22 ମାର୍ଚ୍ଚ ଚୈତ୍ର ନବରାତ୍ରି ପୂର୍ବରୁ ଘରୁ ହଟାଇ ଦିଅନ୍ତୁ ଏହି ଜିନିଷ, ନଚେତ ମାତାରାଣୀ ହୋଇଯିବେ କ୍ରୋଧିତ

ନମସ୍କାର ବନ୍ଧୁଗଣ, ମାତାଙ୍କ ଧରାବତରଣ ପରେ ନଅ ଦିନ ମାତା ଧରା ପୃଷ୍ଠରେ ରହିଥାନ୍ତି । ଆଉ ଏହି ସମୟରେ ମାତା ତାଙ୍କ ପ୍ରିୟ ଭକ୍ତଙ୍କ ଘରକୁ ଆଗମନ କରିଥାନ୍ତି । ମାତାଙ୍କର ଏହି ଆଗମନ ସମୟରେ ଯଦି ଆପଣ ନିଜ ଘରକୁ ସ୍ଵଚ୍ଛ ରଖିବା ସହ ନକରତ୍ମକ ଯୁକ୍ତ ଜିନିଷକୁ ଘରୁ ବାହାର କରିଦେବେ ତେବେ ଆପଣଙ୍କ ଘରକୁ ମାତା ଆଗମନ କରିଥାନ୍ତି ନବରାତ୍ରି ସମୟରେ । ମାତାଙ୍କ ପାଦ ଆପଣଙ୍କ ଘରେ ପଡିବାର ସୌଭାଗ୍ୟକୁ ଆପଣ ଅର୍ଜନ କରିବା ପାଇଁ ଚାହୁଁଥିଲେ ନବରାତ୍ରି ପୂର୍ବରୁ ଆପଣଙ୍କ ଘରୁ ବାହାର କରନ୍ତୁ ଏହି ଜିନିଷ ।

୧- ବାସ୍ତୁ ଅନୁଯାୟୀ ଘରର ମୁଖ୍ୟଦ୍ଵାର ସାମ୍ନାରେ ଦୁର୍ଗନ୍ଧ ଜନିତ ପାଣି ଜମା ହୋଇ ରହିବା ବହୁତ ଅଶୁଭ ଅଟେ । ଏହା ବାସ୍ତୁ ଦୋଷର କାରଣ ଅଟେ । ମାତା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ତେଣୁ ଯଦି ଘର ସାମ୍ନାରେ ଅସନା ପାଣି ଜମା ହୁଏ ତେବେ ତାହାକୁ ତୁରନ୍ତ ସଫା କରିଦେବା ଉଚିତ ।

୨- କଣ୍ଟାଜାତୀୟ ଗଛ ଘର ସାମ୍ନାରେ ରହିବା ଦ୍ଵାରା ଅଶୁଭ ହୋଇଥାଏ । ଏହାଦ୍ୱାରା ସମ୍ପର୍କରେ ଫାଟ ସୃଷ୍ଟି ହେବା ସହ ନକରାତ୍ମକ ପ୍ରଭାବ ଘରେ ପକାଇଥାଏ ଯାହା ଫଳରେ ଭଗବାନ ସେହି ଘରକୁ ପ୍ରବେଶ କରନ୍ତି ନାହିଁ । ୩- କ୍ଷୀର ବାହାରୁଥିବା ଗଛକୁ କେବେ ମଧ୍ୟ ଘରର ମୁଖ୍ୟଦ୍ଵାର ସାମ୍ନାରେ ଲଗାଇବା ଉଚିତ ହୋଇନଥାଏ । ଘରର ମୁଖ୍ୟଦ୍ଵାର ସାମ୍ନାରେ ସୁଗନ୍ଧ ଜାତୀୟ ଗଛ ଲଗାଇବା ଉଚିତ ।

୪- ଘର ସାମ୍ନରେ କିଛି ଲୋକ ଅଳିଆ ରଖୁଥିବା ପାତ୍ରକୁ ରଖିଦେଇଥାନ୍ତି । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହା ବହୁତ ଅଧିକ କଷ୍ଟକାରୀ ଦାୟୀ ହୋଇଥାଏ । ଏହାକୁ ଧନହାନିର ସୂଚକ ବୋଲି ମନାଯାଏ । ଧ୍ୟାନ ରଖିବେ ଅଳିଆ ରଖୁଥିବା ପାତ୍ରକୁ ଉତ୍ତର ଦିଗରେ ରଖିବା ଉଚିତ ନୁହେଁ । କାରଣ ଏହି ଦିଗକୁ ମାତା ଲକ୍ଷ୍ମୀଙ୍କ ଦିଗ ମନାଯାଏ । ମୁଖ୍ୟଦ୍ଵାର ସାମ୍ନାରେ ଝାଡୁ ମଧ୍ୟ ରଖିବା ଉଚିତ ନୁହେଁ ।

୫- ବହୁତ ଲୋକଙ୍କ ଘର ସାମ୍ନାରେ ଇଲେକ୍ଟ୍ରିଖୁଣ୍ଟ ରହିଥାଏ । କିନ୍ତୁ ବାସ୍ତୁ ଅନୁଯାୟୀ ଏହା ଅଶୁଭ ଅଟେ । ୬- ଘରର ମୁଖ୍ୟଦ୍ଵାର ସାମ୍ନାରେ ଝଙ୍କାଳିଆ ତଥା ବୁଦାଳିଆ ଗଛ ରହିବା ଉଚିତ ନୁହେଁ ଏହାଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ । ୭- ଘରର ମୁଖ୍ୟଦ୍ଵାର ସମ୍ମୁଖରେ କେବେ ବି ମାତା ଲକ୍ଷ୍ମୀଙ୍କ ଫଟୋ ଲଗାଇବା ଉଚିତ ନୁହେଁ । ମାତା ଲକ୍ଷ୍ମୀଙ୍କ ଫଟୋକୁ ସର୍ବଦା ଆପଣଙ୍କ ପୂଜା ଘରେ ସ୍ଥାପିତ କରିବା ଉଚିତ ।

୮- ଘରର ମୁଖ୍ୟଦ୍ଵାର ସାମ୍ନାରେ କଳା ରଙ୍ଗରେ ତିଆରି ହୋଇଥିବା କୌଣସି ଫଟୋ କିମ୍ବା ଚିତ୍ର ଆଙ୍କିବା ଉଚିତ ନୁହେଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।

Leave a Reply

Your email address will not be published. Required fields are marked *