ଚକ୍ଷୁ ସମ୍ବଧୀୟ ୧୦ଟି ମହତ୍ବପୂର୍ଣ ତଥ୍ୟ, ଯାହା ଆପଣ କେବେବି ଜାଣି ନଥିବେ

କଣ ଆପଣ ଜାଣିଛନ୍ତିକି ? ଆମ୍ଭର ଚକ୍ଷୁରେ ୨୦ ଲକ୍ଷରୁ ଅଧିକ ଅପରେସନାଲ ଅଂଶ ରହିଛି, ଯାହା ପ୍ରତି ୧ ଘଣ୍ଟାରେ ୩୫୦୦୦ ତଥ୍ୟକୁ ପ୍ରସ୍ତୁତ କରିଥାନ୍ତି । ମସ୍ତିସ୍କ ପରେ ଚକ୍ଷୁକୁ ସବୁଠାରୁ ସୂକ୍ଷ୍ମ ଅଙ୍ଗ ବୋଲି କୁହାଯାଇଥାଏ । ଏଥିପାଇଁ ଆମ ଶରୀରର ଏହି ବିଶେଷ ଅଙ୍ଗ ବିଷୟରେ ସ୍ୱଳ୍ପ ଜ୍ଞାନ ରହିବା ଅତ୍ୟନ୍ତ ଜରୁରୀ ହେଇଥାଏ । ତେବେ ଆସନ୍ତୁ ଜାଣିବା କିଛି ରୋଚକ ତଥ୍ୟ ଆମର ଚକ୍ଷୁ ସମ୍ବାଧରେ ।

ମଣିଷ ପ୍ରତି ମିନିଟରେ ୧୫ ରୁ ୨୦ ଥର ନିଜର ଚକ୍ଷୁର ପତା ପକାଇଥାଏ । କିନ୍ତୁ ଯଦି ତୁମେ କୌଣସି ଦୃଶ୍ୟମାନ କାର୍ଯ୍ୟ କରୁଛ, ଯେମିତିକି କୌଣସି ଚଳଚିତ୍ର ଦେଖିବା କିମ୍ବା ପାଠ ପଢିବା ଇତ୍ୟାଦି ସମୟରେ ଏହାର ଗତି ଅଧା ହେଇଯାଇଥାଏ ।

Image Courtesy: Google

ଆମ ଚକ୍ଷୁର ଦ୍ରୁଷ୍ଟିପଟଳ ସବୁକିଛି ଓଲଟା ଦେଖିଥାଏ । କିନ୍ତୁ ଆମର ମସ୍ତିସ୍କ ଏହି ଓଲଟା ଚିତ୍ରାକୁ ଆମ ପାଇଁ ସିଧା କରିଦେଇଥାଏ । ଏହି କାରଣରୁ ଆମେ ସିଧା ଦେଖିପାରୁ ।

ବୁଢିଆଣୀଙ୍କର ୪ ରୁ ୮ଟି ଚକ୍ଷୁ ରହିପାରେ । କିନ୍ତୁ ଶିକାରୀ ବୁଢିଆଣୀଙ୍କର ସବୁଠାରୁ ତୀକ୍ଷଣ ଦୃଷ୍ଟିଶକ୍ତି ରହିଥାଏ ।

ଚକ୍ଷୁର ସ୍ବଚ୍ଛପଟଳରେ ଶରୀରର ଅନ୍ୟ ଅଙ୍ଗପରି ରକ୍ତର ଆବଶ୍ୟକତା ନଥାଏ କାରଣ ଏଥିରେ ରକ୍ତ କୋସିକା ରହିବା ଦ୍ଵାରା ଦେଖିବାରେ ଅସୁବିଧା ହେଇପାରେ ।

Image Courtesy: Google

ସ୍ବଚ୍ଛପଟଳକୁ ଅମ୍ଳଜାନ ଓ ପୃଷ୍ଟି ଶରୀରର ଅନ୍ୟ ଅଂଶରୁ ମିଳିଥାଏ, ଯେଉଁଥିରେ ଅସୃ ମଧ୍ୟ ରହିଥାଏ ।

ଚକ୍ଷୁର ମାଂସପେଶୀ ଶରୀରର ଅନ୍ୟ ଅଂଶ ତୁଳନାରେ ଅଧିକ ଶକ୍ତ ହେଇଥାଏ । ଏହି ମାଂସପେଶୀ ଏତେ ମଜଭୁତ ହେଇଥାଏ ଯେ ଲଗାତାର ଚକ୍ଷୁ ଡୋଳାର ଅବସ୍ଥିତି ବଦଳାଇଥାଏ କିନ୍ତୁ ଥକେ ନାହିଁ ।

କୀଟଙ୍କର ଚକ୍ଷୁରେ ଗୋଟେ କିମ୍ବା ଦୁଇଟା ନୁହଁ, ହଜାର ହଜାର ଛୋଟ ଚକ୍ଷୁ ରହିଥାଏ । ଯାହା ମିଳିତ ଭାବେ ଗୋଟେ ଯୌଗିକ ଚକ୍ଷୁ ଭାବେ ଜଣାଯାଏ ।

ମାଛ ଜଳରେ ବସବାସ କରିବା ଦ୍ଵାରା ସେମାନଙ୍କ ଚକ୍ଷୁ ନରମ ହେଇଥାଏ ଏବଂ ସବୁଠାରୁ ରୋଚକ କଥା ହେଲା ସେମାନଙ୍କ ଚକ୍ଷୁରେ ଆଖି ପତା ନଥାଏ ।

ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *