ଯଦି ଆପଣ ବୁଲେଟ ଚଲେଇବାକୁ ଭଲପାଆନ୍ତି ତେବେ ଏହି ଦୀପାବଳିରେ କିଣନ୍ତୁ ରୟାଲ ଏନଫିଲ୍ଡ , କମ୍ପାନୀ ଦେଉଛି ଖାସ ଅଫର

ଯଦି ଆପଣ ଜଣେ ବୁଲେଟ ପ୍ରେମୀ, ଯଦି ଆପଣଙ୍କ ରୟାଲ ଏନଫିଲ୍ଡ କିଣିବାକୁ ଇଚ୍ଛା ତେବେ ବିଳମ୍ବ କାହିଁକି ଏହି ଦୀପାବଳି କୁ ନେଇ ଆସନ୍ତୁ ବୁଲେଟ । ଆପଣଙ୍କ ପାଇଁ କମ୍ପାନି ଆଣିଛି ଏକ ଖାସ ଅଫର । ଏହି ଅଫର ବିଷୟରେ ଜାଣିଲେ ଆପଣଙ୍କର ବି ସୋ ରୁମ ବୁଲି ଆସିବାକୁ ଇଚ୍ଛା ହବ । ପ୍ରଥମେ ଆପଣ ଏହି ଅଫର ବିଷୟରେ ଜାଣନ୍ତୁ । ଯଦି ଆପଣ ରୟାଲ ଏନଫିଲ୍ଡ କିଣିବାକୁ ଚାହୁଛନ୍ତି ଏବଂ ଆପଣଙ୍କ ପାଖରେ ଡାଉନ ପେମେନ୍ଟ ଦେବା ପାଇଁ ପଇସା ନାହିଁ ,

ତେବେ ଚିନ୍ତା କରନ୍ତୁ ନାହିଁ ଆପଣ ମାସିକ କିସ୍ତିରେ ଘରକୁ ବୁଲେଟ ନେଇପାରିବେ ।

ଅଧିକରୁ ଅଧିକ ଲୋକଙ୍କୁ ନିଜ ଆଡକୁ ଆକର୍ଷର୍ଣ କରିବା ପାଇଁ ରୟାଲ ଏନଫିଲ୍ଡ ଏହି ଅଫର ଆଣିଛି । ରୟାଲ ଏନଫିଲ୍ଡ କମ୍ପାନୀର ୱେବ ସାଇଟରେ ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ ନୂଆ ବାଇକ ଲାଗି କୌଣସି ଡାଉନ ପେମେନ୍ଟ ନିଆ ଯିବ ନାହିଁ । ଏବେ ଆପଣ ବାଇକକୁ ମାସିକ ୨ହଜାର ୪୯୦ ଟଙ୍କାର କିସ୍ତିରେ କିଣିବାର ବି ସୁଯୋଗ ଦେଉଛନ୍ତି ।

ଏଥିପାଇଁ ରୟାଲ ଏନଫିଲ୍ଡ ଏକ୍ସଚେଞ୍ଜ ଅଫର ବି ଆଣିଛନ୍ତି । ଯଦି ଆପଣଙ୍କ ପାଖରେ କୌଣସି  ପୁରୁଣା ବାଇକ କି ସ୍କୁଟର ଅଛି ତେବେ ଆପଣ ଏହାକୁ ବଦଳେଇ ଘରକୁ ରୟାଲ ଏନଫିଲ୍ଡ କିଣି ନେଇଆସିପାରିବେ । ପୁରୁଣା ବାଇକ ବାବଦରେ  ଆପଣ ପାଉଥିବା ଟଙ୍କା ବୁଲେଟ ଲାଗି ଡାଉନପେଣ୍ଟ ବିବେଚନା କରାଯିବ ।

ରୟାଲ ଏନଫିଲ୍ଡର ବିସ୍ତୃତ ବର୍ଗମାଳାରେ ଏହି ଅଫର ଏବେ ଉପଲବ୍ଧ ହେଉଛି ।  ସବୁଠୁ କମ ଇଏମଆଇ ଏହାର ବେସ ମଡେଲ ବୁଲେଟ ୩୫୦ଏକ୍ସ ରେ ମିଳୁଛି । କମ୍ପାନିର ଏହି ଅଫାର ଯୋଗୁ ରୟାଲ ଏନଫିଲ୍ଡ ମୋଟାରସାଇକେଲ ବିକ୍ରିରେ ବୃଦ୍ଧି ହେବ ବୋଲି ଆଶା କରାଯାଉଛି ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *