ବୁଧବାର ଦିନ ଜପନ୍ତୁ ଏହା ମଧ୍ୟରୁ କୌଣସି ଗୋଟିଏ ଗଣେଶଙ୍କ ମନ୍ତ୍ର, ସବୁ ମନସ୍କାମନା ହେବ ପୁରା

ବୁଧରାର କୁ ବିଘ୍ନହର୍ତା ପ୍ରଥମ ପୂଜନୀୟ ଭଗବାନ ଶ୍ରୀ ଗଣେଶ ଙ୍କର ବିଶେଷ ପୂଜା ଆରାଧନାର ଦିନ ବୋଲି କୁହାଯାଇ ଥାଏ । ଯଦି ଆପଣ ଆପଣଙ୍କର ସବୁ ମନସ୍କାମନାକୁ ପୁରା କରିବାକୁ ଚାହୁଁଛନ୍ତି ତାହେଲେ ବୁଧବାର ଦିନ ଜପନ୍ତୁ ଏଥି ମଧ୍ୟରୁ କୌଣସି ଗୋଟିଏ ମନ୍ତ୍ର । ପ୍ରସନ୍ନ ହୋଇ ଗଣେଶ କରିବେ ସବୁ ଇଚ୍ଛା ପୂରଣ । ଯଦି ଜୀବନରେ କିଛି ବି ସମସ୍ଯା ଅଛି ତେବେ ନିଶ୍ଚୟ କରନ୍ତୁ ଏହି ମନ୍ତ୍ର ମଧ୍ୟରୁ କୌଣସି ଗୋଟେ ମନ୍ତ୍ରର ଜପ ।

୧ -ଏହି ମନ୍ତ୍ରକୁ ଶ୍ରଦ୍ଧାପୂର୍ବକ ଜପ କଲେ ଘରର ସମସ୍ୟା ଦୂର ହୋଇଥାଏ ଏବଂ ଘରେ ଖୁସି ରହିଥାଏ । ‘ଓଂ ଗ୍ଲୋଂ ଗଣପତୟେ ନମଃ’।

୨ -ବାଦ ବିବାଦ ,କୋର୍ଟ କଚେରୀ ରେ ବିଜୟ ପାଇବା ପାଇଁ ଏବଂ ଶତ୍ରୁ ଭୟରୁ ମୁକ୍ତି ପାଇବା ପାଇଁ ଏହି ମନ୍ତ୍ରକୁ ଜପନ୍ତୁ । ‘ଓଂ ଗଂ ଗଣପତୟେ ସର୍ବବିଘ୍ନ ହରାୟ ସର୍ବାୟ ସର୍ବଗୁରବେ ଲମ୍ବୋଦରାୟ ହ୍ରୀ ଗଂ ନମଃ’।

୩ -ଏହି ମନ୍ତ୍ର ଜପ କଲେ ଯାତ୍ରାରେ ସଫଳତା ମିଳିଥାଏ । ‘ଓଂ ନମଃ ସିଦ୍ଧିବିନାୟକାୟ ସର୍ବବିଘ୍ନ ପ୍ରଶମନାୟ ସର୍ବ ରାଜ୍ୟ ବଶ୍ୟ କାରନାୟ ସର୍ବଜନ ସର୍ବ ସ୍ତ୍ରୀ ପୁରୁଷାକର୍ଷଣୟ ଶ୍ରୀ ଓଂ ସ୍ଵାହା’।

୪ -ଏହି ମନ୍ତ୍ର ଜପିଲେ ସବୁ କିଛି ମଙ୍ଗଳ ହୋଇଥାଏ । ‘ଓଂ ହୃଙ୍ଗ ଗଂ ଗ୍ଲୋଂ ହରିଦ୍ରା ଗଣପତ୍ୟୟେ ବରଦ ବରଦ ସର୍ବଜନ ହୃଦୟେ ସ୍ତମ୍ଭୟ ସ୍ଵାହା’।

୫ -ମୋକଦମାରେ ସଫଳତା ପାଇବା ପାଇଁ ଏହି ମନ୍ତ୍ର ଜପ କରନ୍ତୁ । ‘ଓଂ ବର ବରଦାୟ ବିଜୟ ଗଣପତୟେ ନମଃ’।

୬ -ଏହି ମନ୍ତ୍ର ଜପିବା ଦ୍ଵାରା ଦାରିଦ୍ର୍ୟତା ଦୂର ହୋଇ ,ଧନ ପ୍ରାପ୍ତିର ଅଧିକ ଯୋଗ ହେବାକୁ ଲାଗିଥାଏ । ‘ଓଂ ଗଂ ଲକ୍ଷ୍ମୀୟୋ ଆଗଛ ଆଗଛ ଫଟ’।

୭ -ବ୍ୟବସାୟ ସବନ୍ଧିତ ବାଧା ଏବଂ ଚିନ୍ତାର ନିବାରଣ ଏବଂ ବ୍ୟବସାୟରେ ଉର୍ନତି ପାଇଁ ଏହି ମନ୍ତ୍ର ଜପ କରନ୍ତୁ । ‘ଓଂ ଗଣେଶ ମହାଲକ୍ଷ୍ମୀୟୋ ନମଃ’।

୮ -ଏହି ମନ୍ତ୍ର ଜପିଲେ ଗଣେଶ ପ୍ରସନ୍ନ ହୋଇଥାନ୍ତି । କୁହାଯାଏ କି ଏହି ମନ୍ତ୍ର ଜପିବା ଦ୍ଵାରା ଘରକୁ କେବେ ବି ଦାରିଦ୍ରତା ଆସିନଥାଏ । ‘ଓଂ ଶ୍ରୀ ଗଣେଶ ରୁଣ ଛିନ୍ଧି ବରେନ୍ୟ ହୃଙ୍ଗ ନମଃ ଫଟ’।

୯ -ଏହି ମନ୍ତ୍ର ଜପିଲେ ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ‘ଓଂ ଅନ୍ତରୀକ୍ଷାୟ ସ୍ଵାହା’।

୧୦ -ଭୟାନକ ରୋଗରୁ ମୁକ୍ତି ପାଇବା ପାଇଁ ଏହି ମନ୍ତ୍ର ଜପ କରନ୍ତୁ । ‘ଓଂ ଗଂ ରୋଗ ମୁକ୍ତେୟ ଫଟ’।

Leave a Reply

Your email address will not be published. Required fields are marked *