ଚାଣକ୍ୟ ନୀତି : ଏହି ସବୁ କଥା କାହା ସାମ୍ନାରେ ଚର୍ଚା କରିବା ଉଚିତ ନୁହେଁ, ନଚେତ…

ଆଚାର୍ଯ୍ୟ ଚାଣକ୍ୟ ଜଣେ ଲୋକପ୍ରିୟ ଭାରତୀୟ ଶିକ୍ଷକ ,ଦାର୍ଶନିକ ,ଅର୍ଥଶାସ୍ତ୍ରୀ ,ନ୍ୟାୟବିଦ ଥିଲେ । ଚାଣକ୍ୟ ବିଦ୍ଵାନ ମଣିଷ ମାନଙ୍କ ଭିତରେ ବହୁତ ପ୍ରସିଦ୍ଧ ଅଟନ୍ତି । ବର୍ତମାନ ସମୟରେ ବି ରାଜନେତା ,ଦାର୍ଶନିକ ଏବଂ ବିଦ୍ଵାନ ତାଙ୍କ ନୀତିକୁ ଆଦର୍ଶ ବୋଲି ମାନୁଛନ୍ତୁ । ଚାଣକ୍ୟଙ୍କ ନୀତି ଜ୍ଞାନ ଏବଂ ବ୍ୟବହାରିକତା ଉପରେ ଆଧାରିତ ଅଟେ । ଚାଣକ୍ୟଙ୍କ ନୀତି ଅନୁସାରେ କିଛି ଏମିତି କଥା ଅଛି ଯାହାର ଚର୍ଚା ଆମେ ଅନ୍ୟ ଜଣଙ୍କ ସାମନାରେ କେବେ କରିବା କଥା ନୁହେଁ ।

ତାହେଲା ଆସନ୍ତୁ ଜାଣିବା ଚାଣକ୍ୟ କହିଥିବା ସେହି ନୀତିଗୁଡିକ ବିଷୟରେ ।

– ଚାଣକ୍ୟଙ୍କ ନୀତି ଅନୁସାରେ ଶୁଣିଲେ ଧର୍ମର ଜ୍ଞାନ ହୋଇଥାଏ । ଦୋଷ ଦୂର ହୋଇଥାଏ ଏବଂ ଜ୍ଞାନର ପ୍ରାପ୍ତି ହୋଇଥାଏ । ଏହା ସହିତ ମାୟା ମୋହ ସବୁ ଭାଙ୍ଗି ଯାଇଥାଏ ।

– ଚାଣକ୍ୟ ନୀତି ଅନୁସାରେ ଆମକୁ ଜୀବନ ସାରା ଶିଖିବା ଦରକାର ।

– ଚାଣକ୍ୟ ନୀତି ଅନୁସାରେ ଦିଆଯାଇଥିବା ଦାନ କେବେ କହିବା କଥା ନୁହେଁ । ଆପଣ ଦାନ କରିଥିବା କଥା କାହା ଆଗରେ କହିବା ଉଚିତ ନୁହେଁ । ଯଦି ଦାନ ବିଷୟରେ ଆପଣ କାହାକୁ କହିବେ ତାହେଲେ ସେ ଦାନ ଆପଣଙ୍କର ବ୍ୟର୍ଥ ହୋଇ ଯାଇଥାଏ ।

– ଚାଣକ୍ୟଙ୍କ ଅନୁସାରେ କାହାକୁ ବି ଆପଣଙ୍କର ପଇସା ବିଷୟରେ କହିବେ ନାହିଁ ।

– ଚାଣକ୍ୟଙ୍କ ଅନୁସାରେ ଘରର ଝଗଡା ବାହାରେ କାହାକୁ କହିବା ଉଚିତ ନୁହେଁ । ଏମିତି କଲେ ଆପଣଙ୍କର ଶତ୍ରୁ ଆପଣଙ୍କର ପରିବାରର ଝଗଡା ବିଷୟରେ ଲୋକଙ୍କୁ କହି ଏହାର ଲାଭ ଉଠାଇ ପାରେ ।

– ଚାଣକ୍ୟଙ୍କ ଅନୁସାରେ କୌଣସି ବି ଜ୍ଞାନକୁ ପ୍ରାପ୍ତ କରିବା ପାଇଁ ଲାଜ କରିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *