କାନର ଗନ୍ଧ ପାଇଁ ଚିନ୍ତାରେ ଅଛନ୍ତି ତାହେଲେ ଆପଣାନ୍ତୁ ଏହି ୪ଟି ସହଜ ଘରୋଇ ଉପାୟ, ମଇଳା ବି ସହଜରେ ବାହାରି ଯିବ

କଣ ଆପଣଙ୍କ କାନରୁ ଗନ୍ଧ ଆସିଥାଏ ? କାନରୁ ଗନ୍ଧ ଆସିବା ସେମିତି କିଛି ବଡ ସମସ୍ୟା ନୁହେଁ ,କିନ୍ତୁ ଅଧିକ ସମୟ ପର୍ଯ୍ୟନ୍ତ ଅଣଦେଖା କଲେ କାନରେ ଇନଫେକସନ ବା କୌଣସି ରୋଗର ସମ୍ଭାବନା ହୋଇପାରେ । କାନ ଆମ ଶରୀରର ସଂବେଦନଶୀଳ ଅଙ୍ଗ ଅଟେ । କାନରେ ଗଇ ଜମା ହେଲେ କାନରୁ ଗନ୍ଧ ଆସିଥାଏ । କିଛି ସହଜ ଘରୋଇ ଉପାୟରେ ଆପଣ କାନରୁ ଆସୁଥିବା ଗନ୍ଧରୁ ରକ୍ଷା ପାଇ ପାରିବେ ଏବଂ ଗଇ ବି ସଫା କରିପାରିବେ ।

ହାଇଡ୍ରୋଜେନ ପରଅକ୍ସାଇଡ

କାନରେ ଜମିଥିବା ମଇଳା ଏବଂ ଗଇକୁ ବାହାର କରିବା ପାଇଁ ସାଧାରଣତ ଅଧିକ ହାଇଡ୍ରୋଜେନ ପରଅସ୍କାଇଡ ର ବ୍ୟବହାର କରାଯାଏ । ଏହି କେମିକାଲ ବ୍ୟବହାର ରେ କାନରେ ଫୋଟକା ହୋଇଥାଏ ଏବଂ ଗଇ ଫୁଲି ବାହାରିବାକୁ ଲାଗିଥାଏ । ଏହାପରେ କାନ କାଠି ସାହାଯ୍ୟ ରେ ସଫା କରନ୍ତୁ । ଏହାଦ୍ବାରା କାନର ଗନ୍ଧ ଦୂର ହୋଇଯିବ ।

ବେକିଙ୍ଗ ସୋଢା

ବେକିଙ୍ଗ ସୋଢା ତ୍ଵଚା ଏବଂ ବାଳର ଅନେକ ସମସ୍ୟାରେ ଫାଇଦା ଦେଇଥାଏ । ୨ ଚାମଚ ପାଣିରେ ୪ଚୁଟକି ବେକିଙ୍ଗ ସୋଢା ମିଶାନ୍ତୁ । ସେହି ପାଣିକୁ କିଛି ବୁନ୍ଦା କାନରେ ପକାନ୍ତୁ ଏବଂ ୨ମିନିଟ ରଖିବା ପରେ ଏହାକୁ ସଫା କରନ୍ତୁ । ଆପଣଙ୍କ କାନରୁ ଗନ୍ଧ ଦୂର ହୋଇଯିବ ଏବଂ ଗଇ ସଫା ବି ହୋଇଯିବ ।

ଏପଲ ସାଇଡର ଭିନେଗାର

ଏପଲ ସାଇଡର ଭିନେଗାର ର ପ୍ରୟୋଗ କରି କାନର ଗନ୍ଧ ବି ଦୂର କରାଯାଇ ପାରିବ । ଏଥିରେ ଏସିଡିକ ଗୁଣ ଥାଏ ,ଏଥିପାଇଁ ଏହା ଗଇ କୁ ଫୁଲାଇ ବାହାର କରିଦେଇଥାଏ । ଆପଣ ୨ଚାମଚ ଡିଶ୍ଟିଲ୍ଡ ୱାଟର ସହିତ ଅଧା ଚାମଚ ଏପଲ ସାଇଡର ଭିନେଗାର ମିଶାଇଦିଅନ୍ତୁ । ଏବେ ଏହାକୁ କାନରେ ପକାନ୍ତୁ ଏବଂ ଦୁଇ ମିନିଟ ପର୍ଯ୍ୟନ୍ତ ଛାଡିଦିଅନ୍ତୁ । ଏହାପରେ କାନ କାଠିରେ କାନକୁ ସଫା କରନ୍ତୁ ।

ରସୁଣର ତେଲ

ଆପଣ ଜାଣିଛନ୍ତି କି ରସୁଣ ରେ ଏନ୍ଟି ବ୍ୟାକ୍ଟ୍ରରିୟଲ ଏବଂ ଏନ୍ଟି ବାୟରଲ ଗୁଣ ଥାଏ । ଏଥିପାଇଁ ରସୁଣ ତେଲ କାନର ଗନ୍ଧ ,ଗଇ ସଫା କରିବା ଏବଂ କାନ ଇନଫେକସନ ରୁ ବଞ୍ଚାଇ ଥାଏ । ୪-୫ ରସୁଣ ପାଖୁଡାକୁ ନଡିଆ ତେଲ ରେ ୧୦-୧୨ମିନିଟ ପର୍ଯ୍ୟନ୍ତ ପକାଇ ଗରମ କରନ୍ତୁ । ଏହାପରେ ତେଲ କୁ ଛାଣି କାନରେ ପକାନ୍ତୁ । ଧ୍ୟାନ ରଖିବେ କି ତେଲ ଯେମିତି ଅଧିକ ଗରମ ହୋଇନଥିବ ।

ଯଦି ଏହି ସବୁ କରିବା ପରେ ବି କାନର ଗନ୍ଧ ଦୂର ନହୁଏ ତାହେଲେ ଡେରି ନ କରି ଡାକ୍ତରଙ୍କୁ ଦେଖାନ୍ତୁ ।

Leave a Reply

Your email address will not be published. Required fields are marked *