ବୃଦ୍ଧ ଦମ୍ପତ୍ତି ନିଜ ବୋହୁ ପାଇଁ ଯାହା କରିଛନ୍ତି ଜାଣି ଆପଣ ବି କହିବେ, ଶାଶୁ ଶ୍ଵଶୁର ହେବ ତ ଏମିତି !

ନମସ୍କାର ବନ୍ଧୁଗଣ । ମହାମାରୀ ରେ ପୁର ମୃତ୍ୟୁ ହୋଇଗଲା ତଥାପି ହାର ମାନିଲେ ନାହି ବାପା ମା । ନିଜେ ଧର୍ଯ୍ୟ ଧରିବା ସହ ନୂଆ କରି ବୋହୁ ଆଣିଥିବା ଝିଅକୁ ସାହସ ଦେଲେ । ଆଉ ନିଜ ଅପେକ୍ଷା ବୋହୁର ଭବିଷ୍ୟତ କଥା ଚିନ୍ତା କରିଲେ । ଆଉ କିଛି ମାସ ପରେ ବୋହୁ କୁ ଭଲ ପାତ୍ର ଦେଖି ପୁନ ବିବାହ କରିବା ସହ ଉପାହାର ରେ ଏକ ଦାମୀ ବଙ୍ଗଳା ଦେଇଛନ୍ତି । ମଧ୍ୟ ପ୍ରଦେଶର ଏହି ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ର ବିଷୟ ବସ୍ତୁ ପାଲଟିଛି । କୋରୋନା ମହାମାରୀ ଲକ୍ଷ ଲକ୍ଷ ଘରକୁ ଉଜାଡି ଦେଇଛି । ଆଉ କୋଟି କୋଟି ଅନାଥ କରିଛି ।

କାହା ଠାରୁ ତା ବାପା ମା ଙ୍କ ଠାରୁ ଦୂରେଇ ଦେଇଛି ତ ଆଉ କାହା ଠାରୁ ଯବାନ ମାନଙ୍କୁ ଛଡାଇ ନେଇଛି କୋରୋନା ମହାମାରୀ । ଏପରି ଏକ ଘଟଣା ଘଟିଥିଲା ମଧ୍ୟ ପ୍ରଦେଶର ବୃଦ୍ଧ ଦମ୍ପତିଙ୍କ ସହ ଯେଉଁଠି ଯବାନ ପୁଅ କୁ ଛଡାଇ ନେଇଛି ମହାମାରୀ କୋରୋନା । କିନ୍ତୁ ହାର ମାନି ନାହାନ୍ତି ହତଭାଗା ବୃଦ୍ଧ ବାପା ମା ।

ବରଂ ଦୃଢତାର ସହ ନିଜ ବୋହୁର ପୁଣି ବିବାହ କରାଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବୃଦ୍ଧ ଦମ୍ପତି । କୋରୋନା ସମୟରେ ଯୁବ ପ୍ରକାଶ ତିୱାରୀ ଙ୍କ ପୁଅ ପ୍ରିୟଙ୍କ ତିୱାରୀ ଙ୍କ ମୃତ୍ୟୁ ହୋଇଥିଲା । ପ୍ରିୟଙ୍କ ବିବାହିତ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ଓ ଝିଅକୁ ଛାଡି ଚାଲି ଯାଇଥିଲେ । ପ୍ରିୟଙ୍କା ଙ୍କ ଶ୍ଵଶୁର ତାଙ୍କର ଓ କୁନି ଝିଅର ଦୁଖ ବୁଝି ପାରିଥିଲେ ।

ପୁଅର ମୃତ୍ୟୁ ପରେ କିପରି ବୋହୁର ଜୀବନ ସୁଧାରିବେ ତାହା ନେଇ ଚିନ୍ତା କରୁଥିଲେ ଆଉ ଏକ ବଡ ନିସ୍ପତି ନେଇଥିଲେ । ବୋହୁ କୁ ଝିଅ ମାନେ କରି ତାଙ୍କ ପାଇଁ ଏକ ନୂତନ ଜୀବନ ସାଥି ଖୋଜିବାକୁ ଲାଗିଲେ । ଅନେକ ଖୋଜା ଖୋଜି ପରେ ଏକ ଉତ୍ତମ ପାତ୍ର ଖୋଜିଥିଲେ ଶାଶୁ ଶ୍ଵଶୁର । ଏହା ପରେ ପ୍ରିୟଙ୍କା ଙ୍କୁ କନ୍ୟା ଦାନ କରି ପ୍ରିୟଙ୍କା ଙ୍କୁ ନାଗପୁର ରେ ବିବାହ କରିଥିଲେ ।

ଅକ୍ଷୟ ତୃତୀୟା ଭଳି ପବିତ୍ର ଦିନରେ ବୋହୁର ବିବାହ କରାଇଥିଲେ । ଶ୍ଵଶୁର ଅବାସର ପ୍ରାପ୍ତ ଜଣେ ବ୍ଯାଙ୍କ କର୍ମଚାରୀ । ବୋହୁ ର ବିବାହରେ ଏକ ଦାମୀ ବଙ୍ଗଳା ଉପହାର ଦେଇ ଥିବାର ଜଣା ପଡିଛି । ତାଙ୍କର ଏହି ମହାନ କାମକୁ ଲୋକେ ପ୍ରଶଂସା କରିବାରେ ଲାଗିଛନ୍ତି ।

ସତରେ ଏହି ଘଟଣା ରୁ ସ୍ପଷ୍ଟ ହେଉଛି ଆଜିର ଦୁନିଆରେ ଏଭଳି ଶାଶୁ ଶ୍ଵଶୁର ମିଳିବା ବହୁତ କାଠିକର ପାଠ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *