ଓଲିଉଡରୁ ଆସିଲା ଦୁଃଖର ଖବର, ଏହି ବଡ ଅଭିନେତାଙ୍କର ହେଲା ମୃତ୍ୟୁ

ଆରପାରିରେ ବରିଷ୍ଠ ଅଭିନେତା ଅଜିତ ଦାସ, ସିନେ ନିର୍ଦେଶକ ବରିଷ୍ଠ କଳାକାର ଆଉ ନାହାନ୍ତି । ଓଡିଆ ସିନେମାରେ ଭେଟେରାନ ଅଭିନେତା ହେଉଛନ୍ତି ଅଜିତ ଦାସ । ମଞ୍ଚ ଅଭିନେତା ସହିତ ଅନେକ ଫିଲ୍ମରେ ସେ ନିର୍ଦେଶନା ଦେଇଛନ୍ତି । କିନ୍ତୁ ଆଜି ତାଙ୍କ ଦେହାନ୍ତ ହୋଇଛି, ସବୁଠୁ ଦୁଃଖଦ ଖବର ଅଟେ ।

ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି ଭେଟେରାନ ଅଭିନେତା ଅଜିତ ଦାସ ତାଙ୍କର କରୋନା ପଜିଟିଭ ବାହାରି ଥିଲା । କିନ୍ତୁ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳି ନାହିଁକି ତାଙ୍କର କେଉଁ ପରିସ୍ତିତିରେ ତାଙ୍କର ମୃତ୍ୟୁ ହୋଇଛି ।

ଯଦି ଆମେ ଦେଖିବା ତାଙ୍କ ଫିଲ୍ମ କ୍ଯାରିୟର ସେ ୧୯୭୬ ମସିହାରେ ସେ ସିନ୍ଦୁର ବିନ୍ଦୁରେ ଖଳନାୟକ ଭାବରେ ଡେବ୍ୟୁ କରିଥିଲେ । ଅଜିତ ଦାସ ପାଖାପାଖି ୬୦ଟି ଫିଲ୍ମରେ ଅଭିନୟ କରିଥିଲେ ।ସେ ଜନ୍ମ ହୋଇଥିଲେ ଜାନୁଆରୀ ୨୦, ୧୯୪୯ । ସେ ମଧ୍ୟ ଉତ୍କଳ ସଂଗୀତା ମହାବିଦ୍ୟାଳୟରେ ଲେକଚର ରହିଥିଲେ ।

ବହୁ ଚର୍ଚିତ ଓଡିଆ ଫିଲ୍ମ ବହୁତ ବେସ ପ୍ରସିଦ୍ଧ ହୋଇଥିଲା ଓଡିଆ ଫିଲ୍ମ ‘ ହାକିମ ବାବୁ’ ଯାହାକି ସେ ବିଜୟ ମହାନ୍ତିଙ୍କ ସହିତ ଅଭିନୟ କରିଥିଲେ । ତାଙ୍କର ସେହି ଦମଦାର ଅଭିନୟ ଲୋକଙ୍କ ଭିତରେ ସ୍ମୃତି ହୋଇ ରହିଛି । କିଛି ଦିନ ପୂର୍ବରୁ ଶୁଣିଥିଲେକି ବିଜୟ ମହାନ୍ତି ଚାଲିଗଲେ ଏ ପର୍ଯ୍ୟନ୍ତ ଓଡିଆ ଇଣ୍ଡଷ୍ଟ୍ରିଜ ପୁରା ଭୁଲିପାରି ନାହିଁ ।

ପୁଣି ଗୋଟେ ଦୁଃଖର ଖବର ଆସିପହଞ୍ଚି ଯାଇଛି, ଆଉ ଜଣେ ଭେଟେରନ ଅଭିନେତା ଅଜିତ ଦାସ ଆମକୁ ଛାଡି ଚାଲି ଯାଇଛନ୍ତି । ସେ ଅନେକ ମଞ୍ଚ ଅଭିନୟ କରିଛନ୍ତି ଓ ମଞ୍ଚ ନଟକାର ନିର୍ଦେଶନା ଦେଇଛନ୍ତି । ସେ ଜଣେ ଲେଖକ ମଧ୍ୟ ରହିଥିଲେ, ନିର୍ଦେଶନା ଦେଇଥିଲେ ମଧ୍ୟ ଏକାଧାର ରେ କହିବାକୁ ଗଲେ ସେ ଜଣେ ମଲ୍ଟିଟ୍ୟାଲେଣ୍ଟେଡ କହିଲେ ଅତ୍ୟୁକ୍ତି ହେବନି । ତାଙ୍କର ନିଧନରେ ଓଡିଆ ସେନେମାରେ ଅପୂରଣୀୟ କ୍ଷତି ହୋଇଛି । ଅତି ଦୁଃଖର ଖବର, ଯାହାର କିଛି ଭରଣ ହୋଇପାରିବ ନହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *