ଭୁର୍ସଙ୍ଗ ପତ୍ର ଖାଦ୍ୟରେ ସ୍ଵାଦ ବଢାଇବା ପାଇଁ ବ୍ୟବହାର କରାଯାଇଥାଏ ,ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଅଟେ । ଭୁଶ୍ରଙ୍ଗ ପତ୍ରକୁ ଆଗକାଳରେ ଲୋକ ଖାଲି ପେଟରେ ଚୋବାଉ ଥିଲେ ,ଏହା କରିବା ଦ୍ଵାରା ବହୁତ ଫାଇଦା ମିଳିଥାଏ । ଏହା ଆପଣଙ୍କର ତ୍ଵଚା,ବାଳ ,ପାଚନ ଏବଂ ଓଜନ କମ କରିବାରେ ସାହାଯ୍ୟ କରିଥାଏ । ଏଥିରେ ପୋଷାକ ତତ୍ଵ ବହୁତ ମାତ୍ରାରେ ଥାଏ । ଏହା ଆପଣଙ୍କର ମୋଟାପଣ କୁ ବହୁତ ଜଲ୍ଦି କମାଇ ଥାଏ ।
୧ -ହଜମରେ ସାହାଯ୍ୟ କରିଥାଏ

ଭୁଶ୍ରଙ୍ଗ ପତ୍ରକୁ ଯଦି ସକାଳୁ ଖାଲି ପେଟରେ ଚୋବାଇ ଖାଇବେ ,ତାହେଲେ ଏହା ଆପଣଙ୍କୁ ହଜମରେ ସାହାଯ୍ୟ କରିଥାଏ । ଏହି ପତ୍ର ପାଚକ ଏଞ୍ଜାଇମକୁ ଉତେଜିତ କରିଥାଏ ଏବଂ ମଳ ତ୍ୟାଗରେ ସମର୍ଥନ କରିଥାଏ । ଏକ ଭଲ ପାଚକତନ୍ତ୍ର ଓଜନ କମ କରିବା ପାଇଁ ଏହା ସବୁଠାରୁ ମହତ୍ଵପୂର୍ଣ୍ଣ ହୋଇଥାଏ ।
୨ -ଶରୀରକୁ ଡିଟାକ୍ସ କରେ
ଭୁଶ୍ରଙ୍ଗ ପତ୍ର ଆପଣଙ୍କ ଶରୀରର ହାନିକାରକ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । ଆପଣ ସକାଳୁ ଖାଲି ପେଟରେ ୫-୧୦ଟି ପତ୍ର ଖାଇ ପାରିବେ ।

୩ -ଏନ୍ଟି ଅବୋସିଟି ପ୍ରଭାବ
ଏହି ପତ୍ରରେ ମହାନିମ୍ବ ଥାଏ ,ଯେଉଁଥିରେ ଏନ୍ଟି ଔବୋସିଟି ଏବଂ ଲିପିଡ଼ କମ କରାଇବାର ପ୍ରଭାବ ହୋଇଥାଏ । ଏହି ପତ୍ର କେବେଳ ଆପଣଙ୍କର ଓଜନ କମ କରେ ନାହିଁ ,ବରଂ କୋଲେଷ୍ଟ୍ରୋଲ ଏବଂ ଡାଏବେଟିସ କୁ ବି କମ କରିଥାଏ ।
୪ -ଏନ୍ଟିଅକ୍ସିଡେଟ ଏବଂ ଏନ୍ଟି ଇଫ୍ଲେମେଟରି ଗୁଣରେ ଭରପୁର
ଏହି ପତ୍ର ରେ ଏନ୍ଟିଅକ୍ସିଡେଟ ,ଏନ୍ଟି ଇଫ୍ଲେମେଟରି ,ଏନ୍ଟି ମାଇକ୍ରୋବିୟଲ ଗୁଣ ଥାଏ । ଏହିସବୁ ଗୁଣ ଆପଣଙ୍କର ଶରୀରକୁ ସୁସ୍ତ ରଖିବାରେ ସାହାଯ୍ୟ କରିଥାନ୍ତି ।
ଓଜନ କମାଇବା ପାଇଁ ଭୁଶ୍ରଙ୍ଗ ପତ୍ରର ବ୍ୟବହାର
ଏହି ପତ୍ରକୁ ଆପଣ ତରକାରୀ ,ଡାଲି ,ଭାତ ଆଦିରେ ପକାଇ ପାରିବେ ନହେଲ ଆପଣ ଏହି ପତ୍ରକୁ କଞ୍ଚା ଚୋବାଇ ଖାଇପାରିବେ । ଆପଣ ଏକ ଡ୍ରିଂକ୍ସ ପରି ଏହାକୁ ସକାଳେ ଖାଲିପେଟରେ ପିଇପାରିବେ ,ଏହା ସବୁଠାରୁ ଭଲ କାମ କରିବ ।

ଭୁଶ୍ରଙ୍ଗ ପତ୍ରର ଚା
ପ୍ରଥମେ ଆପଣ ୧୦-୨୦ଟି ପତ୍ର ଧୋଇ ତାକୁ ଅଳ୍ପ ପାଣିରେ ଫୁଟାନ୍ତୁ ।
କିଛି ମିନିଟ ପରେ ପତ୍ରକୁ ବାହାର କରିବା ପାଇଁ ଛଣା ସାହାଯ୍ୟରେ ପାଣି ଏବଂ ପତ୍ରକୁ ଅଲଗା କରନ୍ତୁ ।
ଏହାର ସ୍ଵାଦ ବଢାଇ ପାଇଁ ଏଥିରେ ମହୁ ଏବଂ ଲେମ୍ବୁର ରସ ମିଶାନ୍ତୁ ।
ଏହାକୁ ଆପଣ ସକାଳୁ ଖାଲି ପେଟରେ ନିୟମିତ ରୂପେ ପିଅନ୍ତୁ ।