କଣ ସେପ୍ଟେମ୍ବରରେ ଶେଷ ହୋଇଯିବ କୋରନା ଭାଇରସ ? ଜାଣନ୍ତୁ ବିଶେଷଜ୍ଞ କଣ ଦେଲେ ମତ

କୋରୋନା ଭ୍ୟାକସିନକୁ ସାରା ଭାରତର ଅପେକ୍ଷା ରହିଛି । ରୁଷର ଦାବି ଅନୁସାରେ, ସେ ତ ଭ୍ୟାକସିନ ବନେଇଛି, କିନ୍ତୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ସମେତ ବହୁତ ଦେଶ ତାର ଭ୍ୟାକସିନ ଉପରେ ସନ୍ଦେହ କରୁଛି । ଏଠାରେ ଭାରତ ମଧ୍ୟ ଭ୍ୟାକସିନ ବନେଇବାର ପାଖାପାଖି ପହଞ୍ଚି ଗଲେଣି । ଦାବି କରାଯାଉଛି କି ଭାରତକୁ  ଏହି ବର୍ଷ ଶେଷରେ ଭ୍ୟାକସିନ ମିଳିଯିବ । ତେବୀ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ତଥ୍ୟ ପ୍ରକୃତରେ କେବେ ଭାରତ ପାଖରେ ପହଞ୍ଚିବ ଭ୍ୟାକ୍ସିନ ।

କଣ ସେପ୍ଟେମ୍ବରରେ ଭାଇରସ ଶେଷ ହୋଇଯିବ

Image Courtesy: Google

ଦିଲ୍ଲୀ ଏମସର ଡାକ୍ତର ନୀରଜ ନିଶ୍ଚଳ ଏହା ବିଷୟରେ କହୁଛନ୍ତିକି, ‘ ସୋସିଆଲ ମିଡିଆର କୌଣସି ପ୍ଲାଟଫର୍ମର ଖବର ଉପରେ ବିଶ୍ବାସ କରନ୍ତୁ ନାହିଁ । ଯଦି ଆପଣଙ୍କୁ କିଛି ସୂଚନା ଜାଣିବା ପାଇଁ ଚାହୁଁଛନ୍ତି ସରକାରୀ ୱେବ ସାଇଟରେ ଯାଆନ୍ତୁ । ଏମ୍ସ, ଆଇସିଏମର , ସ୍ୱାସ୍ଥ୍ୟ ମନ୍ତ୍ରାଳୟର ୱେବ ସାଇଟରେ ଠିକ ସୂଚନା ମିଳିବ । ଆପ[ଅଣ ପ୍ରସାରୀ ଭାରତର କୌଣସି ପ୍ଲାଟଫର୍ମରେ ବିଶ୍ଵସନୀୟ ସୂଚନା ପାଇପାରିବେ । ଭାଇରସ କେବେ ସାରିବ, ଏହି ବିଷୟରେ ଏବେ କିଛିବୀ କେହି ସୂଚନା ଦେଇ ନାହାନ୍ତି ।

କଣ ଭ୍ୟାକସିନ ଆସିଲା ପରେ ସାମାଜିକ ଦୂରତାର ଆବଶ୍ୟକ ହେବନି ?

Image Courtesy: Google

ଡାକ୍ତର ନୀରଜ ନିଷ୍ଟଲ କହିଛନ୍ତି କି, ”ସମସ୍ତେ ଭ୍ୟାକସିନର ଅପେକ୍ଷାରେ ଅଛନ୍ତି ଆସିଲାପରେ ଜଣାପଡିବାକୀ ସେ କେତେ ପ୍ରଭାବୀ ହେବ । ଏମିତି ନୁହେଙ୍କି ଭ୍ୟାକସିନ ଆସିଲେ ଭାଇରସ ଖତମ ହୋଇଯିବ । ଭ୍ୟାକସିନରେ ନିଜକୁ ରକ୍ଷା କରି ପାରିବେ, କିନ୍ତୁ ଭାଇରସକୁ ମାରି ପାରିବେନି । ଭ୍ୟାକସିନରେ କେବାଲ ରୋଗକୁ କଣ୍ଟ୍ରୋଲ କରିହେବ ।

କଣ ଭାଇରସ ପୂରାପୂରି ଠିକ ହେବାରେ ସମୟ ଲାଗିବ

Image Courtesy: Google

ଡାକ୍ତର ନୀରଜ ନିଶ୍ଚଳଙ୍କ ଅନୁସାରେ, ” ଭାଇରସରୁ ଠିକ ହେବା ପରେ ହସ୍ପିଟାଲରୁ ଡିଶଚାର୍ଜ କରାଯାଉଛି । ଯେଉଁ ଲୋକମାନେ ଗଂଭୀର ରୂପରେ ସଂକ୍ରମିତ ହୋଇଛନ୍ତି, ସେମାନଙ୍କ ଫୁସଫୁସରେ ଇନଫେକସନ ହୋଇଛି ସେମାନଙ୍କୁ ନେଇ ଟିକେ ସନ୍ଦେହ ରହିଛି । ବହୁତ ଲୋକ ଠିକ ହେଲାପରେ ମଧ୍ୟ କିଛି ସମସ୍ୟା ରହୁଛି । ଏମିତି ଲୋକ କେବେ ଠିକ ହେବେ ଏହା ୬ ମାସ କି ବର୍ଷେ ପରେ ଜଣା ପଡିବ । ଏହାଛଡା କୋଭିଡ ୱାର୍ଡରେ କେତେଦିନ ରହିବା ପରେ ମାନସିକ ପ୍ରଭାବ ମଧ୍ୟ ପଡୁଛି ସେଥିରୁ ବାହାରିବ ପାଇଁ ବହୁତ ସମୟ ଲାଗିପରେ ।

ଅଲଗା ଦେଶ ଅପେକ୍ଷା ଆମଦେଶରେ ମୃତ୍ୟୁ ହାର କମ କେମିତି ଅଛି

Image Courtesy: Google

ଡାକ୍ତର ନିଶ୍ଚଳ କହିଛନ୍ତି ଯେବେ ଭାରତକୁ ଆସିଲା ଭାଇରସ ତା ପୂର୍ବରୁ ବହୁତ ଦେଶରେ ଖେଳି ଯାଇଥିଲା । କେନ୍ଦ୍ର ସରକାର ଯେବେ ଲକଡାଉନ କରିଥିଲେ, ସେହି ଭିତରେ ଆମେ ବହୁତ କିଛି ଅନ୍ୟ ଦେଶରୁ ଶିଖି ସେଥି ପ୍ରତି ଯତ୍ନ  ହୋଇସାରିଥିଲୁ । ଅନ୍ୟ ଦେଶ ଏହା ପ୍ରତି ଯତ୍ନଶୀଳ ନ ହୋଇ ବହୁତ କ୍ଷତି ସହିଥିଲା । ସେମିତି ଭୁଲ ଆମ ଦେଶ କରି ନଥିଲା । ଏହାଛଡା ଯାହା ଇମ୍ୟୁନିଟି ବିଷୟରେ କୁହାଯାଉଛି, ସିଏ ବି ଗୋଟେ କାରଣ ହୋଇପାରେ । ଏବେ ଆମେ ଭାଇରସକୁବି ଜାଣିସାରିଲୁଣି କି କେମିତି ସେ ରିଆକ୍ଟ କରୁଛି ।

ଆଖପାଖରେ କୋରନା ରୋଗୀଙ୍କ କାରଣରୁ ଲୋକ ଚିନ୍ତିତ ହେଉଛନ୍ତି, ସେଥିଲାଗି କଣ କହିବେ

Image Courtesy: Google

ଡାକ୍ତର ନିଶ୍ଚଳଙ୍କ କହିବା ଅନୁସାରେ, ‘ ଯଦି ଆଖପାଖରେ କେହି କୋରନା ରୋଗୀ ଅଛନ୍ତି ସେମାନଙ୍କୁ ଅଲଗା କରନ୍ତୁ ନାହିଁ କି ସେମାନଙ୍କ ସହିତ କଥାବାର୍ତା ବନ୍ଦ କରନ୍ତୁ ନାହିଁ । ପାଖକୁ ଯାଇପାରିବେ ନାହିଁତ ଭିଡିଓ କଲ କରନ୍ତୁ । ସେଥିଲାଗି ରୋଗୀ ମାନସିକ ସ୍ତରରେ ମଜଭୁତ ହୋଇଥାନ୍ତି ଓ ଶୀଘ୍ର ଠିକ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *