ଚାଣକ୍ୟଙ୍କ ଏହି 3ଟି କଥା ଯାହା ଆପଣଙ୍କ ଜୀବନ ବଦଳାଇଦେବ- Chanakya Niti

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଚାଣକ୍ୟ ଏମିତି ଗୋଟେ ବିଦ୍ଵାନଥିଲେ ଯିଏ ମଣିଷ ଜୀବନ ଉପରେ ବହୁତ କିଛି ନୀତି ଲେଖିଥିଲେ ତେବେ ଯେଉଁ ବ୍ୟକ୍ତି ଏହି ନୀତି ନିଜ ଜୀବନରେ ବ୍ୟଭାର କରିଥାଏ ତା ଜୀବନରେ ସଫଳତା ହିଁ ସଫଳତା ଆସିଥାଏ ଓ ଏହାକୁ ନ ମାନିବା ଲୋକଙ୍କୁ ଅସଫଳତା ଓ ଦୁଃଖ ପ୍ରାପ୍ତ ହୋଇଥାଏ ।

ଆଚାର୍ଯ୍ୟ ଚାଣକ୍ୟଙ୍କ କଥା କେବଳ ଆମ ଦେଶରେ ନୁହ ବାହାର ଦେଶରେ ମଧ୍ୟ ପ୍ରଚଳିତ ଅଛି । ଆଜି ଆମେ ଆଚାର୍ଯ୍ୟ ଚାଙ୍କ୍ଯାଙ୍କ ଦ୍ଵାରା କୁହା ଯାଇଥିବା କଥା ଗୁଡିକ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କ ଜୀବନ ବଦଳିଯିବ ।

Image Courtesy: Google

୧. ମୂର୍ଖ ବ୍ୟକ୍ତିଙ୍କୁ କେବେ କିଛି ବୁଝାନ୍ତୁ ନାହିଁ :

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ମୂର୍ଖ ବ୍ୟକ୍ତି ନିଜକୁ ସବୁ କିଛି ମାନିଥାଏ, ତେବେ କେବେ ମୂର୍ଖ ବ୍ୟକ୍ତିକୁ କିଛି ବୁଝାନ୍ତୁ ନାହିଁ କାହିଁକିନା ତା ଫଳ ସ୍ୱରୂପ ସେ ଆପଣଙ୍କ ସହ ଝଗଡା କରିବ ନଚେତ ନିଜର ଅପମାନ ମନେ କରିବ ସେଥିପାଇଁ ମୂର୍ଖ ବ୍ୟକ୍ତିଙ୍କୁ ବୁଝାନ୍ତୁ ନାହିଁ । ଚାଣକ୍ୟ କହିଲେ ଆପଣ ମାନେ ଦେଖିଥିବେ ଫଳ ଥିବା ଗଛ ନଇକି ଥାଏ ଓ ଫଳ ନଥିବା ଗଛ ସିଧା ଠିଆ ହୋଇଥାଏ ଠିକ ସେମିତି ଜ୍ଞାନ ପାଇଥିବା ବ୍ୟକ୍ତି ନମ୍ର ରୁହନ୍ତି କିନ୍ତୁ ଅଳପ ଜ୍ଞାନ ପାଇଥିବା ମୂର୍ଖ ନିଜକୁ ବିଦ୍ଵାନ ମନେ କରନ୍ତି ।

Image Courtesy: Google

୨. କେବେ ବି ନିଜ ଦୁର୍ବଳତା କାହାକୁ କୁହନ୍ତୁ ନାହିଁ :

ଦୁନିଆରେ ମଣିଷ ନିଜ ଦୁଃଖ ସୁଖ ବାଣ୍ଟିବା ପାଇଁ ଗୋଟେ ସାଥି ଇଛା କରିଥାଏ ତାହା ସାଙ୍ଗ ହେଉ, ଜୀବନସାଥୀ ହେଉ ବା ଅନ୍ୟ କୌଣସି ସମ୍ପର୍କୀୟ ସେ ନିଜ ମନ କଥା କାହାକୁ ଖୋଲି କହିବା ପାଇଁ ଇଛା କରିଥାଏ । କିନ୍ତୁ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଭୁଲରେ ବି ନିଜ ଦୁର୍ବଳତା କାହାକୁ କୁହନ୍ତୁ ନାହିଁ କାହିଁକିନା ଏହା ଆପଣଙ୍କ ପାଇଁ ଭାଇସତରେ କଣ ଆଣି ପାରେ ଆପଣ ନିଜେ ଚିନ୍ତା କରି ପାରିବେ ନାହିଁ ସେଥିପାଇଁ ନିଜ ଦୁର୍ବଳତା କାହାକୁ କୁହନ୍ତୁ ନାହିଁ ।

Image Courtesy: Google

୩. ଯେଉଁ ବ୍ୟକ୍ତି ଆପଣଙ୍କ କଥାକୁ ଗୁରୁତ୍ଵ ଦଉ ନାହାନ୍ତି ତାଙ୍କ ଉପରେ ଭରସା କରନ୍ତୁ ନାହିଁ :

ଆପଣ ମାନଙ୍କ ସମସ୍ତଙ୍କ ଜୀବନରେ ଏମିତି କିଛି ଲୋକ ଥିବେ ଯିଏ ଆସିଲା ମାତ୍ରେ ନିଜ କଥା କହିବା ଆରମ୍ଭ କରନ୍ତି, ଆପଣଙ୍କ ପାଖରେ ବସିବେ କିନ୍ତୁ କେବଳ ନିଜ କଥା କହିବେ ଆପଣଙ୍କ କଥା ଶୁଣିବେ ନାହିଁ ତେବେ ଏମିତିକା ବହୁତ ଭୟଙ୍କର ହୋଇଥାନ୍ତି ଏହି ଭଳି ଲୋକଙ୍କ ଠାରୁ ବଞ୍ଚି ରହିବା ଉଚିତ କାହିଁକିନା ଏମିତିକା ଲୋକ ଆପଣଙ୍କ କୌଣସି କଥା କେବଳ ନିଜ ପର୍ଯ୍ୟନ୍ତ ରଖନ୍ତି ନାହିଁ ଆପଣାଙ୍କ କଥା ପୁରା ସାର୍ବଜନୀକ କରିଥାନ୍ତି, ତେବେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଏମିତିକା ଲୋକଙ୍କ ଠାରୁ ବଞ୍ଚି ରହିବା ଉଚିତ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *