୭ମ ପେ କମିସନ : କେନ୍ଦ୍ରୀୟ କର୍ମଚାରୀମାନେ ଓ ପେନସନ ଭୋଗୀଙ୍କ ପାଇଁ ମୋଦୀ ସରକାର ନେଇଛନ୍ତି ବଡ ନିସ୍ପତି, ମିଳିବ ଭରପୁର ଫାଇଦା 

କେନ୍ଦ୍ରସରକାର  ଅବସର ନେଇଥିବା କର୍ମଚାରୀ ଏବେ ନିଜର ପେନସନ ଭୁଗତାନ ଆଦେଶ ( ପିପିଓ) କୁ ଡିଜି ଲକରରେ ରାଖୀ ପାରିବେ । କେନ୍ଦ୍ର ସରକାର ପେନସନ ଭୋଗିଙ୍କୁ ପିପିଓର ଅରିଜିନାଲ ପ୍ରତି ନଥିବା ହେତୁ ଈ-ପ୍ରତିକୁ ମାନ୍ୟ କରିଦେଲେ । ଅବସର ନେବାକୁ ଥିବା କର୍ମଚାରୀମାନଙ୍କୁ ସେବେ ପେନସନ ମିଳେ ଯେବେ ସରକାରଙ୍କ ଦ୍ଵାରା ଏହି ନମ୍ବରକୁ ଜାରି କରାଯାଉଛି । ପେନସନ ଏବଂ ପେନସନ ଭୋଗୀ କଲ୍ୟାଣ ବିଭାଗ ଏହା ପାଇଥିଲେ କି, କେତେ ପେନସନ ଭୋଗୀ ସମୟ ସହିତ ନଜର ପିପିଓ ର ମୂଳ ପ୍ରାପ୍ତିକୁ ହରାଇ ଦେଇଛନ୍ତି ।

Image Courtesy: Google

ସେଥିଲାଗି ତାଙ୍କୁ ପେନସନ ସହିତ ଜଡିତ କାର୍ଯ୍ୟକୁ କରିବାକୁ ଅସୁବିଧା ହେଉଛି । କୋରୋନା ସମୟରେ ଅବସର ନେବା କର୍ମଚାରୀ ମାନଙ୍କୁ ବି ପିପିଓ ର ମୂଳ ପ୍ରତି ପାଇବାରେ ଅସୁବିଧା ଓ ଡେରି ହୋଇଥିଲା । ଏହିସବୁ କଥାକୁ ଧ୍ୟାନରେ ରଖି ସରକାରଙ୍କ ଏହି ନିଷ୍ପତିରେ ଅବସର ହୋଇଥିବା କର୍ମଚାରୀ ମାନେ ଓ ପେନସନ ଭୋଗୀଙ୍କୁ ବହୁତ ଲାଭ ହେବାକୁ ଯାଉଛି । ଲୋକ ଶିକାୟତ ଓ ପେନସନ ମନ୍ତ୍ରାଲୟ ଗୋଟେ ବୟନରେ କହିଛନ୍ତି ଏବେ ପେନସନ ଭୋଗୀଙ୍କୁ ପିପିଓ ର ଫିଜିକାଲ କପି ଦେବାର ଆବଶ୍ୟକ ରହିବା ନାହିଁ । ଇଲେକଟ୍ରୋନିକ୍ସ ପେନସନ ଭୁଗତନ ଆଦେଶ  (ଇ- ପିପିଓ ) କୁ ଡିଜି ଲକର ସହିତ ଏକୀକୃତ କରିବା ପାଇଁ ନିସ୍ପତି ନିଆଯାଇଛି ।

Image Courtesy: Google

ଏହା ପୂର୍ବରୁ  ପେନସନ ଫଣ୍ଡ ରେଗୁଲେଟରୀ ଆଣ୍ଡ ଡେବଲପମେଣ୍ଟ ଅଥରୀଟି ନେସନଲ ପେନସନ ସ୍କିମ ଟାୟାର – ୨ ସେବର ସ୍କିମ ପାଇଁ ଅପରେସନାଲ ଗାଇଡ ଜାରି କରିଛି । ଗାଇଡ ଲାଇନରେ କୁହାଯାଇଚିକି କେନ୍ଦ୍ର ସରକାରର କେହିଭି କର୍ମଚାରୀ ଏମପିଏସ ରେ କନଟ୍ରିବ୍ୟୁ କରୁଛି ସେ ଏହି ଯୋଜନା ଦ୍ଵାରା ଅତିରିକ୍ତ ପେନସନ ଖୋଲି ପାରିବ ।

Image Courtesy: Google

ଏହା ଦ୍ଵାରା ସେ ଅବସର ନେବା ପରେ ଅଧିକ ପେନସନର ଲାଭ ନେଇପାରିବା । ଏହା ଦ୍ଵାରା କେନ୍ଦ୍ରୀୟ କର୍ମଚାରୀ ମାନଙ୍କ ପାଖରେ ଏବେ ଏକା ସାଥିରେ ଏହି ଯୋଜନା ଦ୍ଵାରା ତିନୋଟି ଆକାଉଣ୍ଟକୁ ଅପରେଟ କରିପାରିବେ । ପ୍ରଥମ ଟାୟାର -୧ ଆକାଉଣ୍ଟ ଜିଏକି ଅନିବାର୍ଯ୍ୟ  ଅଟେ ଏହା ପେନସନ ଆକାଉଣ୍ଟ ହୋଇଥାଏ । ଆଉ ଗୋଟେ  ଟାୟାର -୨ ଯେଉଁଥିରେ ଉଠେଇବାରେ କିଛି ପ୍ରତିବନ୍ଧ ନଥାଏ ଓ କିଛି ଟ୍ୟାକ୍ସ ବେନିଫିଟ ମିଳିନଥାଏ ।

Leave a Reply

Your email address will not be published. Required fields are marked *