟକ ହୋଇନଥାଏ । ରାମ ନାମ ଜପ କଲେ କଳିଯୁଗରୁ ମୁକ୍ତି ମିଳିଥାଏ । ସମୁଦ୍ରରେ ସ୍ନାନ କଲେ ପାପ ତାପ ନଷ୍ଟ ହୋଇଥାଏ । ଅନ୍ୟାୟ କଲେ ବିନାଶ ହୁଏ । ଅହଂକାର କଲେ ଗର୍ବ ବଢେ । ଧର୍ମ କାର୍ଯ୍ୟ କଲେ ପୂଣ୍ୟ କାର୍ଯ୍ୟ ମିଳେ ।

ଅନ୍ୟଠାରୁ ଠାରୁ ସନମାନ ମିଳିଲେ ଜୀବନ ସାର୍ଥକ ହୁଏ । ଉତ୍ତରକୁ ମୁଣ୍ଡ ରଖି ସୋଇଲେ ମଣିଷର ଶକ୍ତି କ୍ଷୟ ହୋଇଥାଏ । ତଥା ବୈଜ୍ଞାନିକ ମାନଙ୍କ ମତରେ ଦକ୍ଷିଣ ଓ ଉତ୍ତର ଦିଗରେ ଚୁମ୍ବକୀୟ ଶକ୍ତି ଥିବାରୁ ଦେହରେ ଥିବା ରକ୍ତରେ ଲୌହକୁ ଉତ୍ତର ଦିଗରେ ମୁଣ୍ଡ ରଖୀ ସୋଇଲେ ମୁଣ୍ଡ ଉପରେ ଚଢିଯାଏ । ଫଳରେ ରକ୍ତଚାପ ବୃଦ୍ଧି ପାଇଥାଏ । ଏହା ଥିଲା ଆଜିର ବିଷୟ ବସ୍ତୁ ସନ୍ଧ୍ୟାବେଳେ କଣ କଲେ କଣ ହୁଏ, ଆଶା କରୁଛୁ ଏହି ଲେଖାଟି ଆପଣଙ୍କୁ ବହୁତ ଭଲ ଲାଗିବ ।

ଭଲ ଲାଗିଲେ ପେଜକୁ ଶେୟର କରନ୍ତୁ ଆଉ ଆମ ସହିତ ଯୋଡି ହୋଇ ଏମିତି ରୁହନ୍ତୁ ।

Leave a Reply

Your email address will not be published. Required fields are marked *