ସମସ୍ତଙ୍କ ଘରେ ସ୍ତ୍ରୀ ମାନେ ଘର ସବୁ ଧନ ର ଧ୍ୟାନ ରଖିଥାନ୍ତି ଓ ସ୍ତ୍ରୀ ମାନେ ଘର ଆଲମୀରା ବା ତିଜୋରି ଚାବି ନିଜ ପାଖରେ ରଖିଥାନ୍ତି ଯାହା ବହୁତ ଶୁଭ ହୋଇଥାଏ କାହିଁକିନା ମହିଳା ମାନେ ଘର ଲକ୍ଷ୍ମୀ ହୋଇଥାନ୍ତି ଓ ତାଙ୍କ ହାତରେ ଚାବି କାଠି ରହିବା ଉଚିତ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହା କହିବା ଯାଉଛୁ ଯେ ବାସ୍ତୁ ଶାସ୍ତ୍ର ଅନୁଯାଇ କେଉଁ ସ୍ଥାନରେ ଚାବି କାଠି ରହିବା ଦ୍ଵାରା ଆପଣଙ୍କୁ ଲାଭ ମିଳିଥାଏ ଓ କେଉଁ ଜାଗାରେ ରହିଲେ ଆପଣଙ୍କ ଧନ ହାନି ହବାକୁ ଲାଗିଥାଏ ।
୧. ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଓ ପୂର୍ବ କାଳରେ ମଧ୍ୟ ସ୍ତ୍ରୀ ମାନେ ନିଜ ଘର ସବୁ ଚାବି ଗୋଟେ ଜାଗାରେ କରି ନିଜ ଅଣ୍ଟାରେ ଝୁଲେଇ ଥାନ୍ତି, ତେବେ ଶାସ୍ତ୍ର ଅନୁଯାଇ ଏହା ବହୁତ ଶୁଭ ହୋଇଥାଏ । ଯେଉଁ ଘର ମହିଳା ମାନେ ନିଜ ଅଣ୍ଟାରେ ଘର ଚାବି କାଠି ରଖିଥାନ୍ତି ତାଙ୍କ ଉପରେ ମାତା ଲକ୍ଷ୍ମୀ ସବୁବେଳେ ଖୁସି ହୋଇଥାନ୍ତି ।

୨. ପ୍ରାୟତଃ ଲୋକ ମାନେ ନିଜ ତକିଆ ତଳେ ଚାବି କାଠି ରଖିଥାନ୍ତି ଏହା ବହୁତ ଖରାପ ହୋଇଥାଏ, ଭୁଲରେ ବି ଏମିତିକା ଜାଗାରେ କେବେ ଆଲମୀରା ବା ତିଜୋରି ଚାବି ରଖନ୍ତୁ ନାହିଁ ନଚେତ ଜୀବନରେ ବହୁତ ପ୍ରକାର ଅସୁବିଧା ଆସିଥାଏ । ଯଦି ଆପଣ ଚାବି କାଠି ତକିଆ ତଳେ ରଖନ୍ତି ତେବେ ଆପଣଙ୍କ ଧନ ବୃଦ୍ଧି କରିବା ବଦଳରେ ହାନି ହୋଇଥାଏ ଓ ଆପଣଙ୍କ ଘରେ ଅଯଥା ଖର୍ଚ ଆରମ୍ଭ ହୋଇଥାଏ ।

୩. ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଚାବି କାଠିକୁ କେବେ ସାମ୍ନା ଜାଗାରେ ରଖନ୍ତୁ ନାହିଁ ଯେମିତିକି ଡ୍ରାଇଙ୍ଗ ରୁମ ଏହି ଭଳି ଜାଗାରେ ସମସ୍ତେ ଯିବା ଆସିବା ପସନ୍ଦ କରନ୍ତି ଓ ଏହି ଭଳି ଜାଗାରେ ଯଦି ଆପଣ ଚାବି ରଖନ୍ତି ତେବେ ଚୋରୀ ହବାର ସମ୍ଭାବନା ଅଧିକ ବଢି ଯାଇଥାଏ ।
୪. ଭୁଲରେ ବି ଘର ଚାବି କାଠି ବାଥରୁମରେ ଝୁଲାନ୍ତୁ ନାହିଁ ଆପଣଙ୍କ ଘର ଉପରେ ଚନ୍ଦ୍ରମାଙ୍କ ଖରାପ ଦ୍ରୁଷ୍ଟି ପଡିଥାଏ ଯାହା ଫଳ ସ୍ୱରୂପ ଆପଣଙ୍କ ଧନ ପାଣି ଭଳି ଖର୍ଚ ହୋଇଥାଏ ଓ ଆପଣଙ୍କ ସବୁ ପ୍ପୁଞ୍ଜି ମଧ୍ୟ ସମାପ୍ତ ହୋଇଥାଏ ।

୫. ଶାସ୍ତ୍ରରେ କୁହା ଯାଇଛି ଯେ ଶୋଇବା ଘର ଉତ୍ତର ଦିଗ କାନ୍ଥରେ ଚାବି କାଠି ଝୁଲାଇ ରଖିଲେ ଆପଣଙ୍କ ଘର ଉପରେ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ହୋଇଥାଏ ଓ ଆପଣଙ୍କ ଜୀବନରେ ଏମିତି କିଛି ଆସିଥାଏ ଯାହା ଆପଣ କେବେ ଚିନ୍ତା କରିନଥିବେ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।