ଦୁନିଆରେ ଏମିତି କିଛି ଲୋକ ନାହାନ୍ତି ଯିଏ ସୁଖୀ ରହିବାକୁ ଇଛା କରନ୍ତି ନାହିଁ ସମସ୍ତେ ଖୁସି ରହିବା ପାଇଁ ସବୁ ପ୍ରକାର ଚେସ୍ଥା କରନ୍ତି କିନ୍ତୁ ସମସ୍ତେ ସଫଳ ହୁଅନ୍ତି ନାହିଁ । ତେବେ କଣ ଆପଣ ଜାଣିଛନ୍ତି ବେଙ୍ଗ ମୃତ୍ୟୁ କେମିତି ହୋଇଥାଏ, ତେବେ କିଛି ବ୍ୟକ୍ତି କହିଛନ୍ତି ଯେ ବେଙ୍ଗ ପାଣିରେ ଅଧିକ ରହିଥାଏ ସେଥିପାଇଁ କିନ୍ତୁ କଣ ଆପଣ ଜାଣିଛନ୍ତି ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ବେଙ୍ଗ ତାପମାତ୍ରା ଅନୁଯାଇ ନିଜ ଶରୀର ତାପମାତ୍ରା ବଢେଇବାରେ ସଫଳ ହୋଇଥାଏ କିନ୍ତୁ ଅତ୍ୟଧିକ ଗରମ ହବା ଦ୍ଵାରା ତା ପାଇଁ ଏହା ଅସମ୍ଭବ ହବାକୁ ଲାଗିଥାଏ ।
ତେବେ କିଛି ଲୋକ କହିବେ ସେହି ସମୟରେ ବେଙ୍ଗ ଡେଇଁବା ଉଚିତ କିନ୍ତୁ ବେଙ୍ଗ ନିଜ ତାପମାତ୍ରା ବଢେଇବା ଦ୍ଵାରା ତା ସବୁ ଶକ୍ତି ସରିଯାଇଥାଏ ଓ ସେ ଡେଇଁ ପାରେ ନାହିଁ ଓ ପାଣିରେ ବୁଡି ମାରି ଯାଇଥାଏ । ଏହି କାହାଣୀ କହିବାର ଅର୍ଥ ଯଦି ଆପଣ ସଠିକ ସମୟରେ ନିଜ ଊର୍ଜା ସଠିକ କାମରେ ଖର୍ଚ କରିବେ ନାହିଁ ତେବେ ଆପଣଙ୍କ ଜୀବନ ବହୁତ ସମସ୍ଯାରେ ରହିବ ।

୧. ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ମଣିଷକୁ ସବୁବେଳେ ନିଜ ସମାନ ଲୋକଙ୍କ ସହ ସାଙ୍ଗ ହବା ଉଚିତ ନିଜ ଠାରୁ କମ ପ୍ରତିଷ୍ଠିତ ଓ ଅଧିକ ପ୍ରତିଷ୍ଠିତ ଲୋକଙ୍କ ସହ କେଣେ ସାଙ୍ଗ ହବା ଉଚିତ ନୁହ । ଯଦି ଆପଣ ଇଛା କରନ୍ତି ତେବେ ଆପଣ ବଡ ମାନଙ୍କୁ ନିଜ ମେଣ୍ଟୋର ରଖି ପାରନ୍ତି ଯାହା ଦ୍ଵାରା ତାଙ୍କ ଠାରୁ ଜୀବନରେ ଆଗକୁ ବଢିବା ବିଷୟରେ ଶିଖି ପାରିବେ ଓ ନିଜ ଠାରୁ ଛୋଟ ଲୋକଙ୍କୁ ଆପଣ ମଧ୍ୟ ଶିଖେଇ ପାରିବେ କିନ୍ତୁ ଆପଣଙ୍କୁ ନିଜ ସମାନ ଭାବ ର ଲୋକଙ୍କ ସହ ସାଙ୍ଗ ହବା ଉଚିତ ଅଟେ ।

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ କମ ପ୍ରତିଷ୍ଠିତ ଲୋକଙ୍କ ସହ ସାଙ୍ଗ ହେଲେ ସେ ସବୁବେଳେ ଆପଣଙ୍କ ଲାଭ ଉଠେଇବାରେ ଲାଗି ରହିବେ ଓ ବଡ ପ୍ରତିଷ୍ଠିତ ଲୋକଙ୍କ ସହ ସାଙ୍ଗ ହେଲେ ଆପାନ ନିଜକୁ ସବୁବେଳେ ତାଙ୍କ ସହ ତୁଳନା କରି ଦୁଃଖୀ ରହିବେ ସେଥିପାଇଁ ନିଜ ସମାନ ଲୋକଙ୍କ ସହ ସାଙ୍ଗ ହୁଅନ୍ତୁ ।

୨. ଆଚାର୍ଯ୍ୟ ଚାଣକ୍ୟ ଦ୍ଵିତୀୟ କଥା ଏହା କହିଛନ୍ତି ଯେ ମଣିଷ ତା ଜୀବନରେ ସବୁଠାରୁ ଅଧିକ ଦୁଃଖ ନିଜ ସମ୍ପର୍କ ପାଇଁ ପାଇଥାଏ, ତେବେ ଏହି ସମ୍ପର୍କ ଯାହା ସାଙ୍ଗରେ ହେଉ ନା କାହିଁକି ଯେତେବେଳେ ଆପଣ କାହାକୁ ପ୍ରେମ ସମ୍ମାନ ଦେଇଥାନ୍ତି ଆପଣଙ୍କ ମନ ମଧ୍ୟ ସେହି ପ୍ରକାର ଭଲ ପାଇବା ଓ ସମ୍ମାନ ଖୋଜିଥାଏ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଏହି ଭଲ ପାଇବା ନ ପାଇବା ଦ୍ଵାରା ମଣିଷ ନିଜକୁ ବହୁତ ଦୁର୍ବଳ ଅସହାୟ ମନେ କରିଥାଏ ଯାହା ତାକୁ ଭିତରୁ ଭାଙ୍ଗିଥାଏ । ତେବେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ମୋହ ମାୟାରୁ ଦୂରେଇ ରହିବା ଉଚିତ ନଚେତ ମଣିଷ ନିଜ ଜୀବନରେ କିଛି ବଡ କରି ପାରିବ ନାହିଁ ଓ ସବୁବେଳେ ଦୁଃଖୀ ରହିବ ।