ବଲିଉଡ ଫିଲ୍ମ Drishyam 2 କୁ ପଛରେ ପକାଇଲା ଓଡ଼ିଆ ଫିଲ୍ମ ‘Daman’, ପ୍ରଥମଥର ପାଇଁ ଇତିହାସ ରଚିଲା ଓଡିଆ ଫିଲ୍ମ

ଦର୍ଶକ ବନ୍ଧୁ ଓଡିଆ ଫିଲ୍ମ ଦମନ ଏବେ ବଲିଉଡ କୁ ଟକ୍କର ଦେଉଛି । ବଲିଉଡ ଫିଲ୍ମ ଦୃଶ୍ୟମ-୨ କୁ ପଛରେ ପକାଇଛି ଦମନ ଫିଲ୍ମ । ଦମନ ଏବେ ଓଡିଶାରେ ପ୍ରତି ଟି ହଲ ରେ କମାଲ କରିବା ଆରମ୍ଭ କରିଛି । ଦମନ ଫିଲ୍ମ ଦେଖିବାକୁ ହେଲେ ୨ ଦିନ ପୂର୍ବରୁ ଟିକେଟ ବୁକ କରିବାକୁ ପଡୁଛି । ବ୍ଲାକ ରେ ବି ମିଳୁ ନାହି ଓଡିଆ ଫିଲ୍ମ ଦମନ ର ଟିକେଟ । ଫିଲ୍ମ ଟି ଏତେ ଭଲ ହୋଇଛି କି ଦୀର୍ଘ ୧୫ ଦିନରୁ ଅଧିକ ହେବ ହଲ ହାଉସ ଫୁଲ ରହୁଛି ।

ଏହା ପୂର୍ବରୁ ଏମିତି କୌଣସି ଓଡିଆ ଫିଲ୍ମ ନାହି ଯିଏ ଏତେ ପରିମାଣରେ ହିଟ ଓ ଇନକମ କରିଥିବ । ଖାଲି ସୁପର ହିଟ ନୁହେଁ ବରଂ ଡିସେମ୍ବର ୧୬ ରେ ରିଲିଜ ହେବାକୁ ଯାଉଛି ଓଡିଆ ଫିଲ୍ମ ଦମନ । ତେବେ ସୂଚନା ଅନୁଯାୟୀ ଗତ କିଛି ଦିନ ଏବ ବଲିଉଡ ଫିଲ୍ମ ଦୃଶ୍ୟମ-୨ ମଧ୍ୟ ରିଲିଜ ହୋଇଛି । ଅଜୟ ଦେବଗନ ଙ୍କ ଫିଲ୍ମ ହେଉଛି ଦୃଶ୍ୟମ-୨ । ଯାହା ସସପେନ୍ସ ଓ ଟ୍ରେଲର ରେ ପୁରା ଭରପୁର ରହିଛି । ହେଲେ ଏହି ଫିଲ୍ମ ଏବେ ଦମନ ଫିଲ୍ମ ଆଗରେ ପୁରା ଫିକା ପଡିଛି ।

ଓଡିଶାରେ ଦୃଶ୍ୟମ-୨ ଫିଲ୍ମକୁ ପଛରେ ପକାଇଛି ଦମନ । କାରଣ ଦମନ ରେ ହଲ ପୁରା ହାଉସ ଫୁଲ ରହୁଥିବା ବେଳେ ଦୃଶ୍ୟମ-୨ ରେ ହାଉସ ପୁରା ଫାଙ୍କା ରହୁଛି । ଲୋକେ ଦୃଶ୍ୟମ-୨ ବଦଳରେ ଦମନ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି । ସବୁଠାରୁ ବଡ କଥା ହେଉଛି ରାଜଧାନୀର ହଲ ରେ ଲାଷ୍ଟ ସୋ ରେ ମଧ୍ୟ ଦମନ ଫିଲ୍ମ ଦେଖିବାକୁ ହାଉସ ଫୁଲ ରହୁଛି । ଯାହା ପୂର୍ବରୁ ଏମିତି କୌଣସି ଓଡିଆ ଫିଲ୍ମରେ ଦେଖିବାକୁ ମିଳି ନ ଥିଲା ।

ସେପଟେ ଯଦି ଦେଖିବା ଡିସେମ୍ବର ୬ ରେ ଭାରତର ପ୍ରତି ଟି ହଲ ରେ ରିଲିଜ ହେବାକୁ ଯାଉଛି ଦମନ ଫିଲ । ଏହି ସବୁ ଫିଲ୍ମ ହିନ୍ଦୀ ଭାଷାରେ ରିଲିଜ ହେବ । ତେବେ ପୂର୍ବରୁ KGF, KKR ଓ କାନ୍ତରା ଭଳି ହାଇ ବଜେଟ ମୁଭି କୁ ଟକ୍କର ଦେଇଥିବା ଓଡିଆ ଫିଲ୍ମ ଏବେ ହଲିଉଡ ଫିଲ୍ମ ଅଭତାର ଭଳି ହାଇ ବଜେଟ ମୁଭି କୁ ଟକର ଦେବାକୁ ଯାଉଛି ।

ଏମିତି ହେବାର କାରଣ ହେଉଛି ଡିସେମ୍ବର ୧୬ ରେ ହିନ୍ଦୀ ଭାଷାରେ ଦମନ ଫିଲ୍ମ ରିଲିଜ ହେବାକୁ ଯାଉଥିବା ବେଳେ ସେହି ଦିନ ହଲିଉଡ ଅଭତାର-୨ ମଧ୍ୟ ରିଲିଜ ହେବାକୁ ଯାଉଛି । ତେବେ ୨ଟି ଫିଲ୍ମ ମଧ୍ୟରେ ହୋଇପାରେ ବଡ ଟକ୍କର । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *