ପୁଣି Bollywood ରୁ ଆସିଲା ଦୁଃଖର ଖବର, ଶେଷ ନିଶ୍ଵାସ ନେଲେ ଏହି ଅଭିନେତା ଓ ନିର୍ଦେଶକ

ଅଜୟ ଦେବଗନଙ୍କୁ କିଏ ବା ନ ଜାଣେ । ବଲୀଉଡରେ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି ଅଜୟ । ତାଙ୍କ ପତ୍ନୀ ମଧ୍ୟ ଦିନେ ବଲୀଉଡରେ ରାଜ କରୁଥିଲେ । ଅଜୟ ତାଙ୍କ ଚାଲିବା ଅନ୍ଦାଜ ପାଇଁ ବହୁତ ଫେମସ । ତେବେ ଆଜି ଆମେ ଆପଣଙ୍କୁ ଅଜୟ କି କଜୋଲ ଙ୍କ ବିଷୟରେ ନୁହେଁ ବରଂ ଅଜୟଙ୍କ ଭାଇ ଅନିଲଙ୍କ ବିଷୟରେ କାଇବାକୁ ଯାଉଛୁ ।

ଯିଏ ଗତକାଲି ରାତିରେ ନିଜର ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ଯିଏ ବଲୀଉଡର ଜଣେ ଭଲ ନିର୍ଦେଶକ ଥିଲେ ।  ଅଭିନେତା ଅଜୟ ଦେବଗନଙ୍କ ଭାଇ ଅନିଲ ଦେବଗନଙ୍କ ମୃତ୍ୟୁ ହୋଇଛି । ତାଙ୍କର ନିଧନର ଖବର ତାଙ୍କ ନିଜ ଘର ଲୋକ ମାନେ ଅଜୟ ଦେବଗନ ସାମାଜିକ ଗଣ ମାଧ୍ୟମରେ ଏହି ଖବର ଦେଇଥିଲେ । ଅଜୟ ଟ୍ବିଟ କରି କହିଥିଲେକି ଅନିଲ ଦେବଗନଙ୍କ କାଲି ରାତିରେ ନିଧନ ହୋଇଛି ବୋଲି ।

Image Courtesy: Google

ତାଙ୍କୁ  ଏହିଭଳି ଅସମୟରେ ଛାଡି ଚାଲିଯିବା ପରିବାର ଲୋକଙ୍କୁ ବହୁତ ମର୍ମାହତ କରିଛି । କରୋନା ଭାଇରସ ଲାଗି କୌଣସି ଶୋକ ସଭାର ଆୟୋଜନ କରାଯାଇ ନଥିଲା । କିନ୍ତୁ ଅଜୟଙ୍କ ଏହି ପୋଷ୍ଟ ପରେ ବଲିଉଡକୁ ଶକ୍ତ ଧକା ଲାଗିଛି । ତେବେ ତାଙ୍କର ମୃତ୍ୟୁର କାରଣ କଣ, ସେ ବିଷୟରେ କିଛି ଏବେ ପର୍ଯ୍ୟନ୍ତ ଜଣା ପଡି ନାହିଁ । ଅନିଲ ତାଙ୍କ କ୍ୟାରିୟର ୧୯୯୬ ରେ ଜିତ ଫିଲ୍ମରୁ ଆରମ୍ଭ କରିଥିଲେ । ସେଇ ଫିଲ୍ମରେ ସେ ଆସିଷ୍ଟାଣ୍ଟ ଡିରେକ୍ଟର ଭାବରେ କାମ କରିଥିଲେ ।

Image Courtesy: Google

ଏହାପରେ ସେ ଅଜୟଙ୍କର ବହୁତ ଫିଲ୍ମରେ ଆସିଷ୍ଟାନ୍ତ ଡିରେକ୍ଟର ଭାବରେ କାମ କରିଛନ୍ତି ଅନିଲ ଦେବଗନ । ସେହି ଫିଲ୍ମ ଗୁଡିକ ହେଲା ଜାନ, ପ୍ୟାର ତୋ ହୋନାଇ ଥା, ଇତିହାସ, ହିନ୍ଦୁସ୍ତାନ କି କସମ’ ଏହି ସବୁ ଫିଲ୍ମରେ କାମ କରିଛନ୍ତି ଅନିଲ ଦେବଗନ । ଫିଲ୍ମ  ‘ରାଜୁ ଚାଚା’  ରୁ ନିର୍ଦେଶନରେ ପାଦ ରଖିଥିଲେ ।

Image Courtesy: Google

ଏହି ଫିଲ୍ମ ଥିଲା ଦେବଗନ ପ୍ରଡ଼କସନର ପ୍ରଥମ ଫିଲ୍ମ । ଅଜୟ ଦେବଗନଙ୍କ ଲୋକ ପ୍ରିୟା ଫିଲ୍ମ ହେଉଛି ‘ସନ ଅଫ ସରଦାର’  ଏହି ଫିଲ୍ମ ରେ ଅନିଲ କ୍ରିଏଟିଭ ନିର୍ଦେଶକ ଭାବେ କାମ କରିଥିଲେ । ଅନିଲଙ୍କ ଶେଷ ଫିଲ୍ମ ହେଉଛି ‘ ହାଲେ ଦିଲ’ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *