1 ମାର୍ଚ୍ଚ 2020ରୁ ସାରା ଦେଶରେ ଲାଗୁ ହେବ ଏ 5ଟି ନୂଆ ନିୟମ, ତୃତୀୟ ନିୟମ ସବୁ ଭାରତୀୟଙ୍କୁ ଜାଣିବା ଜରୁରୀ

ଫେବୃୟାରୀ ର ଏ ମାସ ଶେଷ ହେବାକୁ ଯାଉଛି । ଆଗକୁ ଆସିବ ମାର୍ଚ୍ଚ ମାସ ଯେଉଁଥିରେ କି ସାରା ଦେଶରେ ବହୁତ ପରିବର୍ତ୍ତନ ଆସିବ ଯାହା ଜାଣିବା ଆମ ପାଇଁ ଜରୁରୀ । ଏସବୁ ନିୟମ ବିଷୟରେ ନ ଜାଣିଲେ ବହୁତ ବିପଦର ସାମ୍ନା କରିବାକୁ ପଡ଼ିପାରେ । ଏଥିପାଇଁ ଆମେ ଆପଣଙ୍କୁ 1 ମାର୍ଚ୍ଚରୁ ଲାଗୁ ହେବାକୁ ଯାଉଥିବା 5ଟି ନିୟମ ବିଷୟରେ ଜଣେଇବୁ ।

ବ୍ଲକ ହେଇପାରେ ବ୍ୟାଙ୍କ ଖାତା

SBI ଗ୍ରାହକ ମାନଙ୍କ ପାଇଁKYC ଜରୁରୀ । ଏହା ସହ ସଂଯୁକ୍ତ ମେସେଜ SBI ଖାତା ବ୍ୟବହାରକାରୀଙ୍କ ଫୋନକୁ ପଠାଇ ଦିଆଯାଇଛି । KYC ଭରିବା ର ଶେଷ ତାରିଖ 28 ଫେବୃଆରୀ । ଯଦି ନିଜ ଆକାଉଣ୍ଟ ରେ KYC ନଭରିବ ତ ବାଙ୍କ ଖାତା ବନ୍ଦ ହୋଇଯାଇପାରେ । ଏଥିପାଇଁ ନିଜ ଭୋଟର ଆଇଡି, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ମନରେଗା କାର୍ଡ, ଡାକ ଦ୍ଵାରା ଚିହ୍ନଟ ପରିଚୟ ପତ୍ର, ଟେଲିଫୋନ ଓ ବିଜୁଳି ବିଲ,ବାଙ୍କ ଖାତା ବିବରଣୀ, ରେସନ କାର୍ଡ, କ୍ରେଡିଟ କାର୍ଡ ବିବରଣୀ ଓ ସେଲ ଡିଲ ବା ଲିଜ ଏଗ୍ରିମେଣ୍ଟର କପିକୁ ବ୍ୟାଙ୍କରେ ଜମା କରିବାକୁ ହେବ ।

ରୋଷେଇ ଗ୍ୟାସର ଦାମରେ ପରିବର୍ତ୍ତନ

ମାର୍ଚ୍ଚ ମାସ ହୋଲି ପୂର୍ବରୁ ରୋଷେଇ ଗ୍ୟାସ ଶସ୍ତାର ମିଳିପାରେ । ସାରାଦେଶରେ ପ୍ରତି ମାସକୁ ରୋଷେଇ ଗ୍ୟାସର ଦାମ ବଦଳୁଛି । ବଡ଼ ମାର୍କେଟିଂ କମ୍ପାନୀମାନଙ୍କ ଦ୍ଵାରା ପ୍ରତି ମାସର ପ୍ରଥମ ତାରିଖରେ ରୋଷେଇ ଗ୍ୟାସର ଦାମ ବଦଳାଯାଉଛି । କିନ୍ତୁ ଫେବୃଆରୀ ରେ 12 ତାରିଖକୁ ବଦଳିଥିଲା । ବିନା ସବସିଡ ବାଲା 14 କିଲୋ ର ରୋଷେଇ ଗ୍ୟାସ ସିଲିଣ୍ଡର ଦାମରେ 144.50 ଟଙ୍କା ରୁ 149 ଟଙ୍କା ଯାଏ ବଢିଥିଲା ।

ଏଟିଏମ ରୁ ବାହାରିବ ନାହିଁ 2000 ଟଙ୍କିଆ ନୋଟ

ଭାରତୀୟ ବାଙ୍କ ଏଟିଏମ ରୁ 1 ମାର୍ଚ୍ଚରୁ 2000 ଟଙ୍କିଆ ନୋଟ ଆଉ ବାହାରିବ ନାହିଁ । 2000 ନୋଟ୍ ର କ୍ୟାସେଟ୍ କୁ ଡିଜେବୁଲ୍ କରିଦିଆଯିବ । ଗ୍ରାହକମାନେ 2000 ଟଙ୍କା କୁ ରେଟେଲର ବା ଏକ୍ସଚେଞ୍ଜ ପାଇଁ ଚିନ୍ତା କରିବାକୁ ପଡ଼ିଥାଏ । ବ୍ୟାଙ୍କ୍ ଅନୁସାରେ ଯଦି 2000 ଟଙ୍କିଆ ଦରକାର ହୁଏ ଶାଖା ରେ ଆବେଦନ କରିବାକୁ ହେବ ।ଏଟିଏମ୍ 2000 ଟଙ୍କିଆ ବଦଳରେ 200 ଟଙ୍କିଆ ରଖିବ ।

ଲଟେରିର ନିୟମରେ ପରିବର୍ତ୍ତନ

1 ମାର୍ଚ୍ଚରୁ ଲଟରି ଉପରେ 28 ପ୍ରତିଶତ GST ଲାଗିବ ।GST ପରିଷଦ ପକ୍ଷରୁ ପୂର୍ବ ବର୍ଷ ଡିସେମ୍ବର ରେ ଏହାକୁ ନେଇ ନିଷ୍ପତି ନିଆଯାଇଥିଲା । ଯାହା ରାଜ୍ୟ ସରକାର ଙ୍କ ଦ୍ଵାରା ଚଲାଯାଉଛି ଓ ମାନ୍ୟତା ପ୍ରାପ୍ତ ଲଟେରି ଉପରେ 1ମାର୍ଚ୍ଚରୁ 28 ପ୍ରତିଶତ ଏକ ସମାନ ଦରରେ GST ଓସୁଲ କରାଯିବ । ନୂଆ ନିୟମ ଅନୁସାରେ ଲଟେରି ରେ କେନ୍ଦ୍ରୀୟ କର ର ଦାମ୍ 14ପ୍ରତିଶତ ଓ ରାଜ୍ୟ ସରକାର ମଧ୍ୟ ସମାନ ଦର୍ ଦାମ୍ ଟାକ୍ସ ଓସୁଲ କରାଯିବ ।

SBI ବ୍ୟାଙ୍କ ର ଏଟିଏମ୍ କାର୍ଡ ରେ ପଇସା ବାହାରିବାର ନିୟମ

ଡେବିଟ ଓ କ୍ରେଡିଟ କାର୍ଡ ରେ ଅନେକ ପରିବର୍ତ୍ତନ କରାଯିବ, ଯାହା ୧୬ ମାର୍ଚ୍ଚ ୨୦୨୦ ରୁ ଲାଗୁ କରାଯିବ ।

Leave a Reply

Your email address will not be published. Required fields are marked *